ETV Bharat / bharat

ବିହାରରେ ପୋଷ୍ଟର ଲଢେଇ: ଅପରାଧୀ କିଏ ? ପ୍ରଶ୍ନ କଲା ଜେଡି(ୟୁ) - ପୋଷ୍ଟର ଲଢେଇ

ବୁଧବାର ସତ୍ତାଧାରୀ ଜେଡି(ୟୁ)ର ତାଜା ପୋଷ୍ଟରରେ ଭ୍ରଷ୍ଟାଚାର ମୁଦ୍ଦାକୁ ନଜରରେ ରଖି ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାକୁ ଟାର୍ଗେଟ କରିଛି । ଜେଡିୟୁ ଏହି ପୋଷ୍ଟରରେ ଲାଲୁଙ୍କ ସମେତ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପତ୍ନୀ ରାବଡୀ ଦେବୀ, ପୁଅ ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରି ଅପରାଧୀ କିଏ ? ବୋଲି ପ୍ରଶ୍ନ ପଚରାଯାଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 19, 2020, 7:25 PM IST

ପାଟନା: ବିହାରର ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ପୋଷ୍ଟର ୱାର ଥମିବାର ନାଁ ନେଉନାହିଁ । ରାଜଧାନୀ ପାଟନାରେ ଜେଡି(ୟୁ) ଓ ଆରଜେଡି ଦ୍ବାରା ପ୍ରତି ଦିନ କିଛି ନା କିଛି ନୂଆ ନୂଆ କଟାକ୍ଷ, ବ୍ୟଜ୍ଞାତ୍ମକ ଓ ସମାଲୋଚନା ମୂଳକ ପୋଷ୍ଟର ପରସ୍ପର ପାଇଁ ଦେଖିବାକୁ ମିଳୁଛି । ରାଜ୍ୟର ଦୁଇ ପ୍ରମୁଖ ଦଳ ମଧ୍ୟରେ ପୋଷ୍ଟର ଲଢେଇ ଗତ କିଛି ସପ୍ତାହ ପୂର୍ବରୁ ଜାରି ରହିଛି । ଏହି କ୍ରମରେ ବୁଧବାର ସତ୍ତାଧାରୀ ଜେଡିୟୁର ତାଜା ପୋଷ୍ଟରରେ ଭ୍ରଷ୍ଟାଚାର ମୁଦ୍ଦାକୁ ନଜରରେ ରଖି ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାକୁ ଟାର୍ଗେଟ କରାଯାଇଛି ।

ଏହି ପୋଷ୍ଟର ଜରିଆରେ ଲାଲୁ ଓ ପୂର୍ବ ସାଂସଦ ଶାହାବୁଦ୍ଦୀନଙ୍କ ମଧ୍ୟରେ ଥିବା ଘନିଷ୍ଠତାକୁ ଦେଖାଇବା ପାଇଁ ଚେଷ୍ଟା କରାଯାଇଛି । ଜେଡିୟୁ ଏହି ପୋଷ୍ଟରରେ ଲାଲୁଙ୍କ ସମେତ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପତ୍ନୀ ରାବଡୀ ଦେବୀ, ପୁଅ ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରି ଅପରାଧୀ କିଏ ? ବୋଲି ପ୍ରଶ୍ନ ପଚରାଯାଛି ।

ଏହି ପୋଷ୍ଟରରେ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ, ପୂର୍ବତନ ସାଂସଦ ଶବାବୁଦ୍ଦୀନ ଓ ଆରଜେଡି ନେତା ରାଜବଲ୍ଲଭ ଯାଦବଙ୍କୁ ଜେଲ୍‌ ଭିତରେ ଥିବା ଦେଖାଯାଇଛି । ଏହାସହ ଏହି ପୋଷ୍ଟରରେ ରାବଡୀ ଦେବୀ ଓ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀର ଆଇଆରସିଟିସି ଘୋଟାଲାରେ ନାମ ଆସିବା ପରେ ପଟିଆଲା ହାଉସ କୋର୍ଟ ଚକ୍କର କାଟୁଥିବା ଦେଖାଯାଇଛି । ପୋଷ୍ଟରରେ ତେଜସ୍ବୀ ଯାଦବ ଅବୈଧ ସମ୍ପତ୍ତି ରଖିଥିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରାଡାରରେ ଆସିବା ପରେ ଯାଞ୍ଚ ହେବା ପ୍ରକ୍ରିୟାକୁ ମଧ୍ୟ ଦେଖାଇବା ପାଇଁ ପ୍ରୟାସ କରାଯାଇଛି । ଏହାସହ ଏହି ପୋଷ୍ଟରରେ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ଟଙ୍କା ଭର୍ତ୍ତି ବସ୍ତା କାନ୍ଧରେ ଝୁଲାଇଥିବା ଦେଖାଯାଇଛି ।

ପୋଷ୍ଟରରେ ଲାଲୁଙ୍କ ପରିବାରକୁ ଟାର୍ଗେଟ କରିଛି ଜେଡିୟୁ । ଏହାସହ ଭ୍ରଷ୍ଟାଚାରରେ ଏମାନଙ୍କ ପାଇଁ କୌଣସି ପ୍ରମାଣର ଆବଶ୍ୟକତା ନାହିଁ, ଏମାନେ ‘ଭ୍ରଷ୍ଟାଚାର ସ୍ବ ଅଭିପ୍ରମାଣିତ’ ଦର୍ଶାଇବା ପାଇଁ ପ୍ରୟାସ କରାଯାଇଛି ।

ଉଲ୍ଲେଖ ଯୋଗ୍ୟ ଯେ ମଙ୍ଗଳବାର ଆରଜେଡି ନୀତିଶ ସରକାରରେ ହେଉଥିବା ଘୋଟାଲାକୁ ନେଇ ଜେଡିୟୁକୁ ଟାର୍ଗେଟ କରିଥିଲା ।

@IANS ଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.