ଶ୍ରୀନଗର : ଜମ୍ମୁ -କାଶ୍ମୀରର କିଶ୍ତୱାର ଜିଲ୍ଲାରେ ଆତଙ୍କବାଦୀମାନେ ଏକ ପୋଲିସ ପାର୍ଟି ଉପରେ ଆକ୍ରମଣ କରିଥିବା ବେଳେ ସୋମବାର ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ ସୋମବାର କିଶ୍ତୱାର ଜିଲ୍ଲାର ଡାଚାନ ଅଞ୍ଚଳରେ ଆତଙ୍କବାଦୀମାନେ ସ୍ଥାନୀୟ ପୋଲିସ ପାର୍ଟି ଉପରେ ଆକ୍ରମଣ କରିଥିଲେ ।
ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ପରେ ପରେ ତୁରନ୍ତ ଉକ୍ତ ସ୍ଥାନକୁ ଯବାନଙ୍କୁ ପଠାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ଛାନଭିନ କରାଯାଉଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
@IANS ଇନପୁଟ