ଚେନ୍ନାଇ : ତାମିଲନାଡୁ ଭେଲ୍ଲୋରରେ ବାତିଲ ହୋଇପାରେ ନିର୍ବାଚନ। ଡିଏମକେର ଜଣେ ନେତାଙ୍କ ସଂସ୍ପର୍ଶରେ ଥିବା ଏକ ଗୋଦାମରୁ ମୋଟା ଅଙ୍କର ଟଙ୍କା ଜବତ କରାଯାଇଥିଲା।ଏହାକୁ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ଏଠାରେ ନିର୍ବାଚନକୁ ବାତିଲ କରାଯିବି ବୋଲି ସୂଚନା ମିଳିଛି ।
କିନ୍ତୁ ଡିଏମକେର ମୁଖ୍ୟ ଏମକେ ଷ୍ଟାଲିନ ଏହାକୁ ଗ୍ରହଣ କରିନାହାଁନ୍ତି । ଏପରି ଆରୋପ ଲଗାଇ ଆମକୁ ଭୟଭୀତ କରାଯାଉଛି ବୋଲି କହିଛନ୍ତି ଷ୍ଟାଲିନ। ପ୍ରଥମେ ଦୁରାଇ ମରୁଗାନ ନାମକ ଜଣେ ନେତାଙ୍କ ଘରେ ଚଢାଉ କରି ଟଙ୍କା ଜବତ କରାଯାଇଥିଲା ।
ଏହାପରେ ଗତ ସପ୍ତାହରେ ଆୟକର ବିଭାଗ ପକ୍ଷରୁ ମରୁଗାନଙ୍କ ସହଯୋଗୀ ଡିଏମକେ ନେତା ପୁଞ୍ଜିଲାଇ ଶ୍ରୀବାସନଙ୍କ ଗୋଦାମଙ୍କ 11କୋଟି ଟଙ୍କା ଜବତ କରାଯାଇଥିଲା। ଏକାବେଳେ ଏତେ ଟଙ୍କା କେଉଁଠୁ ଆସିଲା । କାହିଁକି ଏଠାରେ ରଖାଯାଇଛି। ସେନେଇ ବର୍ତ୍ତମାନ ଆଇଟି ପକ୍ଷରୁ ଗୋଦାମ ଘରେ ଯାଞ୍ଚ କରାଯାଉଛି ।