ETV Bharat / bharat

ରାଜନୈତିକ ଦଳଙ୍କୁ ଚାନ୍ଦାର ହିସାବ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - BJP

ରାଜନୈତିକ ଦଳଗୁଡିକୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ମିଳୁଥିବା ଚାନ୍ଦାର ସଂପୂର୍ଣ୍ଣ ବିବରଣୀ ସିଲ ବନ୍ଦ ଲଫାପାରେ ନିର୍ବାଚନ ଆୟୋଗଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ସୁପ୍ରିମକୋର୍ଟ ଏହି ମାମଲା ଉପରେ ବିସ୍ତୃତ ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିବେ ।

ଫାଇଲ ଫଟୋ
author img

By

Published : Apr 12, 2019, 10:46 PM IST

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକ ମିଳୁଥିବା ଚାନ୍ଦା ଉପରେ ସୁପ୍ରିମକୋର୍ଟରୁ ଆସିଛି ଗୁରୁତ୍ବପୂର୍ଣ୍ଣ ରାୟ । ରାଜନୈତିକ ଦଳଗୁଡିକ ନିର୍ବାଚନୀ ବଣ୍ଡ ମାଧ୍ୟମରେ ମିଳୁଥିବା ଚାନ୍ଦାର ସଂପୂର୍ଣ୍ଣ ବିବରଣୀ ସିଲ ବନ୍ଦ ଲଫାପାରେ ନିର୍ବାଚନ ଆୟୋଗକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । କୋର୍ଟ ଏହି ବିବରଣୀ ଆୟୋଗକୁ ପ୍ରଦାନ କରିବା ପାଇଁ ମେ ୩୦ ଯାଏଁ ସମୟ ସୀମା ଧାର୍ଯ୍ୟ କରିବା ସହ ପ୍ରତ୍ୟେକ ଦଳକୁ ଦାନଦାତାଙ୍କ ପରିଚୟ ଦେବାକୁ ଆଦେଶ ଦେଇଛନ୍ତି ।

ଅନ୍ୟପକ୍ଷେ ସୁପ୍ରିମକୋର୍ଟ ଏହି ମାମଲା ଉପରେ ବିସ୍ତୃତ ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିବେ । ଏହାପୂର୍ବରୁ କେନ୍ଦ୍ର ସରକାର କୋର୍ଟଙ୍କୁ କହିଥିଲେ ଯେ, ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନୀ ବଣ୍ଡ ବିଷୟରେ କୌଣସି ଆଦେଶ ନ ଦିଆଯାଉ । କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଏହା ଉପରେ ନିଷ୍ପତ୍ତି ନିଆଯାଉ ବୋଲି କେନ୍ଦ୍ର ସରକାର କହିଥିଲେ ।

ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ପକ୍ଷ ରଖି କହିଛନ୍ତି ଯେ ନିର୍ବାଚନୀ ବଣ୍ଡ ରାଜନୈତିକ ଦାନ ପାଇଁ ପାରିଦର୍ଶିତା ଓ ଉତ୍ତରଦାୟୀ ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ । ନିର୍ବାଚନୀ ବଣ୍ଡ ପୂର୍ବରୁ ଅଧିକାଂଶ ଦାନ ନଗଦ ଆକାରରେ ମିଳୁଥିଲା । ଯାହା ଦ୍ବାରା ବିନା ହିସାବରେ ଅର୍ଥ ନିର୍ବାଚନରେ ବ୍ୟବହାର କରାଯାଇଛି । ଏହି ଇଲେକ୍ଟୋରାଲ ବଣ୍ଡ ଚେକ, ଡ୍ରାଫ୍ଟ ଓ ପ୍ରତ୍ୟେକ୍ଷ ଡେବିଟ ମାଧ୍ୟମରେ କରାଯାଇଥାଏ । ଏହା ଦ୍ବାରା କୌଣସି କଳାଧନ ନିର୍ବାଚନରେ ବ୍ୟବାର କରାଯାଇହେବନି । ଅନ୍ୟପକ୍ଷେ ଯାଚିକାକର୍ତ୍ତା ନିର୍ବାଚନୀ ବଣ୍ଡ ଉପରେ ତୁରନ୍ତ ରୋକ ଲଗାଇବାର ଦାବି କରିଥିଲେ ।

Intro:Body:

ddghd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.