ନୂଆଦିଲ୍ଲୀ: ଆଉ କିଛିର ବ୍ୟବଧାନ ପରେ ସମଗ୍ର ଦେଶରେ ଆରମ୍ଭ ହୋଇଯିବ ଶୀତ ଋତୁ । ବଦଳିବ ପାଣିପାଗ । ଥଣ୍ଡା ଏବଂ ଜାଡରେ ଥରିଉଠିବେ ଲୋକେ । କୁହୁଡି ଯୋଗୁଁ ପ୍ରଭାବିତ ହେବେ ସାଧାରଣ ଜୀବନଯାତ୍ରା । ମାତ୍ର ଶୀତ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀରେ ପରିବେଶରେ ଦେଖିବାକୁ ମିଳିଲାଣୀ ପରିବର୍ତ୍ତନ ।
ଦିନକୁ ଦିନ ଦେଶର ରାଜଧାନୀ ଦିଲ୍ଲୀରେ ବଢିବାରେ ଲାଗିଛି ପ୍ରଦୂଷଣ । ଏହାଯୋଗୁଁ ପ୍ରଭାବିତ ହେଉଛି ଦୈନନ୍ଦିନ ଜୀବନ । ତେବେ ଶୀତ ଋତୁ ଆରମ୍ଭ ହେଉହେଉ ଦିଲ୍ଲୀ ଏବଂ ଏହା ସଂଲଗ୍ନ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଖପାଖ ପଡୋଶୀ ରାଜ୍ୟରେ ଶୁଖିଲା ଗଛର ଡାଳପତ୍ର ଜାଳିବା ଫଳରେ ନିର୍ଗତ ହେଉଥିବା ଧୂଆଁ ଫଳରେ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି ।
![delhi](https://etvbharatimages.akamaized.net/etvbharat/prod-images/4746791_air.jpg)
ଏନେଇ ସିପିସିବି ପକ୍ଷରୁ କୁହାଯାଇଛି ଯେ, ସୋମବାର ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ 300 ପାର ହୋଇଯିବ । ସେହିପରି ଏନସିଆର ଉପକଣ୍ଠସ୍ଥ ଗାଜିଆବାଦର ନୋଏଡାର ପାଣି ପବନ ପ୍ରଦୂଷିତ ହେବାରେ ଲାଗିଲାଣି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଡିଜେଲ ଚାଳିତ ଜେନେରେଟରର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଜରୁରୀକାଳନୀ ସେବା ଯୋଗାଉଥିବା ସଂସ୍ଥା ଯେପରି ଏୟାରପୋର୍ଟ, ରେଳୱେଷ୍ଟେସନ ଏବଂ ଚିକିତ୍ସାଳୟକୁ ଏଥିରୁ ବାଦ ଦିଆଯାଇଛି ।