ETV Bharat / bharat

ଡାଲି ଦରକୁ ନେଇ ଅପ୍ରିତିକର ଅବସ୍ଥା: କୃଷକ ଓ ଖାଉଟିଙ୍କୁ କ୍ଷତି

author img

By

Published : Feb 28, 2020, 4:45 PM IST

ଦେଶବାସୀଙ୍କ ଖାଦ୍ୟରେ ଡାଲିର ଆବଶ୍ୟକତା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦଶକ ପୂର୍ବରୁ ଦେଶରେ ପ୍ରାୟ ୨.୨ ହେକ୍ଟର ଜମିରେ ୧.୪ କୋଟି ଟନ ଡାଲି ଉତ୍ପାଦନ କରାଯାଇଥିଲା। ଏହା ସେ ସମୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଥିଲା। କିନ୍ତୁ ୨୦୧୦ ସୁଦ୍ଧା ପରିସ୍ଥିତି ବଦଳି ଯାଇଛି। ଏବେ ଦେଶର ଡାଲିର ଆବଶ୍ୟକତା ଦୁଇ ଗୁଣ ହୋଇଯାଇଛି। ଅଧିକ ପଢନ୍ତୁ...

predicament-with-pulses-prices-loss-to-farmers-and-consumers
ଡାଲି ଦରକୁ ନେଇ ଅପ୍ରିତିକର ଅବସ୍ଥା କୃଷକ ଓ ଖାଉଟିଙ୍କୁ କ୍ଷତି

ଦେଶବାସୀଙ୍କ ଖାଦ୍ୟରେ ଡାଲିର ଆବଶ୍ୟକତା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦଶକ ପୂର୍ବରୁ ଦେଶରେ ପ୍ରାୟ ୨.୨ ହେକ୍ଟର ଜମିରେ ୧.୪ କୋଟି ଟନ ଡାଲି ଉତ୍ପାଦନ କରାଯାଇଥିଲା। ଏହା ସେ ସମୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଥିଲା। କିନ୍ତୁ ୨୦୧୦ ସୁଦ୍ଧା ପରିସ୍ଥିତି ବଦଳି ଯାଇଛି। ଏବେ ଦେଶର ଡାଲିର ଆବଶ୍ୟକତା ଦୁଇ ଗୁଣ ହୋଇଯାଇଛି। ମୋଟ ୨.୬ କୋଟି ହେକ୍ଟରରେ ପ୍ରାୟ ୧.୬କୋଟି ଟନ ଡାଲି ଅମଳ କରାଯାଇଛି। କିନ୍ତୁ ଆବଶ୍ୟକତା ଅନୁସାରେ ଏହି ଉତ୍ପାଦନ ପର୍ଯ୍ୟାପ୍ତ ହୋଇନାହିଁ। ୨୦୧୫ ସୁଦ୍ଧା ଡାଲିର ଘରୋଇ ଆବଶ୍ୟକତା ବୃଦ୍ଧି ପାଇ ୨.୨କୋଟି ଟନରେ ପହଞ୍ଚିଛି। ପରିଣାମସ୍ବରୂପ ବିଦେଶରୁ ଡାଲିର ଆମଦାନୀ ୫୦ ଲକ୍ଷ ଟନରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୫ରେ ବଜାରରେ ହରଡ଼ ଡାଲିର ମୂଲ୍ୟ ୧୮୦ଟଙ୍କା ପର୍ଯ୍ୟନ୍ତ ପ୍ରତି କିଲୋଗ୍ରାମକୁ ପହଞ୍ଚି ଯାଇଥିଲା। ଏହି ପରିସ୍ଥିତିରେ ୫୬ଲକ୍ଷ ଟନ ଡାଲି ବିଦେଶରୁ ଆମଦାନୀ କରାଯାଇଥିଲା। ଏହାର ପରବର୍ଷ ଏହି ପରିସ୍ଥିତି ଲାଗି ରହିବାରୁ ତାର ପରିଣାମସ୍ବରୂପ ୬୩ଲକ୍ଷ ଟନ ଡାଲି ବିଦେଶରୁ ଆମଦାନୀ କରାଯାଇଥିଲା। ଅତ୍ୟଧିକ ଆମଦାନୀ କାରଣରୁ ଘରୋଇ ବଜାରରେ ଡାଲି ଦରକୁ ସ୍ଥିର କରାଯାଇଥିଲା। କିନ୍ତୁ ଧୀରେ ଧୀରେ ବଜାରରେ ଡାଲିର ଦର ହ୍ରାସ ପାଇଥିଲା, ଯାହାଫଳରେ କୃଷକମାନଙ୍କର ବହୁତ କ୍ଷତି ହୋଇଥିଲା। ପରିଣାମସ୍ୱରୁପ ଭାରତୀୟ ଖାଦ୍ୟ ନିଗମ ଏଥିରେ ହସ୍ତକ୍ଷେପ କରି କୃଷକମାନଙ୍କଠାରୁ ବହୁତ ମାତ୍ରାରେ ଡାଲି କିଣିଥିଲା।

