ETV Bharat / bharat

ସିଏଏ ପ୍ରତିବାଦ ଓ ପୁଲିସ ତନ୍ତ୍ର

ଭାରତୀୟ ପୋଲିସ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏକ ପ୍ରଭାବଶାଳୀ, ଦାୟିତ୍ଵବାନ ପୁଲିସ ଶୃଙ୍ଖଳା ପ୍ରତିଷ୍ଠା ଲାଗି ଭାରତ ସରକାର ୧୯୭୭ ମସିହାରେ ରାଷ୍ଟ୍ରୀୟ ପୁଲିସ କମିଶନ ଗଠନ କରିଥିଲେ । ଗଠନ ହେବାର କିଛି ବର୍ଷ ଭିତରେ ସ୍ଵାଧୀନ ଭାରତର ପୁଲିସ ବଳର ଆବଶ୍ୟକତା ତଥା ଏହି ବ୍ୟବସ୍ଥାରେ ଜରୁରୀ ସଂସ୍କାର ପାଇଁ ଗବେଷଣା କରିବା ସହ ସେ ବାବଦୀୟ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ ।

Policing
Policing
author img

By

Published : Mar 17, 2020, 1:21 PM IST

ଭାରତୀୟ ପୋଲିସ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏକ ପ୍ରଭାବଶାଳୀ, ଦାୟିତ୍ଵବାନ ପୁଲିସ ଶୃଙ୍ଖଳା ପ୍ରତିଷ୍ଠା ଲାଗି ଭାରତ ସରକାର ୧୯୭୭ ମସିହାରେ ରାଷ୍ଟ୍ରୀୟ ପୁଲିସ କମିଶନ ଗଠନ କରିଥିଲେ । ଗଠନ ହେବାର କିଛି ବର୍ଷ ଭିତରେ ସ୍ଵାଧୀନ ଭାରତର ପୁଲିସ ବଳର ଆବଶ୍ୟକତା ତଥା ଏହି ବ୍ୟବସ୍ଥାରେ ଜରୁରୀ ସଂସ୍କାର ପାଇଁ ଗବେଷଣା କରିବା ସହ ସେ ବାବଦୀୟ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ । ୧୯୭୯-୮୧ ମସିହା ମଧ୍ୟରେ ପୁଲିସ କମିଶନ ୮ଟି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହି ରିପୋର୍ଟ ଗୁଡ଼ିକରେ ଦିଆଯାଇଥିବା ପରାମର୍ଶ ଓ ଅନୁମୋଦନକୁ କାର୍ଯ୍ୟ କରିବାକୁ ଯାଇ ଆଦର୍ଶ ପୁଲିସ ଆଇନ ବି ପ୍ରଣୟନ କରାଯାଇଛି । ପୁଣି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ସେଦିନଠାରୁ ଆଜି ଭିତରେ ଯେତିକି ପରାମର୍ଶ ତଥା ଅନୁମୋଦନ ପୋଲିସ କମିଶନ ସରକାରଙ୍କୁ ପ୍ରଦାନ କରିଛନ୍ତି ସେଥିରେ ସର୍ବ ପ୍ରଥମ ହେଉଛି ପୋଲିସକୁ ଜନସାଧାରଣଙ୍କ ଆଗରେ ଉତ୍ତରଦାୟୀ କରିବା । ହେଲେ ଅନେକ ବର୍ଷ ପରେ ଆଜି ଯଦି ଆମେ ପୋଲିସ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ତେବେ ବାସ୍ତବରେ ଏହି ଲକ୍ଷ୍ୟ କେବଳ କାଗଜ, କଲମ ତଥା ସେହି ନିୟମାବଳୀ ଭିତରେ ରହିଯାଇଥିବା ପରିମନେ ହୁଏ ।

