ETV Bharat / bharat

ରାଜ୍ୟସଭା ଯିବେ ପ୍ରଶାନ୍ତ କିଶୋର; କେଉଁ ଦଳରୁ ପଢନ୍ତୁ - ପ୍ରଶାନ୍ତ କିଶୋର

ରାଜ୍ୟସଭା ଯିବେ ବିଶିଷ୍ଟ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର । ବର୍ତ୍ତମାନ ‘ବିହାର କୀ ବାତ’ ଅଭିଯାନ ଚଳାଇଛନ୍ତି ସେ । ଖୁବଶୀଘ୍ର ସେ ରାଜ୍ୟସଭା ମଧ୍ୟ ଯିବେ । ତେବେ କେଉଁଦଳରୁ ଯିବେ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପ୍ରଶାନ୍ତ କିଶୋର
ପ୍ରଶାନ୍ତ କିଶୋର
author img

By

Published : Mar 1, 2020, 9:52 PM IST

କୋଲକାତା: ନୀତିଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ)ରୁ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ବହିଷ୍କୃତ ହେବାପରେ ବର୍ତ୍ତମାନ ପ୍ରଶାନ୍ତ ବିହାର ସରକାରଙ୍କ ଉପରେ ଯୋରଦାର ହମଲା ଜାରି ରଖିଛନ୍ତି । ‘ବିହାର କୀ ବାତ୍’ ନାମରେ ଏକ ଯାତ୍ରା ଚଳାଇଛନ୍ତି । ଯେଉଁଥିରେ ବିହାରର ପ୍ରାୟ 10 ଲକ୍ଷ ଯୁବକଙ୍କୁ ଯୋଡିବାର ଲକ୍ଷ୍ୟ ରଖିଛନ୍ତି । ଏହାଛଡା ସେ ଜଣେ ଜଣାଶୁଣା ରଣନୀତିକାର ଭାବେ ସାରା ଦେଶରେ ପରିଚିତ । ଏଭଳି ସ୍ଥଳେ ପ୍ରଶାନ୍ତ ଆଗାମୀ ବିହାର ନିର୍ବାଚନରେ ବଡ ପ୍ରଭାବ ପକାଇବେ ବୋଲି ଆକଳନ କରାଯାଉଛି । ତେବେ ଖୁବ ଶୀଘ୍ର ପ୍ରଶାନ୍ତ କିଶୋର ରାଜ୍ୟସଭା ଯିବା ମଧ୍ୟ ଚର୍ଚ୍ଚା ହେଉଛି । ପ୍ରଶାନ୍ତ କିଶୋରଙ୍କ ବିଧିବଦ୍ଧ ରାଜନୀତି ପଶ୍ଚିମବଙ୍ଗରୁ ଆରମ୍ଭ ହେବ ।

ସୂତ୍ର ଅନୁସାରେ ପଶ୍ଚିମବଙ୍ଗ ସରକାର ନିଜ କୋଟାରୁ ପ୍ରଶାନ୍ତ କିଶୋରଙ୍କୁ ରାଜ୍ୟସଭା ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏହାସହ ଦଳର ବରିଷ୍ଠ ନେତା ମାନେ ପ୍ରଶାନ୍ତଙ୍କ ସହ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିଛନ୍ତି । ଖବୁ ଶୀଘ୍ର ନିଷ୍ପତି ହେବ । ଚଳିତ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ 5 ଟି ସିଟ ଖାଲି ହେବ । ସେଥିରୁ ତୃଣମୂଳ କଂଗ୍ରେସ 4ଟି ଆସନ ଅତି ସହଜରେ ଦଖଲ କରିବ । କିନ୍ତୁ ପଞ୍ଚମ ଆସନ ପାଇଁ ଶାସକ ତୃଣମୂଳ କଂଗ୍ରେସ-କଂଗ୍ରେସ-ସିପିଆଇ ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହେବ । ଫଳରେ ଏହି ଆଶନ କିଏ ଜିତିବ ତାହା ଏବେ ଅନିଶ୍ଚିତତାରେ । ଏହି ସ୍ଥିତିରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପଞ୍ଚମ ସିଟ ପାଇଁ ପ୍ରଶାନ୍ତ କିଶୋରଙ୍କ ନା ଘୋଷଣା କରିପାରେ । ଫଳରେ ଦଳ କଂଗ୍ରେସର ସମର୍ଥନ ହାସଲ କରିପାରିବ । ଏବଂ ଟିଏମସି ନିଜ ରାଜନୀତି ଫାଇଦା ମଧ୍ୟ ହାସଲ କରିପାରିବ ।

କାର୍ଯ୍ୟକାଳ ଶେଷ ହେଉଥିବା ଟିଏମସି ସାଂସଦଙ୍କ ମଧ୍ୟରେ ଅଛନ୍ତି ଜୋଗନ ଚୌଧୁରୀ, ମନୀଷ ଗୁପ୍ତା, ଅହମ୍ମଦ ହସନ ଇମରାନ ଓ କେଡି ସିଂ । ସେହିପରି ସିପିଆଇ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ନୃତବ୍ରତ ବାନାର୍ଜୀଙ୍କ ମଧ୍ୟ କାର୍ଯ୍ୟକାଳ ଶେଷ ହେଉଛି । କିନ୍ତୁ ଦଳ ବିରୋଧୀ ଅଭିଯୋଗରେ ତାଙ୍କୁ ସିପିଆଇ 2017ରେ ଦଳରୁ ବହିଷ୍କାର କରିଛି ।

ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଶାସକ ଟିଏମସି ହାତରୁ କ୍ଷମତା ଛଡାଇ ଆଣିବା ପାଇଁ ବିଜେପି ସବୁ ଶକ୍ତି ଖଟାଇବ । ଏପରି ସ୍ଥଳେ ପ୍ରଶାନ୍ତ କିଶୋର ବିଜେପି ବିରୋଧରେ ଲଢେଇ ଆରମ୍ଭ କରିଛନ୍ତି । ତେଣୁ ମମତା ବାନାର୍ଜୀ ଏହାକୁ ସୁଯୋଗ ଭାବେ ନେଇ ପ୍ରଶାନ୍ତ କିଶୋରଙ୍କୁ ରାଜ୍ୟସଭା ପଠାଇ ଦିଲ୍ଲୀରେ ଦଳର ସ୍ବରକୁ ବିସ୍ତାର କରିବା ପାଇଁ ଚାହୁଁଛନ୍ତି । ତେବେ ଏହା କେତେ ସମ୍ଭବ ତାହା ସମୟ କହିବ । ପ୍ରଶାନ୍ତ କିଶୋର ମଧ୍ୟ ବର୍ତ୍ତମାନ ଯାଏଁ ଟିଏମସିରେ ଯୋଗଦେଇ ନାହାଁନ୍ତି । କିନ୍ତୁ ଟିଏମସିର ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖାନ କରିନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.