ETV Bharat / bharat

ନାଗରିକ ସଂଶୋଧନ ବିଲକୁ ବିରୋଧ: ଗୌହାଟୀରେ ଲାଠି ଚାର୍ଜ - Lathi charge on protesters at Guwahati

ନାଗରିକ ସଂଶୋଧନ ବିଲକୁ ବିରୋଧ କରି ଆସାମର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଇତି ମଧ୍ୟରେ ଗୌହାଟୀରେ ବିକ୍ଷୋଭାରୀଙ୍କ ଉପରକୁ ଲାଠି ଚାର୍ଜ କରିଛି ପୋଲିସ ।

Police resorted to Lathi charge on protesters at Guwahati city.
ଗୌହାଟ୍ଟୀରେ ଲାଠି ଚାର୍ଜ
author img

By

Published : Dec 10, 2019, 2:58 PM IST

ଗୌହାଟୀ: ସୋମବାର ବିଳମ୍ବିତ ରାତ୍ରୀରେ ଲୋକସଭାରେ ଗୃହୀତ ହୋଇଛି ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ । ବିଲ୍‌କୁ ବିରୋଧ କରି ଆସାମରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କେଉଁଠି ଟାୟାର ଜାଳି ତ କେଉଁଠ ରାସ୍ତାରୋକ୍‌ । ତେବେ ଗୌହାଟୀରେ ଆନ୍ଦୋଳନକୁ ହଟାଇବାକୁ ପ୍ରୟାସ କରି ବିକ୍ଷୋଭକାରୀଙ୍କ ଉପରକୁ ଲାଠି ଚାର୍ଜ କରିଛି ପୋଲିସ ।

ସେହିପରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆସାମର ଉତ୍ତର ପୂର୍ବ ଛାତ୍ର ସଂସ୍ଥା 12 ଘଣ୍ଟିଆ ବନ୍ଦ ପାଳନ କରିଛି । ମଙ୍ଗଳବାର ସକାଳୁ ସକାଳୁ ଆସାମର ଉତ୍ତର ପୂର୍ବ ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାସ୍ତାଘାଟରେ ବିକ୍ଷୋଭକାରୀ ଗାଡି ଚଳାଚଳ ବନ୍ଦ କରିବା ସହ ଟାୟାର ଜାଳି ରାସ୍ତାରୋକ୍ କରିଛନ୍ତି ।

ନାଗରିକ ସଂଶୋଧନ ବିଲକୁ ବିରୋଧ: ଗୌହାଟୀରେ ଲାଠି ଚାର୍ଜ

ସେହିପରି ଆସାମ କୃଷି ବିଶ୍ବ ବିଦ୍ୟାଳୟରେ ମଧ୍ୟ ବିଲକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଉଲ୍ଲେଖଥାଉ କି, ଗତକାଲି(ସୋମବାର) ଲୋକସଭାରେ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ ଦୀର୍ଘ 8 ଘଣ୍ଟାର ଆଲୋଚନା ପରେ ଗୃହିତ ହୋଇଛି । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଏହି ବିଲକୁ ସରକାର ଲୋକସଭାରେ ପାରିତ କରାଇବାରେ ସଫଳ ହୋଇଛନ୍ତି । ଏହି ବିଲ୍‌ ସପକ୍ଷରେ 311 ଖଣ୍ଡ ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା 80ଟି ଭୋଟ । ତେବେ ଆଜି(ବୁଧବାର) ଏହା ରାଜ୍ୟସଭାରେ ଆଗତ ହୋଇପାରେ ।

Intro:Body:

Poli resorted to Lathi charge on protesters at Guwahati city. 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.