ETV Bharat / bharat

ଡାକ୍ତରଖାନାରେ ଭର୍ତ୍ତି ହେଲେ ସାଧ୍ବୀ

ଶୁକ୍ରବାର ମାଲେଗାଁଓ ବିସ୍ଫୋରଣର ଶୁଣାଣି । ଅଭିଯୁକ୍ତ ସାଧ୍ବୀ ପ୍ରଜ୍ଞାଙ୍କୁ କୋର୍ଟରେ ଉପସ୍ଥିତ ହେବାକୁ ରହିଛି ନିର୍ଦ୍ଦେଶ । ହେଲେ ବୁଧବାର ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

author img

By

Published : Jun 6, 2019, 5:47 PM IST

ଫାଇଲ ଫଟୋ

ଭୋପାଳ: ଭୋପାଳର ନବନିର୍ବାଚିତ ସାଂସଦ ସାଧ୍ବୀ ପ୍ରଜ୍ଞା ଠାକୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ତାଙ୍କୁ ବୁଧବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି ।

2008ରେ ମାଲେଗାଁଓ ବିସ୍ଫୋରଣ ମାମଲାର ଅଭିଯୁକ୍ତ ହେଲେ ପ୍ରଜ୍ଞା । ଶୁକ୍ରବାର ମୁମ୍ବାଇର ଏକ ବିଶେଷ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ହେଲେ ଏହା ପୂର୍ବରୁ ତାଙ୍କର ଦେହ ଖରାପ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ପ୍ରଜ୍ଞାଙ୍କ ସହଯୋଗୀଙ୍କ କହିବା ଅନୁସାରେ, ସେ ଶୁକ୍ରବାର କୋର୍ଟରେ ଉପସ୍ଥିତ ହେବେ । ଏହାପରେ ପୁଣି ତାଙ୍କୁ ଡାକ୍ତରଖାନା ନିଆଯିବ ।

କ'ଣ ଏହି ମାଲେଗାଁଓ ବିସ୍ପୋରଣ ?

2008 ମସିହା ଡିସେମ୍ବର 29 ତାରିଖ ମଧ୍ୟପ୍ରଦେଶ ମାଲେଗାଓଁରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ 7 ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ଏନଆଇଏ ତଦନ୍ତ ପରେ ପ୍ରଜ୍ଞା ବିସ୍ଫୋରଣ ମାମଲାରେ ଫସିଛନ୍ତି । ଘଟଣାରେ 9 ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ପ୍ରଜ୍ଞା ଜାମିନ ପାଇଥିଲେ ।

Intro:Body:

terter

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.