ETV Bharat / bharat

ବିଦେଶୀ ନାଗରିକଙ୍କୁ ଲୁଚାଇବା ଅଭିଯୋଗରେ ମୌଲବୀଙ୍କ ବିରୋଧରେ ମାମଲା - ଲକଡାଉନ ଖବର

ଲକ୍ଷ୍ନୌ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । କିଛି ମୌଲବୀଙ୍କ ନାମରେ 23 ଜଣ ବିଦେଶୀ ନାଗରିକଙ୍କୁ ଲୁଚାଇ ରଖିଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବିଦେଶୀ ନାଗରିକଙ୍କୁ ଲୁଚାଇବା ଅଭିଯୋଗରେ ମୌଲବୀଙ୍କ ବିରୋଧରେ ମାମଲା

author img

By

Published : Apr 2, 2020, 10:27 AM IST

ଲକ୍ଷ୍ନୌ: ସାରା ଦେଶରେ କୋରୋନା ଖେଳାଇଛି ଆତଙ୍କ । ଲକଡାଉନ ଘୋଷଣା ସତ୍ତ୍ବେ ଥମିବାର ନେଉନି ନାମ । ଏହା ଭିତରେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଦିଲ୍ଲୀ ନିଜାମୁଦ୍ଦିନ ମାମଲା । ତଥାପି ସଚେତନ ହେଉନାହାନ୍ତି ଲୋକେ । ଉତ୍ତରପ୍ରଦେଶ ଲକ୍ଷ୍ନୌରେ କିଛି ମୁସଲିମ ମୌଲବୀଙ୍କ ନାମରେ ବିଦେଶୀ ନାଗରିକଙ୍କୁ ଲୁଚାଇବା ଅଭିଯୋଗ ଆସିଛି ।

ଲକ୍ଷ୍ନୌ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । କିଛି ମୌଲବୀଙ୍କ ନାମରେ 23 ଜଣ ବିଦେଶୀ ନାଗରିକଙ୍କୁ ଲୁଚାଇ ରଖିଥିବାର ଅଭିଯୋଗ ହୋଇଛି । ଲକଡାଉନ ବେଳେ ନିଜ ଘରେ ଏହି ବିଦେଶୀଙ୍କୁ ଏମାନେ ରଖିଥିଲେ । ଏମାନଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି । ଏମାନଙ୍କ ନାମରେ ଲକଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗ ହୋଇଛି । ଏହାସହ ବିଦେଶୀ ନାଗରିକଙ୍କ ସମ୍ପର୍କରେ ତଥ୍ୟ ଲୁଚାଇବା ଓ ଟୁରିଷ୍ଟ ଭିସା ଆଧାରରେ ଧର୍ମ ଉଲ୍ଲଙ୍ଘନ ଯୋଗୁଁ ମାମଲା ରୁଜୁ ହୋଇଛି ।

ଏହାସହ ପୋଲିସ ଏହି ତଥ୍ୟ ଦୂତାବାସକୁ ଦେବା ସହ ବିଦେଶୀ ନାଗରିକଙ୍କ ସ୍ବଦେଶ ଫେରିବା ଉପରେ ସୂଚନା ମଧ୍ୟ ପ୍ରଦାନ କରିଛି । ତେବେ କେଉଁ କାରଣ ପାଇଁ ଏହି ମୌଲବୀମାନେ ବିଦେଶୀଙ୍କୁ ଘରେ ଜାଗା ଦେଇଥିଲେ ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.