ଯେଉଁ ପୋଲିସ ବଳକୁ ଏକ ସାମାଜିକ ସୁରକ୍ଷା ବ୍ୟବସ୍ଥା ଭାବେ ଗଢ଼ିବା ଲାଗି ଉଦ୍ୟମ କରାଯାଇଥିଲା ତାହା ନିଜେ ଗଣତନ୍ତ୍ରର ମୂଳ ମନ୍ତ୍ରକୁ ନଷ୍ଟ କରିବା ଲାଗି ଚେଷ୍ଟା କରିଛି । ଏହି ପୋଲିସ ବଳରେ ଯେତେବଳେ କିଛି ଅପରାଧ ମାନସିକତାଧାରୀ ଲୋକଙ୍କ ସମାଗମ ହୋଇଛି ବୋଲି ଜାଣିବା ପରେ ସୁପ୍ରିମକୋର୍ଟ ଅତୀତରେ ଦୁଃଖ ପ୍ରକାଶ କରିଛନ୍ତି । ନିକଟରେ ଦିଲ୍ଲୀଠାରେ ନୂଆ ନାଗରିକତ୍ଵ ଆଇନକୁ ବିରୋଧକରି ହୋଇଥିବା ପ୍ରତିବାଦରେ ଯେଉଁପରି ଭାବେ ପୋଲିସ ଆଚରଣ କରିଛି ତାହା ସର୍ବୋଚ୍ଚ ଅଦାଲତଙ୍କ ସେହି ମନ୍ତବ୍ୟକୁ ଆଉ ଥରେ ମନେ ପକାଇ ଦେଉଛି । ଏହା ସ୍ପଷ୍ଟ କରିଛି ଯେ, ପୋଲିସବଳ ଆଉ ତାହାର ମୌଳିକ ଢାଞ୍ଚାରେ ନାହିଁ । ସିଏଏକୁ ବିରୋଧ କରି ହେଉଥିବା ପ୍ରତିବାଦ ସମୟରେ ସେଠାରେ ଯେଉଁ ଦଙ୍ଗା ସୃଷ୍ଟି ହୋଇଥିଲା ସେତେବେଳେ ପୋଲିସ ବଳକୁ ଜନସାଧାରଣ ସହାୟତା ପାଇଁ ହାତ ବଢ଼ାଇଥିଲେ । ହାତଯୋଡ଼ି ସେମାନେ ପୋଲିସ ଭାଇମାନଙ୍କୁ ଅନୁରୋଧ କରିଥିଲେ ଯେ, ସେମାନଙ୍କ ଘର ଓ ଦୋକାନକୁ ଜାଳି ଦିଆଯାଉଛି, ସେ ଦୁର୍ବୃର୍ତ୍ତମାନଙ୍କୁ ଏହି କାଣ୍ଡରୁ ରୋକନ୍ତୁ ! କିନ୍ତୁ କେହି ତାଙ୍କ କଥା ଶୁଣି ନଥିଲେ । ଫଳରେ ସେମାନଙ୍କ ଘର ଓ ବ୍ୟବସାୟିକ ସ୍ଥଳ ସବୁ କିଛି ଗୋଟିକ ପରେ ଗୋଟିଏ ନିଆଁରେ ଜଳିଥିଲା ।

ଅପରପକ୍ଷେ ଏହିଭଳି ଅନୁରୋଧ କରୁଥିବା ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ କୁହାଯାଉଥିଲା ଯେ, ଏହା ଠିକ ଅଛି; କିଛି ଅସମାମାଜିକ ବ୍ୟକ୍ତିଙ୍କ ଦ୍ଵାରା ଭିଆଯାଉଥିବା ଏହି କାଣ୍ଡରୁ ଆପଣମାନେ ବର୍ତ୍ତି ଯାଇଛନ୍ତି ତାହା ସୌଭାଗ୍ୟ ବୋଲି ଗ୍ରହଣ କରନ୍ତୁ !! ପୋଲିସର ଏହିଭଳି ମନ୍ତବ୍ୟ ପୁଣିଥରେ କର୍ତ୍ତବ୍ୟ ସମୟରେ ଏହି ବଳର ଦୁର୍ନୀତିଗ୍ରସ୍ତ ଏବଂ ଅବହେଳା ଚେହେରାକୁ ଉପସ୍ଥାପିତ କରିଛି । ନାଗରିକତ୍ଵ ଆଇନକୁ କେନ୍ଦ୍ରକରି ଚାଲିଥିବା ପ୍ରତିବାଦ ସ୍ଥଳରେ ଫେବୃୟାରୀ ୨୪, ୨୦୨୦ରୁ ଯେଉଁଭଳି ଭାବେ ଦଙ୍ଗା ଓ ହିଂସା ଆରମ୍ଭ ହୋଇଥିଲା, ତାହା ସେହି ଅଞ୍ଚଳର ଆବାସିକ ଅଞ୍ଚଳରେ ଶାନ୍ତି, ସୌହାର୍ଦ୍ୟ ଏବଂ ଭ୍ରାତୃଭାବକୁ ଛିନ୍ନ କରି ତାହାକୁ ଏକ ନର୍କରେ ପରିଣତ କରିଥିଲା । ପୁଣି ଏହିଭଳି ହିଂସା ଓ ଉତ୍ତେଜନା ଗୋଟିଏ ଦିନ କି ଦୁଇ ଦିନ ନୁହେଁ ଲଗାତାର ତିନିଦିନ ଲାଗି ରହିଥିଲା । ମୁଜାଫରବାଦ, ଜାଫରାବାଦ, ଚାନ୍ଦବାଗ, ଯମୁନା