ରାୟପୁର: ଥମୁନାହିଁ ଜନନୀ ଯନ୍ତ୍ରଣା । ପ୍ରସବ ପୀଡାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ 4 ଜଣ ଲୋକ ହଣ୍ଡାରେ ବସାଇ ଚିନ୍ତାବାଗୁ ନଦୀ ଉଛୁଳା ପାଣି ପାର କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବିଜାପୁରର ଗୋରାଲାରୁ ନଦୀ ପାର କରି ଗର୍ଭବତୀଙ୍କୁ ଭୋପାଲ ପାଟନମର ହସ୍ପିଟାଲ ଅଣାଯାଇଥିବା ଜଣାପଡିଛି ।
ଡାକ୍ତରଖାନାରେ ପହଞ୍ଚିବା ପରେ ଜନ୍ମ ନେଇଥିଲା ନବଜାତ । ହେଲେ ଦୁଃଖର ବିଷୟ ଯେ ଜନ୍ମ ନେବା ପୂର୍ବରୁ ମା' ପେଟରେ ହିଁ ଆଖି ବୁଜିଦେଇଥିଲା ଏହି ଶିଶୁ । ତେବେ ପରିବାର ଲୋକେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