ETV Bharat / bharat

କୋରୋନା ପାଇଁ ଗୋଟିଏ ଦିନର ଦରମା ପ୍ରଦାନ କରିବ ପ୍ରୟାଗରାଜ ପୋଲିସ - ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି

କୋରୋନା ଭାଇରସ ମୁକାବିଲା କରିବା ପାଇଁ ପ୍ରୟାଗରାଜ ପୋଲିସ କର୍ମଚାରୀମାନେ ନିଜର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବେ । ଏନେଇ ପ୍ରୟାଗରାଜ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

Prayagraj police donate a day's salary for COVID-19 relief
କୋରୋନା ପାଇଁ ଗୋଟିଏ ଦିନର ଦରମା ପ୍ରଦାନ କରିବ ପ୍ରୟାଗରାଜ ପୋଲିସ
author img

By

Published : Apr 13, 2020, 7:48 PM IST

ପ୍ରୟାଗରାଜ: କୋରୋନା ଭାଇରସ ମୁକାବିଲା କରିବା ପାଇଁ ପ୍ରୟାଗରାଜ ପୋଲିସ କର୍ମଚାରୀମାନେ ନିଜର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବେ । ଏନେଇ ପ୍ରୟାଗରାଜ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରୟାଗରାଜ ପୋଲିସ ପକ୍ଷରୁ ଟ୍ବିଟରରେ କୁହାଯାଇଛି, ‘ପ୍ରୟାଗରାଜ ପୋଲିସର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ କୋରୋନା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ସ୍ବେଚ୍ଛାକୃତ ଭାବେ ପ୍ରଦାନ କରିବେ । ’

ଏହି ସହାୟତା ପରିମାଣ 74,10,129 ଟଙ୍କା ହୋଇଥିବା ପ୍ରୟାଗ ପୋଲିସ ସୂଚନା ଦେଇଛି । ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଗୋଟିଏ ଦିନର ଦରମା ସ୍ବେଚ୍ଛାକୃତ ଭାବେ ପ୍ରଦାନ କରିବାପାଇଁ ନିବେଦନ କରିଥିଲେ ।

ଉତ୍ତରପ୍ରଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା 451 ରହିଛି । ସେହିପରି 47 ଜଣ ସୁସ୍ଥ ହୋଇଥିବା ବେଳେ 5 ଜଣଙ୍କ ମୃତ୍ୟୁ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.