ଚଣ୍ଡିଗଡ: କୋରୋନା ମୁକାବିଲା ପାଇଁ ଲକଡାଉନ ଘୋଷଣା ହୋଇଛି । ହେଲେ ଏହା ପରୋକ୍ଷରେ ପରିବେଶର ଅନେକ ଉପକାର କରିଛି । ସବୁବେଳେ ପ୍ରଦୂଷଣରେ ଭରି ରହୁଥିବା ଅନେକ ଜାଗାରେ ଏହି ସମୟରେ ମାତ୍ରା କମ ରହିଛି ।
ପଞ୍ଜାବ ଜଳନ୍ଧରର ଲାମ୍ବା ପିଣ୍ଡ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଅନେକ କମିଯାଇଛି । କାରଣ ଲକଡାଉନ ଯୋଗୁଁ ସମସ୍ତ ଇଣ୍ଡଷ୍ଟ୍ରି ବନ୍ଦ ରହିଛି । ଏହାସହ ବିନା କାରଣରେ କୌଣସି ଗାଡିମୋଟର ଯାତାୟତ କରୁନାହିଁ । ସବୁବେଳେ ଏଠାରେ ପ୍ରଦୂଷଣ ଭର୍ତ୍ତିଥିବାବେଳେ ବର୍ତ୍ତମାନ ଏହାର ମାତ୍ରା କମ ରହିଛି ।
ଫଳରେ ଏଠାରୁ ହିମାଳୟର ପର୍ବତ ସ୍ପଷ୍ଟ ଦେଖାଯାଉଛି । ଅନ୍ୟ ଦିନରେ ଖୋଲା ଆଖିରେ ଏହା ଦେଖିବା ଅସମ୍ଭବ । କାରଣ ଦୂର ଦୂର ଯାଏଁ ଧୂଳି ଓ ଧୂଆଁ ଭରି ରହିଥାଏ । କିନ୍ତୁ ପ୍ରଦୂଷଣ କମିଯିବାରୁ ଏବେ ହିମାଳୟ ପର୍ବତର ଅଂଶ ସ୍ପଷ୍ଟ ଖୋଲା ଆଖିରେ ଦେଖା।ଯାଉଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଆଶ୍ବସ୍ତି ହେବା ସହ ସବୁବେଳେ ପରିସ୍ଥିତି ଏପରି ରହିବା ନେଇ ଆଶାପ୍ରକାଶ କରିଛନ୍ତି ।
ସୌଜନ୍ୟ@ANI
@ani