ETV Bharat / bharat

ପିଛା ଛାଡୁନି ବିବାଦ, ପୋଷ୍ଟରରେ ସିଦ୍ଧୁଙ୍କୁ ପ୍ରଶ୍ନ - posters

ପଞ୍ଜାବର ଗଳିକନ୍ଦିରେ ସିଦ୍ଧୁଙ୍କ ପୋଷ୍ଟର । କଂଗ୍ରେସ ନେତା ତଥା ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ନବଜ୍ୟୋତ ସିଂହ ସିଦ୍ଧୁ କେବେ ରାଜନୀତି ଛାଡିବେ ବୋଲି ପୋଷ୍ଟରରେ ଲେଖାଯାଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jun 21, 2019, 9:13 PM IST

ଚଣ୍ଡିଗଡ: ପଞ୍ଜାବର ଗଳିକନ୍ଦିରେ ସିଦ୍ଧୁଙ୍କ ପୋଷ୍ଟର । କଂଗ୍ରେସ ନେତା ତଥା ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ନବଜ୍ୟୋତ ସିଂହ ସିଦ୍ଧୁ କେବେ ଛାଡିବେ ରାଜନୀତି । କେବେ ଦେବେ ନିଜ ପଦରୁ ଇସ୍ତଫା । ଆମେ ତାଙ୍କ ଇସ୍ତଫା ଅପେକ୍ଷାରେ ଅଛୁ ଲେଖାଥିବା ପଞ୍ଜାବର ଗଳିକନ୍ଦିରେ ଲଗାଯାଇଛି ପୋଷ୍ଟର । ପୋଷ୍ଟରରେ ତାଙ୍କର ଏକ ଫଟୋ ମଧ୍ୟ ଲଗାଯାଇଛି । ଏହି ପୋଷ୍ଟର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଏହି ପୋଷ୍ଟର ଜରିଆରେ ସିଦ୍ଧୁଙ୍କୁ ଟାର୍ଗେଟ କରି ସେ ରାଜନୀତି କେବେ ଛାଡିବେ ବୋଲି ପ୍ରଶ୍ନ କରାଯାଇଛି । ନିଜ କଥାକୁ ପ୍ରମାଣ କରିବାର ସମୟ ଆସିଯାଇଛି । ଆମେ ଆପଣଙ୍କ ଇସ୍ତଫାର ଅପେକ୍ଷାରେ ଅଛୁ ବୋଲି ପୋଷ୍ଟରରେ ଲେଖାଯାଇଛି । ତେବେ ଏଥିପାଇଁ କିଏ ଦାୟୀ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନ 2019 ସମୟରେ ସିଦ୍ଧୁ କଂଗ୍ରେସର ଷ୍ଟାର ପ୍ରଚାରକ ଥିଲେ । ସେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଇଁ ରାଇବରେଲିରେ ପ୍ରଚାର କରୁଥିଲେ । ଏହି ସମୟରେ ସେ ଏକ ଜନସଭାରେ କହିଥିଲେ, ଯଦି ରାହୁଲ ଗାନ୍ଧୀ ଆମେଠୀରେ ହାରିବେ ତ ମୁଁ ରାଜନୀତି ଛାଡିଦେବି । ବର୍ତ୍ତମାନ ରାହୁଲ ଆମେଠିରେ ହାରି ଯାଇଥିବାରୁ ସିଦ୍ଧୁ କେବେ ରାଜନୀତି ଛାଡ଼ିବେ,ସେ ନେଇ ଚର୍ଚ୍ଚା ଜୋର ଧରିଛି ।

Intro:Body:

asda

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.