ETV Bharat / bharat

ଦିଲ୍ଲୀ ପୂର୍ବତନ ପୋଲିସ କମିଶନରଙ୍କ ମୃତ୍ୟୁରେ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ - ଦିଲ୍ଲୀ ପୂର୍ବତନ ପୋଲିସ କମିଶନରଙ୍କ ମୃତ୍ୟୁ

ଦିଲ୍ଲୀ ପୂର୍ବତନ ପୋଲିସ କମିଶନରଙ୍କ ମୃତ୍ୟୁରେ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀ ପୂର୍ବତନ ପୋଲିସ କମିଶନର ତଥା ମଣିପୁରର, ମିଜୋରାମ, ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ବେଦ ମାରୱାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମବେଦନା ଜଣାଇଛନ୍ତି।

_pm
ଦିଲ୍ଲୀ ପୂର୍ବତନ ପୋଲିସ କମିଶନରଙ୍କ ମୃତ୍ୟୁରେ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ
author img

By

Published : Jun 7, 2020, 2:33 AM IST

ନୂଆଦିଲ୍ଲୀ: ଦିଲ୍ଲୀ ପୂର୍ବତନ ପୋଲିସ କମିଶନରଙ୍କ ମୃତ୍ୟୁରେ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀ ପୂର୍ବତନ ପୋଲିସ କମିଶନର ତଥା ମଣିପୁରର, ମିଜୋରାମ, ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ବେଦ ମାରୱାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମବେଦନା ଜଣାଇଛନ୍ତି।

ଟ୍ବିଟରେ ରାଷ୍ଟ୍ରପତି କୋବିନ୍ଦ ଲେଖିଛନ୍ତି, ‘ଶ୍ରୀ ବେଦ ମାରୱା ଜଣେ ଉଲ୍ଲେଖନୀୟ ସରକାରୀ କର୍ମଚାରୀ ଏବଂ ଜଣେ ଦକ୍ଷ ପ୍ରଶାସକ ଥିଲେ । ଆଇପିଏସରେ କ୍ୟାରିୟର ପରେ ସେ ମଣିପୁର, ମିଜୋରାମ ଏବଂ ଝାଡଖଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ପ୍ରଫେସନାଲିଜିମ, ଦକ୍ଷତା ଏବଂ ଅଖଣ୍ଡତା ପାଇଁ ସେ ସର୍ବାଦା ମନେ ରହିବେ । ତାଙ୍କ ପରିବାର ପ୍ରତି ସମବେଦନା। ’

ବେଦ ମାରୱାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ସମବେଦନା ଜଣାଇ କହିଛନ୍ତି ‘ଶ୍ରୀ ବେଦ ମାରୱା ଜୀ ସର୍ବସାଧାରଣ ଜୀବନରେ ତାଙ୍କର ସମୃଦ୍ଧ ଅବଦାନ ପାଇଁ ସ୍ମରଣୀୟ ହେବେ। ତାଙ୍କର ଅଦମ୍ୟ ସାହସ ଜଣେ ଆଇପିଏସ୍ ଅଧିକାରୀ ଭାବରେ ତାଙ୍କ କ୍ୟାରିଅର୍ ସମୟରେ ସ୍ମରଣୀୟ । ସେ ଜଣେ ସମ୍ମାନିତ ଜନ ବୁଦ୍ଧିଜୀବୀ ମଧ୍ୟ ଥିଲେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରକାଶ ଥାଉକି, ଗୋଆର ଏକ ଡାକ୍ତରଖାନାରେ ବେଦ ମାରୱାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ସେ 87 ବର୍ଷ ହୋଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.