ETV Bharat / bharat

ଡାମନରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି

author img

By

Published : Feb 18, 2020, 10:06 PM IST

ଡାମନରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି । ଏହି ପ୍ରକଳ୍ପ ଅଞ୍ଚଳରେ ବିକାଶରେ ସହାୟକ ହେବ ବୋଲି କହିଛନ୍ତି କୋବିନ୍ଦ । ଅଧିକ ପଢନ୍ତୁ...

President Ram Nath Kovind
ଡାମନରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଡାମନ: ଡାମନ ଏବଂ ଡିଉରେ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାସହ ଦାଦ୍ରା ଏବଂ ନଗରହାବେଲୀର କିଛି ସ୍ଥାନରେ ମଧ୍ୟ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ପ୍ରଥମ ଥର ପାଇଁ କୋବିନ୍ଦ ଦାଦ୍ରା ଏବଂ ନଗର ହାବେଲୀ ଗସ୍ତରେ ଆସିଥିବା କହିଛନ୍ତି । 2003 ମସିହାରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଡାମନ ଡିଉ ଗସ୍ତରେ ଆସିଥିଲେ । ଦୀର୍ଘ 17 ବର୍ଷ ପରେ କେଉଁ ରାଷ୍ଟ୍ରପତି ପୁଣି ଏଠାକୁ ଗସ୍ତରେ ଆସିଛନ୍ତି । ମୁଁ ଏଠାକୁ ଆସି ଖୁବ ଖୁସି ବୋଲି କହିଛନ୍ତି ରାଷ୍ଟ୍ରପତି କୋବିନ୍ଦ ।

ଏହି ପ୍ରକଳ୍ପ ଅଞ୍ଚଳର ବିକାଶରେ ସହାୟକ ହେବା ସହ ଶକ୍ତି ଯୋଗାଇବା ନେଇ ବିଶ୍ବାସ ରହିଥିବା କହିଛନ୍ତି କୋବିନ୍ଦ । ଏହାସହ କେନ୍ଦ୍ର ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନର ମିଳିତ ଉଦ୍ୟମରେ ଅଞ୍ଚଳର ବିକାଶ କରାଯିବ । ସାଧାରଣ ଲୋକ ନିଜ କର୍ମକୁ ଉତ୍ସାହର ସହ କରିବା ନେଇ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.