ETV Bharat / bharat

ପ୍ରଦୂଷଣ କାରଣରୁ ବଢୁଛି ଚର୍ମ ସମସ୍ୟା - Pollution increases skin problems by 30 percent

ପ୍ରଦୂଷଣ କାରଣରୁ ବ୍ୟାପକ ଭାବେ ଚର୍ମରୋଗ ବଢୁଛି । ବିଗତ ଦିନ ଅପେକ୍ଷା ଚର୍ମରୋଗୀଙ୍କ ସଂଖ୍ୟା 30 ପ୍ରତିଶତ ଅଧିକ ବଢିଛି ବୋଲି ଏମସ ଡାକ୍ତର କହିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 20, 2019, 8:45 PM IST

ନୂଆଦିଲ୍ଲୀ: ମାତ୍ରାଧିକ ପ୍ରଦୂଷଣ କାରଣରୁ ଦିଲ୍ଲୀରେ ସାଧାରଣ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ଦିଲ୍ଲୀ ଏନସିଆରରେ ବର୍ତ୍ତମାନ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି । ବୁଧବାର ଚିକିତ୍ସକମାନେ ସୂଚନା ଦେଇ କହିଛନ୍ତି କି, ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ 30 ପ୍ରତିଶତ ଚର୍ମରୋଗୀଙ୍କ ସଂଖ୍ୟା ବଢିଛି ।

ଏହି ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ଉପରେ ଗୁରୁତର ଭାବେ ପ୍ରଭାବ ପକାଇଛି । ଏହା ମଧ୍ୟରେ ସର୍ବାଧିକ ଚର୍ମରୋଗୀଙ୍କ ସଂଖ୍ୟା ବଢିଛି ବୋଲି ଏମ୍ସ ଚିକିତ୍ସକମାନେ କହିଛନ୍ତି । ଏମ୍ସର ଡର୍ମିଟୋଲୋଜି ବିଭାଗର ଅଧ୍ୟକ୍ଷ ବିକେ ଶର୍ମା କହିଛନ୍ତି କି, ପ୍ରଦୂଷଣ କାରଣରୁ ଚର୍ମ ସମସ୍ୟା ପୂର୍ବ ଅପେକ୍ଷା ଅଧିକ ଦେଖାଦେଇଛି । ବୟସାଧିକ, କୁଣ୍ଡିଆ ଆଦି ରୋଗ ଚର୍ମରେ ଦେଖା ଦେଇଛି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା 2.5 ପିଏମ କାରଣରୁ ଚର୍ମରେ ଏହି ସମସ୍ୟା ଦେଖାଦେଇଛି । ସେହିଭଳି କେଏଏସ ମେଡ଼ିକାଲ ସେଣ୍ଟର ଏବଂ ମେଡ଼ିକାଲର ନିର୍ଦ୍ଦେଶକ ଡାକ୍ତର ଅଜୟ କଶ୍ୟପ କହିଛନ୍ତି କି, ଆମମାନଙ୍କର ଚର୍ମ ଶରୀର ସୁରକ୍ଷା କବଚ ଭାବେ କାର୍ଯ୍ୟ କରିଥାଏ । ମାତ୍ର ପ୍ରଦୂଷଣ କାରଣରୁ ବ୍ୟାପକ ଭାବେ ଚର୍ମ ରୋଗ ଦେଖାଦେଇଛି ବୋଲି ସେ କହିଛନ୍ତି ।

Intro:Body:

editorial

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.