ETV Bharat / bharat

ଭାସୁଛି ଦେବଭୂମି, ଜଳପ୍ରଳୟରୁ ଗର୍ଭବତୀ ଉଦ୍ଧାର

ବନ୍ୟାଜଳରେ ଉବୁଟୁବୁ କେରଳ । ପାଲକ୍କଡ ଆଗଲୀ ଅଞ୍ଚଳରେ ଜଳ ପ୍ରଳୟରେ ଫଶିଥିବା ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଲେ ଏନଡିଆରଏଫ ଟିମ ।

ଡିଜାଇନ ଫଟୋ
author img

By

Published : Aug 11, 2019, 1:57 AM IST

ଥିରୁଅନନ୍ତପୁରମ: କେରଳରେ ବନ୍ୟା ବିଭୀଷିକା । ଗତବର୍ଷ ବନ୍ୟାରେ ପରିଜନଙ୍କୁ ହରାଇଥିବା ଦୁଃଖ ଲୋକଙ୍କ ମନରୁ ନଲିଭୁଣୁ, ଏବେ ବୋଝ ଉପରେ ନଳିତା ବିଡା ସାଜିଛି ଚଳିତ ବନ୍ୟା । ବନ୍ୟାଞ୍ଚଳରେ ଏବେ ବି ଜଳବନ୍ଦୀ ହୋଇ ରହିଛନ୍ତି ଅନେକ ଲୋକ । ପାଲକ୍କଡ ଆଗଲୀ ଅଞ୍ଚଳରେ ବନ୍ୟା ଜଳରେ ଫଶିଥିବା ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଏନଡିଆରଏଫ ଟିମ ।

ଭିଡିଓ ସୌଜନ୍ୟ : ଏଏନଆଇ

ରଶି ସାହାଯ୍ୟରେ ଗର୍ଭବତୀଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଅନେକ ଚେଷ୍ଟା ପରେ ଖୁବ ସତର୍କତାର ସହ ଟିମ ଗର୍ଭବତୀଙ୍କୁ ବନ୍ୟାଜଳରୁ ବାହାରକୁ ଆଣିଛନ୍ତି ।

ରାଜ୍ୟରେ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 43ରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ପାଇଁ 13ଟି ଏନଡିଆରଏଫ ଟିମ ସହ 180 ନୌସେନା ଅଧିକାରୀ ରାଜ୍ୟରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.