ETV Bharat / bharat

ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ଖାଦ୍ୟ, ନଦୀ ଭିତରେ ଠିଆ ଠିଆ ଚାଲିଗଲା ଜୀବନ

author img

By

Published : Jun 3, 2020, 10:27 AM IST

Updated : Jun 3, 2020, 11:42 AM IST

କେରଳର ମାଲାପୁରମ୍ ଜିଲ୍ଲାରେ ପଶୁ ନିର୍ଯାତନାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଗର୍ଭିଣୀ ହାତୀକୁ ସପୁରୀ ଭିତରେ ବାଣ ଭର୍ତ୍ତି କରି ଗ୍ରାମବାସୀ ଖାଇବାକୁ ଦେବା ପରେ ସେ ମୃତ୍ୟୁବରଣ କରିଥିଲା । ପାଟିରେ ବାଣଟି ଫୁଟିବା ପରେ ନିଜକୁ ସେ କଷ୍ଟରୁ ବଞ୍ଚାଇବା ପାଇଁ ସେ ପାଣି ଭିତରେ ରହିବାକୁ ଚେଷ୍ଟା କରିଥିଲା । ହେଲେ ବିଡମ୍ବନାର କଥା ସେ ପାଣିରେ ହିଁ ଠିଆଠିଆ ମୃତ୍ୟୁବରଣ କରିଛି ।

ଗର୍ଭୀଣି ହାତୀକୁ ବାରୁଦ ଭର୍ତ୍ତି ଖାଦ୍ୟ, ନଦୀ ଭିତରେ ଠିଆ ଠିଆ ଚାଲିଗଲା ଜୀବନ

ଥିରୁଅନନ୍ତପୁରମ: ହାତୀ ମଣିଷର ଲଢେଇ ଅନେକ ସମୟରେ ହୁଏ। ସେହି ଲଢେଇରେ କେତେବେଳେ ମଣିଷ ଓ କେତେବେଳେ ହାତୀକୁ ହାର ମାନିକୁ ପଡେ। କିନ୍ତୁ କେବେ ଯୋଜନାବଦ୍ଧ ଭାବେ କାହାକୁ କ୍ଷତି ପହଞ୍ଚାଇ ନାହିଁ ବର୍ତ୍ତମାନ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସମ୍ପୂର୍ଣ୍ଣ ପ୍ରି ପ୍ଲାନିଂ । ଗୋଟିଏ ନିରୀହ ପଶୁକୁ ଅମାନବୀୟ ନିର୍ଯ୍ୟାତନା। ସୀମା ଲଙ୍ଘିଯାଇଛି ମଣିଷର ବର୍ବରତା। ଗୋଟେ ଗର୍ଭିଣୀ ହାତୀକୁ ଖାଦ୍ୟ ଦେବା ଆଳରେ ସେଥିରେ ବିସ୍ଫୋରକ ଦେବା ବାସ୍ତବରେ ମାନବିକତାରେ ଫୁଲଷ୍ଟପ୍ ଆଣି ଦେଇଛି।

ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ଖାଦ୍ୟ, ନଦୀ ଭିତରେ ଠିଆ ଠିଆ ଚାଲିଗଲା ଜୀବନ

ସୂଚନା ଅନୁସାରେ, କେରଳର ମାଲାପୁରମ୍ ଜିଲ୍ଲାରେ ପଶୁ ନିର୍ଯାତନାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ ଗର୍ଭବତୀ ହାତୀକୁ ସପୁରୀ ଭିତରେ ବାଣ ଭର୍ତ୍ତି କରି ଖାଇବାକୁ ଦେବା ପରେ ସେ ମୃତ୍ୟୁ ବରଣ କରିଥିଲା। ମାଲାପୁରାମ ଜିଲ୍ଲାର ଜଣେ ବନ ଅଧିକାରୀ ତାଙ୍କ ଫେସବୁକ ପେଜରେ ଏହି ଭୟଙ୍କର ଘଟଣାର ବିବରଣୀ ବାଣ୍ଟିବା ପରେ ଏହା ଏକ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି।

ତେବେ ବଣୁଆ ହାତୀଟି ଖାଦ୍ୟ ଅନ୍ବେଷଣ କରି ପାଖ ଗାଁ କୁ ଚାଲି ଯାଇଥିଲା। ସେ କାହାକୁ ବି ଆକ୍ରମଣ କରିିନଥିଲା । ହେଲେ ଗ୍ରାମବାସୀମାନେ ହାତୀଟିକୁ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇଥିଲେ। ଏହାକୁ ଖାଇବା ପରେ ହାତୀଟିର ପାଟିରେ ତାହା ବିସ୍ଫୋରଣ ହେବା ସହ ତାର ଦୁଃଖଦ ଅନ୍ତ ହୋଇଥିଲା।

ହାତୀକୁ ଉଦ୍ଧାର କରିବା ପାଇଁ ରାପିଡ୍ ରେସପନ୍ସ ଟିମର ଅଂଶ ଗ୍ରହଣ କରିଥିବା ବନ ଅଧିକାରୀ ମୋହନ କୃଷ୍ଣନ ମାଲାୟାଲମରେ ଫେସବୁକରେ ଲେଖିଛନ୍ତି, "ହାତୀଟି ସମସ୍ତଙ୍କୁ ବିଶ୍ବାସ କରୁଥିଲା। ଭୋକିଲା ଥିବା ହାତୀଟି ନିଜ କଥା ଚିନ୍ତା ନକରି ପେଟରେ ଥିବା ସନ୍ତାନ କଥା ଭାବି ଖାଇବା ଖାଇଥିଲା । ହାତୀଟି 18 ରୁ 20 ମାସ ମଧ୍ୟରେ ପ୍ରସବ କରିବାକୁ ଯାଉଥିଲେ। "

ହାତୀ ପାଟିରେ ଥିବା କ୍ରାକର ବିସ୍ଫୋରଣରେ ଜିଭ ଏବଂ ପାଟିରେ ଗଭୀର ଆଘାତ ଲାଗିଥିଲା। ହେଲେ ଗାଁ ରାସ୍ତାରେ ଯନ୍ତ୍ରଣା ଭୋଗିବା ସମୟରେ ମଧ୍ୟ କୌଣସି ମଣିଷର କିଛି ଅନିଷ୍ଟ କରିନଥିଲା। ସେ ଗୋଟିଏ ଘରକୁ ମଧ୍ୟ ଭାଙ୍ଗି ନଥିଲା। କୃଷ୍ଣନ ହାତୀର ଫଟୋ ମଧ୍ୟ ସେୟାର କରିଥିଲେ, ଯିଏକି ପରେ ଭେଲିଆ ନଦୀକୁ ଯାଇ ସେଠାରେ ଠିଆ ହୋଇଥିଲେ। ଫଟୋଟିରେ ହାତୀଟି ନିଜର ଶୁଣ୍ଢକୁ ନଦୀ ପାଣିରେ ବୁଡାଇ ଠିଆ ହୋଇଥିବା ଦେଖାଯାଇଥିଲା ।

Last Updated : Jun 3, 2020, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.