ETV Bharat / bharat

ମାସ୍କ: ଏକ ରାଜନୈତିକ ପ୍ରସଙ୍ଗ ! - POLITICAL ISSUE ON WEARING OF MASK

ମାସ୍କକୁ ନେଇ ରାଜନୈତିକ ପ୍ରସଙ୍ଗ କିପରି ହୋଇପାରିବ । ସେ ପୁଣି ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାରେ ।

ମାସ୍କକୁ ନେଇ ରାଜନୈତିକ ପ୍ରସଙ୍ଗ
ମାସ୍କକୁ ନେଇ ରାଜନୈତିକ ପ୍ରସଙ୍ଗ
author img

By

Published : Jul 7, 2020, 8:08 PM IST

ହାଇଦ୍ରାବାଦ: ମାସ୍କକୁ ନେଇ ରାଜନୈତିକ ପ୍ରସଙ୍ଗ କିପରି ହୋଇପାରିବ । ସେ ପୁଣି ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାରେ । କପଡାରେ ତିଆରି ମାସ୍କ ନାକ, ମୁହଁ ଘୋଡାଇବାରେ ସାହାଯ୍ୟ କରିଥାଏ । ଅତି ସରଳ ଜିନିଷଟେ ହୋଇଥିଲେ ମଧ୍ୟ ଭାଇରସକୁ ଅଟକାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଏହି କପଡା ମାସ୍କ ବି ରାଜନୈତିକ ପ୍ରସଙ୍ଗ ହୋଇପାରେ ତାହା ନିଶ୍ଚିତ ଆଶ୍ଚର୍ଯ୍ୟର ବିଷୟ ।

କିଛି ଆମେରିକୀୟ ସରକାରଙ୍କ ନିର୍ଦ୍ଦେଶାବଳୀର ପାଳନ କରି ମାସ୍କ ପିନ୍ଧୁଥିବା ବେଳେ ଅନେକ ଏହାକୁ ବିରୋଧ କରୁଛନ୍ତି । ଫଳରେ ବର୍ତ୍ତମାନ ଏହା ଦେଶରେ ଏକ ରାଜନୈତିକ ପ୍ରସଙ୍ଗ । ଏହାକୁ ନେଇ ଦେଶର ପ୍ରମୁଖ ଦଳ ଡେମୋକ୍ରେଟିକ ଓ ରିପବ୍ଲିକର ମତାମତ ବିଷୟରେ ଜାଣିବା ।

ଡେମୋକ୍ରେଟିକ- ଏହି ଦଳ ମାସ୍କର ମହତ୍ତ୍ବ ବିଷୟରେ ଅଧିକ ସ୍ୱର ଉତ୍ତୋଳନ କରିଛନ୍ତି । ଏହି ଦଳର ଶାସକ ସର୍ବସାଧାରଣରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ।

ରିପବ୍ଲିକ୍-ଏମାନେ ମଧ୍ୟ ମାସ୍କକୁ ସମର୍ଥନ କରୁଛନ୍ତି । କିନ୍ତୁ ରାଜ୍ୟରେ ବାଧ୍ୟତାମୂଳକ ମାସ୍କ ବ୍ୟବହାରକୁ ବିରୋଧ କରୁଛନ୍ତି । ଏମାନଙ୍କ ମଧ୍ୟରେ ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଛନ୍ତି । ଏହି ବାର୍ତ୍ତା ଜନସାଧାରଣ ପାଖରେ ପହଞ୍ଚିବା ପରେ ଏହା ଏକ ‘ସଂସ୍କୃତି ଯୁଦ୍ଧ’ରେ ପରିଣତ ହୋଇଛି ।

ପ୍ରଥମେ ସଟଡାଉନ୍ ବିରୋଧରେ ପ୍ରଥମେ ମାସ୍କ ନପିନ୍ଧି ଆନ୍ଦୋଳନ ଆରମ୍ଭ ହେଲା, ଏହାପରେ ଧିରେ ଧିରେ ଏହା ଆଣ୍ଟି-ମାସ୍କ ପ୍ରଦର୍ଶନର ରୂପ ନେଲା । ପରେ ରାଜ୍ୟ ଗୁଡିକରେ ମଧ୍ୟ ଧିରେ ଧିରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହେଲା । ଦୋକାନରେ ମାସ୍କ ବାଧ୍ୟତାମୂଳକ ହେଲା । ବିନା ମାସ୍କରେ ବ୍ୟବସାୟୀ କିମ୍ବା ଗ୍ରାହକଙ୍କୁ ଅନୁମତି ମିଳିଲାନି ।

କେତେକ ଏହାକୁ ନିଜର ସ୍ବାଧିନତା ବିରୋଧି ବୋଲି କହିଲେ । ସେମାନଙ୍କ ମତରେ ମାସ୍କ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରିବା ଦ୍ବାରା ସେମାନଙ୍କ ସ୍ବାଧିନତା କ୍ଷୁର୍ଣ୍ଣ ହେଉଛି ଓ କମ୍ୟୁନିଷ୍ଟ ଏକଛତ୍ରବାଦୀ ଶାସନକୁ ପ୍ରୋତ୍ସାହନ ଦେବାକୁ ପଡିବ ବୋଲି ମାସ୍କକୁ ବିରୋଧ କରାଯାଉଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞ କ୍ରମାଗତ ଭାବେ କୋଭିଡ-19 ସଂକ୍ରମଣରୁ ରକ୍ଷା ପାଇଁ ମାସ୍କ ବ୍ୟବହାର କରିବାକୁ କହିଆସୁଛନ୍ତି । ସିଡିସି (ଦେଶ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର) ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉଭୟ ସାମାଜିକ ଦୂରତା ସମ୍ଭବ ନଥିବାବେଳେ ମାସ୍କ ପିନ୍ଧିବା ପାଇଁ ଜନସାଧାରଣଙ୍କୁ ସୁପାରିଶ କରିଥିଲେ। ଯଦିଓ କେବଳ ମାସ୍କ ସଂକ୍ରମଣ ବିସ୍ତାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିପାରିବ ନାହିଁ ତଥାପି ସାମ୍ପ୍ରତିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହାକୁ ପିନ୍ଧିବା ଦ୍ବାର ସଂକ୍ରମଣକୁ ରୋକିବାରେ ସହାୟକ ହେବ ।

ଅନ୍ୟପକ୍ଷେ ଟେକ୍ସାସ ରାଜ୍ୟପାଳ ଜର୍ଜ ଆବୋର୍ଟ କହିଛନ୍ତି, ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ବ୍ୟକ୍ତିଗତ ସ୍ବାଧୀନତା ସରକାରଙ୍କ ଦ୍ବାରା ଉଲ୍ଲଂଘନ ହୋଇନାହିଁ ତେଣୁ ସରକାର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.