ଆମଦାନୀ ଉପରେ ଧ୍ୟାନ

ଡାଲି ଫସଲ ମୁଖ୍ୟ ରୂପରେ ବର୍ଷା ଉପରେ ନିର୍ଭରଶୀଳ ହୋଇଥାଏ। ଏକ ପକ୍ଷରେ ଅଧିକ ଅମଳ ସୁନିଶ୍ଚିତ କରିବା ଓ ଭଲ ସମର୍ଥନ ମୂଲ୍ୟ ସହିତ କୃଷକମାନଙ୍କୁ ସନ୍ତୁଷ୍ଟ କରିବା ସରକାରଙ୍କ ପାଇଁ ଏକ ଆହ୍ୱାନରେ ପରିଣତ ହୋଇଛି। ଦେଶରେ ଅମଳ ବୃଦ୍ଧି କରିବା ପାଇଁ ନୂତନ ଡାଲି କିସମକୁ ବିକଶିତ କରିବାର ପ୍ରୟାସ ଗତ କିଛି ଦିନ ହେଲା ଜାରି ରହିଛି। କାନପୁରର ଡାଲି ଅନୁସନ୍ଧାନ ସଂସ୍ଥାନ ଏହା ଉପରେ ଅନେକ ପ୍ରକାରର ଗବେଷଣା ଚଳାଇଛନ୍ତି।

୨୦୩୦ ସୁଦ୍ଧା ଦେଶର ଜନସଂଖ୍ୟା ୧୫୦ କୋଟି ପାର କରିଯାଇ ପାରେ। ସେ ସମୟରେ ଡାଲିର ଆବଶ୍ୟକତା ବୃଦ୍ଧି ପାଇ ୩.୩ କୋଟି ଟନରେ ପହଞ୍ଚିଯିବ। ବର୍ତ୍ତମାନ ପ୍ରତି ହେକ୍ଟରରେ ହାରାହାରୀ ଡାଲି ଉତ୍ପାଦନ ୮୩୫ କିଲୋଗ୍ରାମ ରହିଛି। ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି ହେକ୍ଟର ପିଛା ୩୦ ପ୍ରତିଶତ ଅଧିକ ଡାଲି ଉତ୍ପାଦନର ଆବଶ୍ୟକତା ରହିଛି। ସର୍ବୋତ୍ତମ ପ୍ରୟାସ ପରେ ବି ଗତ ଦଶକରେ ଡାଲିର ଉତ୍ପାଦନ ୨୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇନଥିଲା। ବିଦେଶରୁ ଡାଲି ଆମଦାନୀ ସୁନିଶ୍ଚିତ କରିବା ସମୟରେ କୃଷକମାନଙ୍କୁ ସେମାନଙ୍କ ଫସଲର ଉଚିତ ସମର୍ଥନ ମୂଲ୍ୟ ପ୍ରଦାନ କରିବା ଆବଶ୍ୟକ। ଏହା ସହିତ ସାଧାରଣ ଲୋକ ଯେପରି କିଣି ପାରିବେ ସେହିଭଳି ଡାଲିର ଦର ରହିବା ଆବଶ୍ୟକ। କାରଣ ଡାଲି ମୁଖ୍ୟତଃ ବର୍ଷା ଉପରେ ନିର୍ଭରଶୀଳ ଫସଲ ହୋଇଥାଏ। ଏଥିପାଇଁ କାଳ୍ପନିକ ଉତ୍ପାଦନ ଦେଉଥିବା କିସମକୁ ବାଛିବା ଲାଭବାନ ହେବ। ଏହି ଦିଗରେ ଅଧିକ ଗହନ ଅନୁସନ୍ଧାନର ଆବଶ୍ୟକତା ରହିଛି।