ବିହାର ପ୍ରଭୃତି ଅଞ୍ଚଳରେ ଏହି ହିଂସା ଓ ଭୟ ଅଧିକ ଉଗ୍ର ଥିଲା । ଦଙ୍ଗା ଥମିବା ପରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରୁ ସ୍ପଷ୍ଟ ଯେ, ଏହି ହିଂସା ହେତୁ ସେଠାରେ ୫୩ ଜଣଙ୍କ ପ୍ରାଣ ଯାଇଛି । ଏହି ସଂଖ୍ୟାରେ ଜଣେ ପୁଲିସ କନଷ୍ଟେବଳ ଏବଂ ଜଣେ ଗୁଇନ୍ଦା ଅଧିକାରୀ ବି ସାମିଲ । ଆହତଙ୍କ ସଂଖ୍ୟା ନ କହିଲେ ଭଲ ।

ଦଙ୍ଗା ସମୟରେ ଯେତେବଳେ ଦୁର୍ବୁର୍ତ୍ତମାନେ ସେମାନଙ୍କ ଘର ଉପରେ ଆକ୍ରମଣ କରୁଥିଲେ, ନିଆଁ ଲଗାଉଥିଲେ ଏବଂ ଆତ୍ମୀୟଙ୍କୁ ଧମକ ଦେବା ସହ ହତ୍ୟା କରୁଥିଲେ ସେମାନେ ସେଥିରେ ନିଜ ସୁରକ୍ଷାକୁ ସୁରକ୍ଷିତ କରିବା ଲାଗି ପୋଲିସକୁ ଘନ ଘନ ଫୋନ କରିଥିଲେ । ଏ ବାବଦରେ ଶହ ଶହ ସଂଖ୍ୟାରେ ଫୋନ କଲ ରେକର୍ଡ ହୋଇଛି । କିନ୍ତୁ ପୁଲିସ ପକ୍ଷରୁ ସେମାନଙ୍କୁ ନିରାଶା ହିଁ ମିଳୁଥିଲା । ଏ ବିଷୟ ବିଭିନ୍ନ ଗଣମାଧ୍ୟମରେ ରେକର୍ଡ ରହିଛି । ଯେଉଁ ଲୋକମାନଙ୍କୁ ସେମାନେ ହରାଇଛନ୍ତି, ଯେଉଁ ସମ୍ପତ୍ତି ତାଙ୍କ ଆଖି ଆଗରେ ନଷ୍ଟ କରାଯାଇଛି ସେଥିଲାଗି ପୋଲିସର ଉଦାସୀନତା ଦାୟୀ ବୋଲି ସେମାନେ ମତ ଦେଇଛନ୍ତି । ପୁଣି ସେମାନେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ଧର୍ମ ନାଁରେ ଦଙ୍ଗାକାରୀମାନେ ନିରୀହ ଲୋକଙ୍କ ଉପରକୁ ଆକ୍ରମଣ କରୁଥିଲେ ନିରୀହ ଅଧିବାସୀଙ୍କୁ ଲୁହା ଛଡ଼ ଆଉ ଛୁରୀ ଦ୍ଵାରା ଧମକାଉଥିଲେ, ମାରପିଟ କରୁଥିଲେ ଏପରିକି ସେମାନଙ୍କ ଜୀବନ ନେଉଥିଲେ ସେତେବଳେ ଯେଉଁ ପୋଲିସ କର୍ମଚାରୀଙ୍କୁ ସେହି ନିର୍ଦିଷ୍ଟ ଅଞ୍ଚଳର ଲାଗି ଦାୟିତ୍ଵ ଦିଆଯାଇଥିଲା, ସେମାନେ ଏହି ପରିସ୍ଥିତିରେ ନୀବରଦ୍ରଷ୍ଟା ସାଜିଥିଲେ । ଏହି ତିନି ଦିନର ନାରକୀୟ କାଣ୍ଡରେ ପାଖାପାଖି ୫୦୦ ଗୁଳି ଫୁଟିଛି । ଅର୍ଥାତ ଯେଉଁ ପରିମାଣରେ ଗୁଳି ଏହି ଦଙ୍ଗା ପାଇଁ ବ୍ୟବହାର ହୋଇଛି ବା ଯେଉଁ ପ୍ରକାରେ ଛୁରୀ ଓ ଅସ୍ତ୍ରଶସ୍ତ୍ର ଦଙ୍ଗାକାରୀମାନେ ବ୍ୟବହାର କରିଛନ୍ତି ତାହା କୌଣସି ଗୋଟିଏ ଦିନରେ ସଂଗ୍ରହ କରିବା ସମ୍ଭବ ନୁହେଁ । ଏହା ଦୀର୍ଘଦିନର ସୁଚିନ୍ତିତ ଯୋଜନା । ପୋଲିସ କିନ୍ତୁ ଏ ବାବଦରେ ଅଜଣା ରହିବା ଆମ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଅପରପକ୍ଷେ ପୋଲିସ ନିଜ ଉପରୁ ଦାୟିତ୍ଵ ଖସାଇବାକୁ ଯାଇ କହିଛି ଯେ, ବ୍ୟକ୍ତି ନିଜେ ନିଜର ସୁରକ୍ଷା କରିବା ଦାୟିତ୍ଵ ରଖେ । ଯଦି ପୋଲିସ ଏପରି ନିଜ ମୁଣ୍ଡରୁ ଦାୟିତ୍ଵ ଖସାଇବ ତେବେ ସାଧାରଣ ଲୋକ ଏହା ମଧ୍ୟ ପଚାରିବା ସ୍ଵଭାବିକ ଯେ, ସୁରକ୍ଷା ଦେଇ ପାରୁ ନଥିବା ପୋଲିସ ରାଷ୍ଟ୍ର ରାଜସ୍ଵରୁ ଅର୍ଥ ନେଇ କାହିଁକି ନିଯୁକ୍ତ ହେବେ? କାହିଁକି ତାଙ୍କ ଲାଗି ଖାକି ବର୍ଦି ଏବଂ ଲାଠି ସରକାର କିଣିବେ? କିଛି ନେତା ତ ଉତ୍ତର ଦିଲ୍ଲୀର ଏହି ଦଙ୍ଗା ପରିସ୍ଥିତିରେ ପୋଲିସବଳକୁ ସମ୍ମାନ ଦେବା ପ୍ରସଙ୍ଗ ଉଠାଇଛନ୍ତି । ସେମାନେ କହିଛନ୍ତି ଯେ, ଉତ୍ତର ଦିଲ୍ଲୀରେ ଯେଉ: ଘଟଣା ଘଟିଗଲା ତାହା କୌଣସି ଭୟାନକ ଫିଲ୍ମଠାରୁ କମ ନୁହେଁ । ଗୃହମନ୍ତ୍ରଣାଳୟ ଅନୁସାରେ କିଛି ପୋଲିସ ଦିଲ୍ଲୀରେ ହିଂସା ବିସ୍ତାରରେ ସହଯୋଗ କରୁଥିବା ନଜରକୁ ଆସିଛି । ଏପରି କ୍ଷେତ୍ରରେ ଦିଲ୍ଲୀରେ ହିଂସା ଓ ଦଙ୍ଗା କରି ଲୋକଙ୍କୁ ଭୟ ଓ ଆତଙ୍କ ଦେଖାଇବା ଲାଗି ଏହା ଏକ ସୁଚିନ୍ତିତ ଯୋଜନା ହୋଇପାରେ, ଏହା ବି ଅବିଶ୍ଵାସଯୋଗ୍ୟ ନୁହେଁ । କିନ୍ତୁ ପୋଲିସର ଅବହେଳା ଓ ଦାୟିତ୍ଵହୀନତା ତଥା କାର୍ଯ୍ୟ ନକରିବା ପାଇଁ ଏହା କେବେ ଦାୟୀ ହୋଇପାରିବ ନାହିଁ ।

ଏହାଦ୍ଵାରା ପୋଲିସ କେବେ ସୁରକ୍ଷା କରିବାଠାରୁ ଏକ ଦର୍ଶକ ଭୂମିକାରେ ନିଜକୁ ନିୟୋଜିତ କରିପାରିବ ନାହିଁ । ଅପରପକ୍ଷେ ପୋଲିସର ଜାଣିଶୁଣି ଅବହେଳା ଯୋଗୁ ଦଙ୍ଗା ଅଧିକ କ୍ଷତିକାରକ ହୋଇଛି ଏହାକୁ କେହି ପ୍ରତ୍ୟାଖ୍ୟାନ କରିପାରିବା ନାହିଁ । ଦଙ୍ଗା ପରବର୍ତ୍ତୀ ସମୟରେ ଉତ୍ତର-ଦିଲ୍ଲୀର ରାସ୍ତାଘାଟରେ ପୋଡ଼ି ପାଉଁଶ ହୋଇଯାଇଥିବା ସ୍କୁଲ ବହି, ପିଲାଙ୍କ ଖାତା, ସ୍କୁଲ ବ୍ୟାଗ, ଦରପୋଡ଼ା ଗାଡ଼ିସବୁ ନଜରକୁ ଆସିଥିଲା । ଅନେକ ସ୍ଥାନରେ ସ୍କୁଲ ସବୁ ପୋଡ଼ି ହୋଇ ସାରିଥିଲା । ତା’ ପରେ ସାଧାରଣ ଲୋକର ଜୀବନ ଯାତ୍ରା ସମ୍ପୂଣ୍ଣ ଭାବେ ପ୍ରଭାବିତ ହୋଇଥିଲା । ତାହାର ଦୈନନ୍ଦିନ ଖାଇବା ପାଇଁ ଖାଦ୍ୟ ନଥିଲା କି ରାସନ କିଣିବା ଲାଗି ହାତରେ ଅର୍ଥ ନଥିଲା । ଏସବୁ ବ୍ୟବସ୍ଥା ଆଉ କିଛି ନୁହଁ ବରଂ ସୁପ୍ରିମକୋର୍ଟ ପୋଲିସବଳରେ ଯେଉଁ ଦୁର୍ବଳତା ଲକ୍ଷ୍ୟ କରିଥିଲେ ତାହାର ଆଉ ଏକ ଅଧ୍ୟାୟ ମାତ୍ର । ହିଂସା ଉପରେ ପୋଲିସ ନିୟନ୍ତ୍ରଣ ଅଭାବର ଆଉ ଗୋଟିଏ ନମୁନା । ଏସବୁ ପରେ ମଧ୍ୟ ପୋଲିସ ଉପସ୍ଥିତ ପୁଲିସ ବଳଙ୍କୁ ପଚାରିଥିଲେ ଯେ, ସେମାନେ ସେତେବେଳେ ନୀରବ କାହିଁକି ଥିଲେ, ସେମାନେ କ’ଣ ଉପରିସ୍ଥ ଆଦେଶକୁ ଅପେକ୍ଷା କରୁଥିଲେ!! ଏହି ନିଷ୍କ୍ରିୟତା ଆମ ପୋଲିସବଳର ପ୍ରଫେସନାଲିଜିମ ଏବଂ ସ୍ଵୟଂ ଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତଥାପି ବିଚାର ବ୍ୟବସ୍ଥାର ଏହି ପର୍ଯ୍ୟବେକ୍ଷଣକୁ କେହି କାନ ଦେଇ ନାହାଁନ୍ତି । ପୋଲିସ ଏବେ ବି ସାଧାରଣ ଲୋକଙ୍କୁ ଶୁଣୁନାହିଁ । ଉତ୍ତର ଦିଲ୍ଲୀର ଏହି ସାମ୍ପ୍ରଦାୟିକ ଦଙ୍ଗା କେବଳ ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି ତାହା ନୁହେଁ, ସାରା ଦେଶରେ ଏହା ବ୍ୟବସ୍ଥା ଉପରକୁ ପ୍ରଶ୍ନ ପଚାରିବା ପାଇଁ ଅବସର ସୃଷ୍ଟି କରିଛି । ଶୋସିଆଲ ମିଡିଆରେ ବୁଲୁଥିବା ଶହ ଶହ ସଂଖ୍ୟାରେ ଭିଡିଓ ଏବଂ ଫଟୋଗ୍ରାଫ ଏହା ଦର୍ଶାଇବାକୁ ବାଧ୍ୟ କରୁଛି ଯେ, ଏହି ଦଙ୍ଗା ମନକୁ ମନ ସୃଷ୍ଟି ହୋଇ ନଥିଲା, ବରଂ ଏହାକୁ ସୃଷ୍ଟି କରାଯାଇଥିଲା । ଅର୍ଥାତ ଧର୍ମ-ଧର୍ମ, ସମ୍ପ୍ରଦାୟ-ସମ୍ପ୍ରଦାୟ ଭିତରେ ହିଂସା, ଘୃଣାର ବହ୍ନି ଜଳାଇବା ପାଇଁ ଯେଉଁ ପ୍ରୟାସ ଚାଲିଛି, ଏହା ତାହାର ଆଉ ଏକ ଉଦାହରଣ ଥିଲା । ସାରା ବିଶ୍ଵ ଏହା ଦେଖି ଚକିତ ଏବଂ ଆଶଙ୍କିତ ଯେ, ଆଗକୁ ଏହି ଧର୍ମ ଭିତ୍ତିକ ହିଂସା କି ଭୂମିକା ନେବ? ଯେଉଁମାନେ ପୋଲିସ ବ୍ୟବସ୍ଥା ଏବଂ ଦଙ୍ଗା କାରବାର ବାବଦରେ କିଛି ବି ଜାଣି ନାହାନ୍ତି, ସେମାନଙ୍କୁ ମଧ୍ୟ ଦଙ୍ଗା ପୋଲିସର କାର୍ଯ୍ୟକାରୀତା ବାବଦରେ ପ୍ରାଞ୍ଜଳ ଭାବେ ବୁଝାଇବା ଲାଗି ସମର୍ଥ । ଏକ ଭିଡିଓ ବାବଦରେ ଏଠାରେ ଉଦାହରଣ ରଖାଯାଇପାରେ । ଜଣେ ୩୩ ବର୍ଷୀୟ ଯୁବକର ଭିଡିଓ ଏଠାରେ ରେକର୍ଡ କରାଯାଇଛ, ଯେଉଁଠି ସେ ଜାତୀୟ ସଙ୍ଗୀତ ଗାନ କରି କାନ୍ଦୁଛି ତଥାପି ପୋଲିସ ତାକୁ ଧମକ ଦେଉଛି । ପୁଅର ମା’ କରିଥିବା ଅଭିଯୋଗ ଅନୁସାରେ ସମ୍ପୃକ୍ତ ଯୁବକଟି ୩୬ ଘଣ୍ଟା କାଳ ଥାନା ଭିତରେ ପୋଲିସ ରିମାଣ୍ଡରେ ରହି ନାନା ଥାର୍ଡ଼ ଡିଗ୍ରୀ ନିର୍ଯାତନାର ଶିକାର ହୋଇଥିଲା । ଯଦିଓ ବାରମ୍ବାର ଅନୁରୋଧ ପରେ ତାକୁ ରିମାଣ୍ଡରୁ ଅଣାଯାଇଥିଲା କିନ୍ତୁ ସେ ପରବର୍ତ୍ତୀ ସମୟରେ ତା’ର ଜୀବନ ହରାଇଥିଲା । ଏମିତି ଅନେକ ଭିଡିଓ ବୁଲୁଛି ଯେଉଁଠାରେ ନିର୍ଦିଷ୍ଟ ପୋଷାକଧାରୀ ଯୁବକମାନେ ଦିଲ୍ଲୀ ପୋଲିସ ଦ୍ଵାରା ସ୍ଥାପିତ ସିସିଟିଭି କ୍ୟାମେରାକୁ ଧ୍ବଂସ କରୁଛନ୍ତି ।

