ETV Bharat / bharat

କିଶାନ ସମ୍ମାନ ନିଧି ଯୋଜନା: ଜମି ଥିଲେ ମିଳିବ ଟଙ୍କା

author img

By

Published : Sep 18, 2019, 12:26 PM IST

Updated : Sep 18, 2019, 2:02 PM IST

ଦେଶରେ ଚାଷୀଙ୍କ ସୁରକ୍ଷା ଓ ସେମାନଙ୍କ ଋଣମୁକ୍ତ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଅନ୍ୟତମ । ବର୍ତ୍ତମାନ ଏହି ଯୋଜନାର ତୃତୀୟ କିସ୍ତି ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ଆଗକୁ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ କରିବ ବୋଲି ଆଶା କରାଯାଇପାରେ ।

ଡିଜାଇନ ଫଟୋ

ହାଇଦ୍ରାବାଦ: କ୍ଷୁଦ୍ରଚାଷୀଙ୍କ ଲାଗି ବାର୍ଷିକ ସହାୟତା ଯୋଗାଇ ଦେବା ପାଇଁ 2019 ଫେବୃଆରୀରେ ଲଞ୍ଚ କରାଗଲା ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି(PM-KISHAN) ଯୋଜନା । କ୍ଷୁଦ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ଓ ଚାଷର ମାନ ବୃଦ୍ଧି କରିବା ସହ ଚାଷୀଙ୍କୁ ଋଣରୁ ମୁକ୍ତ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନା ଅନୁସାରେ ଯେଉଁ ଚାଷୀଙ୍କ ପାଖରେ 2 ହେକ୍ଟର ପର୍ଯ୍ୟନ୍ତ ଜମି ଥିବ ସେମାନଙ୍କୁ ବାର୍ଷିକ 6000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

2019 ଫେବୃଆରୀରେ ପୂର୍ବତନ ଅର୍ଥମନ୍ତ୍ରୀ ପିୟୂଷ ଗୋଏଲଙ୍କ ଦ୍ବାରା ଦେଶର ଆନ୍ତରୀଣ ବଜେଟ ଉପସ୍ଥାପନା କରାଗଲା । ଏହି ବଜେଟର ମୁଖ୍ୟ ଆକର୍ଷଣ ଥିଲା ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଓ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ ଯୋଜନା । 2019-20 ଆର୍ଥିକ ବର୍ଷ ପାଇଁ ପ୍ରାୟ 75,000କୋଟି ବ୍ୟୟଅଟକଳରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । 2018-19ର ଆର୍ଥିକ ବର୍ଷ ପାଇଁ ମଧ୍ୟ 20,000କୋଟିର ବ୍ୟୟଅଟକଳ ନିର୍ଦ୍ଧାରିତ କରାଯାଇଥିଲା । ଏହି ଯୋଜନା ଅନ୍ତର୍ଗତ ପ୍ରାୟ 12କୋଟିରୁ ଉର୍ଦ୍ଧ ଚାଷୀ ଉପକୃତ ହେବେ ।

ଯୋଜନାରେ ମିଳିବାକୁ ଥିବା ବାର୍ଷିକ 6000ଟଙ୍କା, ପ୍ରତି ଚାରିମାସରେ ଅର୍ଥାତ ବର୍ଷକୁ ତିନୋଟି କିସ୍ତିରେ ଚାଷୀଙ୍କୁ ପ୍ରଦାନ କରାଯିବ । ପ୍ରତି କିସ୍ତିରେ 2000 ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । ସରକାରୀ ଆକଳନ ଅନୁସାରେ, ଦେଶରେ ପ୍ରାୟ 12 କୋଟି 50 ଲକ୍ଷ ଚାଷୀ ଅଛନ୍ତି । ସେମାନଙ୍କ ପାଇଁ ବାର୍ଷିକ 6000 ଅର୍ଥାତ ମୋଟ 75,360କୋଟି ଟଙ୍କା ଖର୍ଚ୍ଚ ହେବ । ହିସାବ କଲେ ପ୍ରତି ଚାଷୀକୁ ମାସିକ 500ଟଙ୍କା ମିଳିବ । ତେବେ ଅସୁସ୍ଥତା କାରଣରୁ ବଜେଟ ପ୍ରସ୍ତୁତ କରିପାରିନଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅନୁସାରେ, ଏହି ଅର୍ଥ ବଢିପାରେ ।

ସରକାରଙ୍କ ପାଖରେ ଭବିଷ୍ୟତରେ ଟ୍ୟାକ୍ସ ବଢିଲେ ଏହି ଯୋଜନାକୁ ବଢାଯିବ ଏହା ସହିତ ଯଦି ରାଜ୍ୟ ଗୁଡିକ ଚାହିଁବେ ତ' ଏହି ଯୋଜନାରେ ଆର୍ଥିତ ସହଯୋଗ କରିପାରିବେ । ବର୍ତ୍ତମାନ ଦେଶର ପ୍ରାୟ 3ଟି ରାଜ୍ୟରେ କୃଷକଙ୍କ ପାଇଁ ନିଜ ନିଜ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯଥା, ତେଲେଙ୍ଗାନାର ‘ଦି ଋତୁ ବନ୍ଧୁ’ ଯୋଜନା, ଓଡିଶାର ‘କାଳିଆ ଯୋଜନା’ ଓ ପଶ୍ଚିମବଙ୍ଗର ‘କୃଷକ ବନ୍ଧୁ ଯୋଜନା’ । ତେଲେଙ୍ଗାନାରେ ପ୍ରତି ଚାଷୀଙ୍କୁ ପ୍ରତି ବର୍ଷ ଏକର ପିଛା 10,000ଟଙ୍କା ଅର୍ଥ ଯୋଗାଇଦିଆଯାଉଥିବା ବେଳେ ଓଡିଶାରେ କ୍ଷୁଦ୍ର ଓ ଭାଗ ଚାଷୀଙ୍କ ପାଞ୍ଚଟି ଋତୁ ପାଇଁ 25,000ଟଙ୍କା ଅନୁମୋଦନ କରାଯାଇଛି । ଏହାସହ ପଶ୍ଚିମବଙ୍ଗରେ ବର୍ଷକୁ 5000 ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉଛି ।

ତେବେ ଏହି ଯୋଜନାକୁ ପରିଚାଳିତ କରିବା ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ । କାରଣ ଆମ ଦେଶର ଜମି ଅଭିଲେଖ ସଠିକ୍ ରୂପରେ ଆକଳନ କରାଯାଇନାହିଁ ଏହାସହ ଦେଶରେ କେତେ ଚାଷୀ ଅଛନ୍ତି ଓ ସେମାନଙ୍କ ବ୍ୟାଙ୍କ ବିବରଣୀ ମଧ୍ୟ ଆକଳନ କରିବା ସହଜ ନୁହେଁ କାରଣ ଅନେକ ରାଜ୍ୟଙ୍କ ପାଖରେ ନା ଜମିର ରେକର୍ଡ ରହିଛି ନା ଚାଷୀଙ୍କର । କିଛି ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ୍ସ ମଡର୍ଣ୍ଣନାଇଜେସନ ପ୍ରୋଗ୍ରାମ ଅଧିନରେ କେବଳ ଦୁଇଟି ରାଜ୍ୟ ଓ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳର ହିଁ କମ୍ପ୍ୟୁଟର ମାଧ୍ୟମରେ ଜମି ଓ ଚାଷୀଙ୍କ ବିବରଣୀ ଲିଖିତ ହୋଇରହିଛି ।

