ଜମ୍ମୁକାଶ୍ମୀର: ପୁଲୱାମା ଆକ୍ରମଣ ପରେ ବଢି ଚାଲିଛି ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା । ଏହି ତିକ୍ତତା ପାଇଁ ଅନେକ ସମୟରେ ଭାରତ ପାକିସ୍ତାନ ମଧ୍ୟରେ ଗୁଳିବିନିମୟ ଜାରି ରହୁଛି । କିନ୍ତୁ ଶାନ୍ତିର ବାର୍ତ୍ତା ଦେଉଥିବା ପାକିସ୍ତାନ ପୁନର୍ବାର ବେଇମାନିର ପରିଚୟ ଦେଇଛି । ପୁଣି ଥରେ ପୁଞ୍ଚ ସେକ୍ଟର କ୍ରିଷ୍ଣା ଘାଟି ନିକଟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ସୂଚନା ମିଳିଛି ।
ପାକିସ୍ତାନ ଏହି ଅସ୍ତ୍ରବିରତି ଉଲ୍ଲଂଘନ ରବିବାର ସକାଳ ପାଖାପାଖି 4ଟା ବାଜି 30 ମିନିଟରେ ଆରମ୍ଭ କରିଥିଲା । ଏହି ଆକ୍ରମଣ 3 ଘଣ୍ଟା ଧରି ସକାଳ 7 ଟା 30 ପର୍ଯ୍ୟନ୍ତ ଜାରି ରହିଥିଲା । ତେବେ ଏହି ଘଟଣା ପରେ ଭାରତୀୟ ସେନା ପାକିସ୍ତାନ ସେନାକୁ ମୁହଁତୋଡ ଜବାବ ଦେବାସହ ପ୍ରତି ଆକ୍ରମଣ ଜାରି ରଖିଛି ।
ସୂଚନାନୁସାରେ,ଏହା ପୂର୍ବରୁ ଶନିବାର ଦିନ ପାକିସ୍ତାନ ସେନା ଭାରତୀୟ ସୁରକ୍ଷା ବଳୟର 3ଟି ସ୍ଥାନରେ ଅସ୍ତ୍ରବିରତି ଉଲ୍ଳଂଘନ କରିଥିଲା । ଏହି ଆକ୍ରମଣ ଜାମ୍ମୁ କାଶ୍ମୀରର ରାଜୌରି ସେକ୍ଟର ହୋଇଥିବା ସୂଚନା ମିଳିଥିଲା ।