ଥିରୁଅନନ୍ତପୁରମ: ଜଣେ ନିଖୋଜ ନାବାଳିକାକୁ ଖୋଜିବା ପାଇଁ କେରଳ ପୋଲିସର ଜୋରଦାର ଅପରେସନ । ଜଣେ 6 ବର୍ଷର ନାବାଳିକାକୁ ଖୋଜିବା ପାଇଁ ପୋଲିସ ଅପରେସନ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଗତ ଗୁରୁବାର କୋଲମ ଜିଲ୍ଲାର ପ୍ରଦୀପ କୁମାରଙ୍କ 6ବର୍ଷୀୟ ଝିଅ ଦେବାନନ୍ଦ ସକାଳୁ ଘରୁ ବାହାରକୁ ଯାଇଥିବା ବେଳେ ହଠାତ୍ ସେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ ସଙ୍ଗେ ସଙ୍ଗେ ନିକଟସ୍ଥ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମିଳିବାର କିଛି ସମୟରେ ପରେ ପୋଲିସ ଆରମ୍ଭ କରିଦେଇଥିଲା ‘ନିଖୋଜ ନାବାଳିକା ଖୋଜା’ ଅଭିଯାନ ।
ସନ୍ଧାନୀ କୁକୁର ସହ ଏକ ଟିମ୍ ନେଇ ପୋଲିସ ବିଭିନ୍ନ ସ୍ଥାନରେ ତନ୍ନତନ୍ନ କରିଥିଲା । ହେଲେ ନାବାଳିକାର କୌଣସି ଖବର ମିଳିପାରିନାହିଁ । ଏପଟେ ନିଖୋଜ ନାବାଳିକାକୁ ପୋଲିସ ଖୋଜି ପାଇଥିବା ନେଇ ସୋସିଆଲ ମିଡିଆରେ ପ୍ରଚାର ଆରମ୍ଭ ହୋଇଥିଲା । ଏହି ଘଟଣାକୁ ପୋଲିସ ଖଣ୍ଡନ କରିବା ସହ ଅପରେସନ ଚାଲିଥିବା ନେଇ ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