ତେବେ ଏହି ଯୋଜନା ପରିଚାଳିତ ହେବା ପାଇଁ ପ୍ରଥମେ ସରକାର ପାଖରେ ସମ୍ପୂର୍ଣ୍ଣ ବିବରଣୀ ରହିବା ଜରୁରୀ । ଅନ୍ୟପକ୍ଷେ ଏହି ଯୋଜନାର କିଛି ଅପକାରିତା ମଧ୍ୟ ରହିଛି । ଯେପରିକି ଏହି ଯୋଜନାର ଲାଭ ଉଠାଇବା ପାଇଁ ନିଜ ପାଖରେ ଜମି ଥିବା ଆବଶ୍ୟକ । ଭାରତରେ ପ୍ରାୟ 15କୋଟି ଭାଗ ଚାଷୀ କିମ୍ବା ଚାଷ ଜମି ନଥିବା ଚାଷୀ ମାନଙ୍କୁ ଏହାର ଲାଭ ମିଳିପାରିବ ନାହିଁ । ତେବେ ସେମାନଙ୍କ ପାଇଁ ସରକାର ପକ୍ଷରୁ ଅନ୍ୟ ଯୋଜନା ରହିଥିବା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି ସୂଚନା ଦେଇଥିଲେ ଉଦାହରଣ, ମାନେରଗା ଯୋଜନା । ଏହାସହ ଏଠାରେ ଏକ ପ୍ରଶ୍ନବାଚୀ ଉଠୁଛି ଯେ, କଣ ମାସକୁ 500ଟଙ୍କା ଜଣେ ଚାଷୀ ପାଇଁ ଯଥେଷ୍ଟ ?

ଅନ୍ୟପକ୍ଷେ ଏହି ଯୋଜନାର କିଛି ଉପକାରିତା ମଧ୍ୟ ରହିଛି । ମନେକର ଗୋଟିଏ ଚାଷୀ ପରିବାରର ତିନୋଟି ପୁଅଙ୍କ ନାମରେ ଏକ ଏକର ଲେଖାଏଁ ଜମି ରହିଛି । ଜଣକୁ 6000 ମିଳିଲେ ତିନି ଜଣଙ୍କୁ 18,000 ମିଳିବ । ନିଶ୍ଚିତ ଭାବରେ ଏହା ଏକ ବଡ ନିବେଶ । ଅନ୍ୟପକ୍ଷେ ସଂଯୁକ୍ତ ପରିବାର ଏଥିରେ ବେଶି ଲାଭ ପାଇ ପାରିବ ତେଣୁ ଏହା ପରିବାରକୁ ଏକ ସାଥିରେ ବାନ୍ଧି ରଖିପାରିବ । ଅନ୍ୟପକ୍ଷେ ସରକାର ଚାହିଁଥିଲେ ଏହି ଯୋଜନା ଆଳରେ ସେ କୃଷକଙ୍କ ପାଇଁ କରିଥିବା ବାକି ଯୋଜନା ଯଥା ଫର୍ଟିଲାଇଜର ଯୋଗାଇଦେବା ଆଦିକୁ ବନ୍ଦ କରିପାରିଥାନ୍ତେ କିନ୍ତୁ ସେ ସବୁ ଯୋଜନା ଏବେ ବି କାର୍ଯ୍ୟକାରୀ ରହିଛି ।

ତେବେ ସେ ଯାହା ବି ହେଉ ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଯୋଜନା ସମସ୍ତ ଚ୍ୟାଲେଞ୍ଜ ପାରି କରି କାର୍ଯ୍ୟକାରୀ ହୋଇଛି । ପ୍ରଥମ ଓ ଦ୍ବିତୀୟ କିସ୍ତିର ସହାୟତା ଯୋଗାଇଦେବା ପରେ ତୃତୀୟ କିସ୍ତି ସହାୟତା ଯୋଗାଇଦିଆଯାଉଛି । ଏହା ବର୍ତ୍ତମାନ ନଭେମ୍ବର 30 ଯାଏଁ ଚାଲିବ । କିନ୍ତୁ ଏଯାଏଁ ଓଡିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ତୃତୀୟ କିସ୍ତିରୁ ବଞ୍ଚିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Sep 18, 2019, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.