ଅପର ପକ୍ଷରେ ପୋକମାନେ ଫସଲକୁ ବହୁତ କ୍ଷତି ପହୁଞ୍ଚାଇଥାନ୍ତି। ପୋକ ଚଣା ଭଳି ଛୁଇଁ, ଛୁଇଁ ମାଛିମାନେ ହରଡ଼ ଡାଲି ଓ କପା ଫସଲକୁ ବହୁତ କ୍ଷତି କରିଥାନ୍ତି। କୃଷକ ସମୁଦାୟ ପୋକକୁ ନିୟନ୍ତ୍ରିତ କରିବା ପାଇଁ ଫସଲରେ ଆଖିବୁଜା କୀଟନାଶକ ବିଷ ପ୍ରୟୋଗ କରିଥାନ୍ତି। ଯଦିଓ, ଏହି ପୋକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଫସଲକୁ ଅତି ସହଜରେ କ୍ଷତି ପହୁଞ୍ଚାଇଥାନ୍ତି। ପୋକ ଦାଉରୁ ରକ୍ଷା ପାଇବା ପାଇଁ ମଜବୁତ କିସମ ବିହନ କିଛି ପରିମାଣରେ ଗବେଷଣା ଦ୍ୱାରା ସୃଷ୍ଟି କରାଯାଇପାରେ। କିନ୍ତୁ ଏ ଦିଗରେ ଅଧିକ ପରିପକ୍ୱ ପ୍ରୟାସର ଆବଶ୍ୟକତା ରହିଛି। ଦଶ ପ୍ରତିଶତରୁ ଅଧିକ ଅମଳ ପାଣି ଅଭାବ କାରଣରୁ ନଷ୍ଟ ହେଉଛି। ଡ୍ରିପ ଜଳସେଚନ ଓ ମାଇକ୍ରୋ ଜଳସେଚନ ପ୍ରକ୍ରିୟାକୁ ପାଳନ କରାଯାଇ ପାଣିକୁ ପର୍ଯ୍ୟାପ୍ତ ପରିମାଣରେ ସଂରକ୍ଷିତ କରାଯାଇପାରିବ ଓ ଫସଲକୁ କ୍ଷତିରୁ ରକ୍ଷା କରାଯାଇପାରିବ। ଏଥିପାଇଁ ସରକାରଙ୍କୁ ବହୁତ ମାତ୍ରାରେ ନିବେଶ କରିବାକୁ ପଡ଼ିବ।

ଡାଲି ଏପରି ଫସଲ ଯାହାକି ବହୁତ କମ ପାଣି ଆବଶ୍ୟକ କରିଥାଏ। ଏହି ଫସଲର ଚେର ଜମିର ଗଭୀରତାକୁ ଯାଇଥାଏ। ଏଥିପାଇଁ କମ ପାଣି ବ୍ୟବହାର କରି ଅଧିକ ଅମଳ ଦେଇଥାଏ। ଏହାର ଚେର ଜମିରେ ନାଇଟ୍ରୋଜେନ ବଢ଼ାଇବାକୁ ସକ୍ଷମ ହୋଇଥାଏ। ଏହି ଫସଲ ଜଳବାୟୁ ସଂରକ୍ଷଣ ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହି କାରଣରୁ ଡାଲି ଚାଷ ବହୁ ମାତ୍ରାରେ କରାଯିବା ଆବଶ୍ୟକ।

ଅଧିକ ଲାଭ କରୁଛନ୍ତି ଦଲାଲ

କୃଷକମାନଙ୍କୁ ଦିଆଯାଉଥିବା ଦର ଓ ବଜାରରେ ଉତ୍ପାଦନ କିଣିବା ପାଇଁ ସାଧାରଣ ଜନତା ଦେଉଥିବା ମୂଲ୍ୟରେ ବ୍ୟାପକ ଅନ୍ତର ଥାଏ। ଦଲାଲମାନେ ଏହି ଅନ୍ତରକୁ ବିକିବା ଓ କିଣିବା ମୂଲ୍ୟ ମଧ୍ୟରେ ବ୍ୟାପକ ଅନ୍ତର କରି ଲାଭ କରିଥାନ୍ତି। ଏହି ମଧ୍ୟସ୍ଥିମାନଙ୍କ ଏକଚାଟିଆ କାରବାରକୁ ରୋକିବା ପାଇଁ ଆମେ କୃଷକକୁ ସିଧାସଳଖ ବଜାର ସହିତ ଯୋଡ଼ିବାର ଉପାୟ ଖୋଜିବା ଆବଶ୍ୟକ। ଡିଜିଟାଲ ଇଣ୍ଟରନେଟ ବଜାର ଏଥିପାଇଁ ବହୁତ ଉପଯୋଗୀ ହୋଇପାରିବ। କୃଷକ ସମୁହ ସହିତ ଉତ୍ପାଦନ ସମିତି ନିର୍ମାଣ, କୃଷକମାନଙ୍କ ମୂଲ୍ୟ ନିର୍ଦ୍ଧାରଣର ସମ୍ବନ୍ଧିତ ସମସ୍ୟାକୁ ଦୂର କରିବା ପାଇଁ ଶକ୍ତି ପ୍ରଦାନ କରାଯିବାକୁ ସରକାରଙ୍କ ଚିନ୍ତା କରୁଛନ୍ତି। ସରକାର ଦେଶରେ ୧୦ ହଜାର ଉତ୍ପାଦନ ସୋସାଇଟ ଗଠନ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। କୃଷକମାନଙ୍କୁ ଏହା ଉପରେ ସକାରାତ୍ମକ ପ୍ରତିକ୍ରିୟା ଦେବା ଉଚିତ।