ପୋଲିସ କହୁଛି ଯେ, ଏହି ମାମଲେରେ ୬୫୦ ମାମଲା ରୁଜୁ ହୋଇଛି । ୧୮୨୦ ଜଣଙ୍କୁ ଅଟକ ରଖାଯାଇଛି ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁସାରେ ୪ ମାମାଲା ରୁଜୁ କରାଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି ବିପର୍ଯ୍ୟୟ ସମୟରେ ଯେଉଁ ଲୋକମାନେ ନଜରକୁ ଆସିଥିଲେ ସେମାନଙ୍କ ବିରୋଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ? ପ୍ରଚଳିତ ଆଇନ ଶୃଙ୍ଖଳା ବିଧି ଅନୁସାରେ ଯଦି କୌଣସି ଅଞ୍ଚଳରେ ଦଙ୍ଗା ବ୍ୟାପିବା ଆଶଙ୍କା ରହିଛି ତେବେ ପୋଲିସ ସେଠାରେ ଆଗୁଆ କର୍ଫ୍ୟୁ ଜାରି କରିପାରିବେ । ଯେଉଁମାନେ ସନ୍ଦିଗଧ ଉତ୍ତେଜନାକାରୀ ସେମାନଙ୍କୁ ଅଟକ ରଖିବେ । ଧାରା ୧୪୪ ଲାଗୁ କରାଯାଇ ପାରିବ । କିନ୍ତୁ ଏଠାରେ ସେମିତି କିଛି ଆଗୁଆ ଉପଯୋଗ କରାଯାଇ ନଥିଲା । ଯେତେବେଳେ ଦଙ୍ଗା ବ୍ୟାପିଲା ସେହି ରାତି ଅର୍ଥାତ ଫେବୃୟାରୀ ୨୩ ରାତିରେ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ଅତି ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ଧାରା ୧୪୪ ଲାଗୁ କରିଥିଲେ । ସେତେବେଳକୁ ଏହି ଦଙ୍ଗା ଅନ୍ୟ ଅଞ୍ଚଳକୁ ବ୍ୟାପି ସାରିଥିଲା । ଉତ୍ତର-ପୂର୍ବ ଦିଲ୍ଲୀର ୪ଟି ଭାଗରେ ଫେବୃୟାରୀ ୨୫ ତାରିଖ ଦିନ କର୍ଫ୍ୟୁ ଘୋଷଣା କରାଯାଇଥିଲା । ଘଟଣା ପରେ ଏହାର ତଦନ୍ତ କିପରି କରାଯିବ ସେଥିନେଇ ମଧ୍ୟ ନିର୍ଦିଷ୍ଟ ନିୟମ ରହିଛି ଆଉ ସେହି ନିୟମ ଅନୁସାରେ ଏହିଭଳି ସାମ୍ପ୍ରଦାୟିକ ଦଙ୍ଗାକୁ ବେଶ ଯତ୍ନର ସହ ସରକାର ତଦନ୍ତ କରିବା ଆବଶ୍ୟକ। ଜରୁରୀ ହେଲେ ସରକାର ବିଚାର ବିଭାଗ ତଦନ୍ତ ବ୍ୟବସ୍ଥାର ସହାୟତା ନେଇପାରିବେ ।

ଏକ ସ୍ଵତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ଗଠନ କରିପାରିବେ । ଏହା ତଦନ୍ତ ପ୍ରକ୍ରିୟାକୁ ସ୍ଵଚ୍ଛ ଏବଂ ମୁକ୍ତ କରିବା ଲାଗି ଜରୁରୀ । କିନ୍ତୁ ସେସବୁ କିଛି ନହୋଇ ଦୁଇଜଣ ବିବାଦୀୟ ପୋଲିସ ଉପ କମିଶନର ରାଜେଶ ଦେବ ଏବଂ ଜୟ ତିର୍କେଙ୍କୁ ହସ୍ତାନ୍ତର କରାଯିବା ଏ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆଣୁଛି । ବାସ୍ତବରେ ସାମ୍ପ୍ରଦାୟିକ ଭାରସାମ୍ୟକୁ ନଷ୍ଟ କରିବା ଦିଗରେ ଏହା ଏକ ପ୍ରୟାସ ବୋଲି ସ୍ପଷ୍ଟ ହେଉଛି । ଏକ୍ଷେତ୍ରରେ ଗୋଟିଏ ଜିନିଷ ସ୍ପଷ୍ଟ ଯେ, ଆମ ପୋଲିସ ବ୍ୟବସ୍ଥା ରାଜନୀତିକ ସ୍ଵାର୍ଥରେ ବନ୍ଧା ପଡ଼ିଛି । ଏଭଳି ଏକ ମୁହୂର୍ତ୍ତରେ ଆମ ନାଗରିକଙ୍କ ସୁରକ୍ଷା ରକ୍ଷା ଦିଗରେ ପୋଲିସ ବ୍ୟବସ୍ଥା ସକ୍ଷମ ହୋଇପାରିବ ନାହିଁ । ଏ ବିଷୟ କହିବାକୁ ଲାଜ ଲାଗୁଛି ଯେ, ଯେଉଁମାନେ ଲୋକଙ୍କ ଧନସମ୍ପତ୍ତି ରକ୍ଷା ଓ ଶାନ୍ତି ବଜାୟ ରଖିବାକୁ ନିୟୋଜିତ ସେମାନେ ଏହି ରାଜନୀତିକ ସ୍ଵାର୍ଥ ହାସଲରେ ଲାଗିପଡ଼ି ଅନେକ ବେଆଇନ ଓ ଅନୈତିକ କାର୍ଯ୍ୟ କରୁଛନ୍ତି । ଏପରିକି ସେମାନେ ଅନେକ ବେଆଇନ ବନ୍ଦୋବସ୍ତ ମଧ୍ୟ କରୁଛନ୍ତି । ଦିଲ୍ଲୀ ଦଙ୍ଗା ଘଟଣାରେ ଏହା ସ୍ପଷ୍ଟ । ଏଠାରେ କିଛି ନିର୍ଦିଷ୍ଟ ରାଜନୀତିକ ବ୍ୟକ୍ତି ଓ ଦଳର ସ୍ଵାର୍ଥ ହାସଲ କରିବା ଲାଗି ଦିଲ୍ଲୀ ପୁଲିସ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ବି ବିଭେଦକୁ ଆୟୁଧ କରିଥିଲା । ବିଶେଷ କରି ଧର୍ମ, ଜାତି ଏବଂ ସେମାନଙ୍କ ଦୁର୍ଭାଗ୍ୟକୁ ଅସ୍ତ୍ର ଭାବେ ବ୍ୟବହାର କରି ରାଜନୀତିକ ଏଜେଣ୍ଡା ହାସଲ କରିବାରେ ସହାୟକ ହୋଇଥିଲା । ଅବଶ୍ୟ ଏହା ଠିକ ଯେ, ଦଙ୍ଗାପରେ ଏକ ତଦନ୍ତ କମିଶନ ବସିଛି ଏବଂ ଦୋଷୀଙ୍କୁ ଠାବ କରିବା ଲାଗି ଉଦ୍ୟକ ମରାଯାଉଛି, ଏହାବାଦ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ବ୍ୟବସ୍ଥା କରିବାକୁ ସରକାର ନିର୍ଦେଶ ଦେଇଛନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେ, କୌଣସି ଦୋଷ ନଥିବା ଏକ କାଣ୍ଡ ପରେ ସେମାନେ ସେମାନଙ୍କ ହଯି ଯାଇଥିବା ଜିନିଷ ଖୋଜି ପାଇବେ, ହରାଇଥିବା ଆତ୍ମୀୟଙ୍କୁ ପାଇ ପାରିବେ ବା ସେମାନଙ୍କ ମୁହଁରେ ହସ ଖୋଜି ପାଇପାରିବେ । ଏ ବ୍ୟବସ୍ଥାରେ ସଂସ୍କାର ଆସିବା ନିହାତି ଜରୁରୀ । ଦିଲ୍ଲୀ ଧାରାରେ ଦେଶର ଅନ୍ୟ କୌଣସି ସ୍ଥାନରେ ଯେମିତି ଦଙ୍ଗା ନହୁଏ ତାହାକୁ ରୋକିବା ସହଜ ନୁହେଁ । କିନ୍ତୁ ଏହାକୁ ରୋକିବାକୁ ହେଲେ ପ୍ରଥମେ ପୋଲିସବଳରେ ଏକ ସଂସ୍କାର ଆଣିବାକୁ ପଡ଼ିବ । ଏହି ସଂସ୍କାର ଅନୁସାରେ ପୁଲିସକୁ ରାଜନୀତିକ ଅନୁବନ୍ଧନରୁ ମୁକ୍ତ ହେବାକୁ ପଡ଼ିବ । ତାହା ପୁଣି କାଗଜ କଲମରେ ନୁହେ ବରଂ ବାସ୍ତବିକ ଯେଉଁ ପୁଲିସ ଅଧିକାରୀ ଦୁର୍ନୀତିଗ୍ରସ୍ତ, ବିଭିନ୍ନ ଅରାଜକତାରେ ସାମିଲ ଥାଆନ୍ତି ସେମାନଙ୍କୁ ଖୋଜି ସେବା ବିରତ କରିବାକୁ ପଡ଼ିବ ।

