ଲକ୍ଷ୍ନୌ: ହିନ୍ଦୁ ପରିଷଦର ସଂସ୍ଥାପକ ଡା. ପ୍ରବୀଣ ତୋଗଡିଆ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)କୁ ନେଇ ବଡ ବୟାନ । ସେ କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ଆଇନ(ସିଏଏ)କୁ ସ୍ବାଗତ କରିବା ସହ ଏହାର ତୁରନ୍ତ ପରେ ସମଗ୍ର ଦେଶରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ଲାଗୁ କରିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ।
ସୋମବାର ୟୁପିର କିରନ ଗାର୍ଡନରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସହଭାଗିତା କରିବା ପାଇଁ ପହଞ୍ଚିଥିଲେ ଡା. ପ୍ରବୀଣ ତୋଗଡିଆ । ସେଠାରେ ସେ କହିଛନ୍ତି ଯେ ସରକାରେ ଯେତେବେଳେ ତିନ ତଲାକ୍ ଭଳି ଆଇନ ଲାଗୁ କରିପାରିଲେ ତେବେ ଏନପିଆର ଭଳି ଜରୁରୀ କାନୁନ ପାରିତ କରିବାରେ ବିଳମ୍ବ କଣ ପାଇଁ ? ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟା କର୍କଟ ରୋଗ ଭଳି କାୟା ବିସ୍ତାର କରିବାରେ ଲାଗୁଛି । ଏହି ଜନସଂଖ୍ୟା ବୃଦ୍ଧି ରୂପକ କ୍ୟାନ୍ସର ପାଇଁ ମଲମରେ କାମ ଚଳିବ ନାହିଁ ଏଥିପାଁଇ ସ୍ଥାୟୀ ପ୍ରତିକାରର ଆବଶ୍ୟକତା ରହିଛି ।
ଭିଏଚପିର ଅନ୍ତର୍ଜାତୀୟ ଅଧ୍ୟକ୍ଷ ପ୍ରବୀଣ ତୋଗଡିଆ ଆହୁରି କହିଛନ୍ତି ଯେ, ଦେଶ ସ୍ବାଧୀନତା ପରେ ପରେ ବିଭାଜନ ହୋଇଥିଲା । ସେହି ସମୟରେ ଦେଶରେ ସଂଖ୍ୟାଲଘୁଙ୍କ ସଂଖ୍ୟା କେତେ ରହିଥିଲା ? ବର୍ତ୍ତମାନର ଅନୁପାତକୁ ସାମ୍ନାକୁ ଆଣିଲେ ଆଗକୁ ହିନ୍ଦୁ ମାନେ ଦେଶରେ ଅଳ୍ପ ସଂଖ୍ୟକ ହୋଇଯିବେ । ଏଥିପାଇଁ ଜନସଂଖ୍ୟାକୁ ଲଗାମ ଲଗାଇବା ପାଇଁ ଏନପିଆରର ଜରୁରୀ ରହିଛି ।
ଦେଶରେ ଦୁଇରୁ ଅଧିକ ସନ୍ତାନ ଜନ୍ମ ନକରିବା ପାଇଁ ଆଇନ ଲାଗୁ କରାଯିବା ଉଚିତ୍ । ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଇସାରା କରି ସେ କହିଛନ୍ତି ଯେ, କ୍ରିକେଟ ଟିମ ଛିଡା କରୁଥିବା ସମୁଦାୟଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଯିବା ଦରକାର । ଏହାସହ ସେମାନଙ୍କ ନିର୍ବଚନ ଲଢିବା ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇବା ଆବଶ୍ୟକ ।
ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ୍ ଓୱେସୀଙ୍କ ସଭା ମଞ୍ଚରେ ଦେଶ ବିରୋଧୀ ନାରା ଲଗାଯିବା ନେଇ ସେ ମତ ରଖିଛନ୍ତି । ଓୱେସୀ ବିଜେପିର ମାର୍କେଟିଂ କରୁଥିବ ସେ କହିଛନ୍ତି । ବିଜେପକୁ ଏବେ ପ୍ରବୀ ତୋଗାଡିଆଙ୍କ ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।
@IANSଇନପୁଟ