ଏହି ଉତ୍ପାଦନ ସମିତିଗୁଡ଼ିକ ଗ୍ରାମାଞ୍ଚଳ ସ୍ତରରେ ଡାଲିକୁ ପରିଷ୍କାର କରିବା ସହିତ ତାହାକୁ ଠିକଣା ଭାବରେ ପ୍ୟାକିଂ କରିବ। ଏହାପରେ ଏହାକୁ ଅନଲାଇନ ବଜାର ଅମାଜନ, ବିଗ ବାଜାର ଓ ସହରମାନଙ୍କରେ ଥିବା ସୁପର ବଜାର ତଥା ଦୋକାନଗୁଡ଼ିକୁ ଯୋଗାଇ ଦେବ। ଏହା ହେଲେ କୃଷକମାନଙ୍କୁ ଉଚିତ ଦର ମିଳିବା ସହିତ ଖାଉଟୀମାନଙ୍କୁ କମ ଦାମରେ ଡାଲି ମିଳିପାରିବ। ଡାଲିକୁ କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ବିତରଣର ଏକ ଅଭିନ୍ନ ଅଙ୍ଗ କରାଯିବା ଉଚିତ। ସ୍କୁଲରେ ମଧ୍ୟାନ୍ନ ଭୋଜନ ଯୋଜନାରେ ଡାଲିକୁ ବାଧ୍ୟତାମୂଳକ ଭାବରେ ସାମିଲ କରାଯିବା ଆବଶ୍ୟକ। ଯାହା ଫଳରେ ଆଗାମୀ ପିଢ଼ୀ ପାଇଁ ପୋଷଣ ସୁନିଶ୍ଚିତ ହୋଇପାରିବ। ଉଚିତ ପ୍ରୋତ୍ସାହନ ସହିତ ଡାଲିର ଉତ୍ପାଦନ ବୃଦ୍ଧି ପାଇଲେ ରାଷ୍ଟ୍ରର ଆର୍ଥିକ ଓ ସାମାଜିକ ସ୍ବାସ୍ଥ୍ୟକୁ ବହୁତ ଲାଭ ମିଳିବ।

ଅନୁସନ୍ଧାନକୁ ବଢ଼ାଇବା ଆବଶ୍ୟକ

ଋାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମିଶନ ଡାଲି ଉତ୍ପାଦନକୁ ବଢ଼ାଇବା ପାଇଁ ଅନେକ ପ୍ରକାରର ପ୍ରକଳ୍ପ ଆରମ୍ଭ କରିଛନ୍ତି। ସମଗ୍ର ଦେଶର ୧୫ଟି ରାଜ୍ୟରେ ଫସଲ କ୍ଷେତ୍ରକୁ ବଢ଼ାଇବା ପାଇଁ ୨୯୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ମିଶ୍ରିତ ଫସଲ ରୂପରେ ଆଖୁ କିଆରୀରେ ଡାଲି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି।

ମୁଖ୍ୟ ଧାନ ଫସଲ ପରେ ଅତିରିକ୍ତ ୧୨ ଲକ୍ଷ ହେକ୍ଟର ଧାନ ବିଲରେ ସବୁଜ ଚଣା ଓ କଳା ଚଣା ଫସଲ ବଢ଼ାଇବା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଦେଶରେ ଡାଲିର ଆଶାଜନକପ ଉତ୍ପାଦନ ହ୍ରାସର ମୁଖ୍ୟ କାରଣ ମଜବୁତ ଓ ଉଚ୍ଚ ମାନର ବିହନ ମିଳୁନଥିବାବେଳେ ଯେଉଁ ବିହନ ମିଳୁଛି ସେଥିରେ ଫସଲକୁ ନଷ୍ଟ କରୁଥିବା ପୋକକୁ ସମ୍ମୁଖୀନ ହୋଇନପାରୁଥିବାବେଳେ ଉଚ୍ଚ ହାରର ଉତ୍ପାଦନ ଦେଇପାରୁନାହିଁ। ପୋକ ଦାଉରୁ ରକ୍ଷା କରିବା ସହିତ ଉଚ୍ଚ ହାରରେ ଉତ୍ପାଦନ ଦେଇପାରୁଥିବା ବିହନ ଉପରେ ଗହନ ଅନୁସନ୍ଧାନର ଆବଶ୍ୟକତା ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.