ଜାତୀୟ କ୍ରାଇମ ରେକର୍ଡସ ବ୍ୟୁରୋ (୨୦୧୬)ଙ୍କ ପରିସଂଖ୍ୟାନ ଅନୁସାରେ ଦେଶର ୨୦୯ ଅଧିକାରୀଙ୍କ ବିରୋଧରେ ମାନବାଧିକାର ଉଲ୍ଲଙ୍ଘନ ମାମଲା ଚାଲୁଛି । ବିଭିନ୍ନ ସମୟରେ ସେମାନେ ମାନବାଧିକାର ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ସେମାନଙ୍କ ଭିତରୁ ୫୦ ଜଣଙ୍କ ବିରୋଧରେ ଚାର୍ଚସିଟ ପ୍ରସ୍ତୁତ ହୋଇ କମିଶନଙ୍କ ପାଖରେ ଦାଖଲ ହୋଇଛି । କିନ୍ତୁ ଏଯାଏ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡବିଧାନ କରାଯାଇ ନାହିଁ । ପୋଲିସବଳଙ୍କୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ କବଳରୁ ମୁକ୍ତ କରିବା ଲାଗି ଦେଶରେ ଅନେକ ଉଦ୍ୟମ ହୋଇଛି ଏବଂ ଏନେଇ ବିଭିନ୍ନ ସମୟରେ ଗଠିତ କମିଟିମାନେ ରିପୋର୍ଟ ପ୍ରଦାନ କରିଛନ୍ତି । ଲ’ କମିଶନ, ରେବିରୋ କମିଶନ, ପଦ୍ମନାଭାୟ କମିଟି, ଜଷ୍ଟିସ ମାଲିମତ କମିଟି ଏବାବଦରେ ତର୍ଜମା କରି ଅନେକ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି । କିନ୍ତୁ ଫଳ କିଛି ମିଳିପାରି ନାହିଁ । ଯେତେବେଳେ ଯାଏ ପୋଲିସବଳରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କଢ଼ା ନଯାଇଛି ସେମାନେ ଆଉ କିଛି ଦୁର୍ନୀତିର ମାଧ୍ୟମ ନେଇ ନିଜ ଆସନ ପକ୍କା କରିବା ଲାଗି ଚାହିଁଥିବେ । ଏଠି ପ୍ରଶ୍ନ ଉଠୁଛି ଦେଶରେ ସାଧାରଣଙ୍କ ଲୋକ ଏବଂ ତାଙ୍କ ସମ୍ପତ୍ତିର ସୁରକ୍ଷା । ବ୍ରିଟେନ୍‌, ଆମେରିକା ପ୍ରଭୃତି ରାଷ୍ଟ୍ରପରି ଯେପର୍ଯ୍ୟନ୍ତ ଆମ ଦେଶର ପୋଲିସକୁ ସ୍ଵାଧୀନ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବାର ସୁଯୋଗ ନମିଳିଛି, ନାଗରିକଙ୍କ ଅଧିକାର ହାସଲ ହେବ କିପରି? ଅର୍ଥାତ ଯେତେବେଳଯାଏ ପୋଲିସବଳକୁ ରାଜନୀତିକ ପିଞ୍ଜରାରୁ ମୁକ୍ତ କରାଯାଇ ନାହିଁ, ସେମାନଙ୍କୁ ନିରପେକ୍ଷ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳି ନାହିଁ ସେ ପର୍ଯ୍ୟନ୍ତ ଆମର ସାଧାରଣ ଜନତା ସୁରକ୍ଷିତ ବୋଲି କହିବା ସମ୍ଭବ ନୁହେଁ!

- ବାଲୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.