ETV Bharat / bharat

କୁମାରସ୍ବାମୀଙ୍କ ପୁଅ ବିବାହରେ ଲକଡାଉନ ନିୟମ ଉଲ୍ଲଙ୍ଘନ ହୋଇନି କହିଲା ପୋଲିସ

author img

By

Published : Apr 18, 2020, 4:32 PM IST

ବାଦ ବିବାଦରେ କୁମାରସ୍ବାମୀଙ୍କ ପୁଅ ବାହାଘର । ଲକଡାଉନରେ ବିବାହକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା । ଏପରି ସ୍ଥଳେ ପୋଲିସ କହିଛି ବିବାହରେ ଲକଡାଉନର ନିୟମ ଉଲ୍ଲଙ୍ଘନ ହୋଇନାହିଁ । ଅଧିକ ପଢନ୍ତୁ...

କୁମାରସ୍ବାମୀଙ୍କ ପୁଅ ବିବାହରେ ଲକଡାଉନର ନିୟମ ଉଲ୍ଲଙ୍ଘନ ହୋଇନି

ବେଙ୍ଗାଲୁରୁ: ଲକଡାଉନରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁଅ ବାହାଘରକୁ ନେଇ ବହୁ ବାଦ ବିବାଦ ଦେଖାଦେଇଛି । ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସାମନାକୁ ଆସିବା ପରଠୁ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । କର୍ଣ୍ଣାଟକର ଶାସକ ବିଜେପି ଏବଂ ବିରୋଧୀ (ଜେଡି-ଏସ) ମଧ୍ୟରେ ହୋଇଥିବା ଅଭିଯୋଗ ଏବଂ ପ୍ରତିବାଦ ମଧ୍ୟରେ ପୋଲିସ କହିଛି ଯେ ଲକଡାଉନରେ କୌଣସି ନିୟମକୁ ଉଲ୍ଲଙ୍ଘନ କରାଯାଇନାହିଁ ।

ବିଡାଡି ପୋଲିସ ସବ-ଇନ୍ସପେକ୍ଟର ସି ଭାସ୍କର ଫୋନ୍ ମାଧ୍ୟମରେ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ, ଲକଡାଉନ ନିୟମ ପାଳନ କରାଯାଇଥିଲା ଏବଂ କୁମାରସ୍ୱାମୀଙ୍କ ପରିବାର ସଦସ୍ୟ ତଥା ଘନିଷ୍ଠ ସମ୍ପର୍କୀୟଙ୍କ ସମେତ ପ୍ରାୟ 100 ଜଣଙ୍କୁ ଫାର୍ମହାଉସରେ ବିବାହ ଉତ୍ସବରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ତାଲାବନ୍ଦକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉଥିବାରୁ ପୋଲିସ ପାସ୍ ଥିବା 40 ଟି ଗାଡି ବିଡାଡି ସ୍ଥିତ ରାଜ୍ୟ ରାଜପଥରୁ ଫାର୍ମହାଉସ ରାସ୍ତାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା ।

ଯଦିଓ ବିବାହ ଚାଲିଥିବା ବେଳେ ନିକଟସ୍ଥ ଗାଁର କିଛି ଲୋକ ରାଜପଥକୁ ଆସିଥିଲେ, କିନ୍ତୁ ସେମାନଙ୍କୁ ସେଠାରୁ ହଟାଯାଇଥିଲା । ଶାସକ ବିଜେପିର ଜିଲ୍ଲା ୟୁନିଟ୍ ସଭାପତି ଏମ୍ ରୁଦ୍ରଶଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଲକଡାଉନ୍ ଉଲ୍ଲଂଘନ କରି ବିବାହକୁ ଦେଖିବା ପାଇଁ ଅନେକ ଲୋକ ଫାର୍ମହାଉସରେ ଭିଡ଼ ଜମାଇଥିଲେ, କୁମାରସ୍ୱାମୀଙ୍କ ମିଡିଆ ସଚିବ କେ ସଦାନନ୍ଦ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଫାର୍ମ ହାଉସରେ ପ୍ରାୟ 45-50 ପରିବାର ସଦସ୍ୟ ଏବଂ ଗୋୱଡା ବଂଶର ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।

ଫାର୍ମହାଉସ ଭିତରେ ଆୟୋଜିତ ହୋଇଥିବା ବିବାହ ପାଇଁ ଲକଡାଉନ୍ ନିୟମ ପାଳନ କରାଯାଇଥିଲା । ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ବ୍ୟତୀତ କେବଳ ଡ୍ରାଇଭର, ରୋଷେଇଆ, ୱେଟର ଏବଂ ସେବକ ଉପସ୍ଥିତ ଥିଲେ। ପ୍ରମାଣ ଏବଂ କୌଣସି ପ୍ରତିବାଦ ପାଇଁ ସମଗ୍ର ସ୍ଥାନରେ କ୍ୟାମେରା ଲଗାଯାଇଥିଲା ବୋଲି ସେ କହିଛନ୍ତି ।

ଏଥିପାଇଁ ସଦାନନ୍ଦ କହିଛନ୍ତି ଯଦି ରୁଦ୍ରଶଙ୍କର ଲକଡାଉନ ଉଲ୍ଲଂଘନ ହେବାର ଭିଜୁଆଲ୍ ପ୍ରମାଣ ଅଛି,ତେବେ ସେ ଏହାକୁ ସ୍ଥାନୀୟ ପୋଲିସ ନିକଟରେ ତଦନ୍ତ ପାଇଁ ଦାଖଲ କରିପାରିବେ । ନିୟମ ଅନୁଯାୟୀ, ଘଟଣା ସମୟରେ ସମସ୍ତଙ୍କ ଦ୍ବାରା ସାମାଜିକ କିମ୍ବା ଶାରୀରିକ ଦୂରତା ବଜାୟ ରହିଥିଲା ।

ଯଦିଓ କୁମାରସ୍ୱାମୀଙ୍କ ସମେତ ଦମ୍ପତି ଏବଂ ପରିବାର ସଦସ୍ୟ, ତାଙ୍କ ପତ୍ନୀ ଅନୀତା, ପିତା ଏଚ୍। ଦେବଗୌଡା ଏବଂ ମାତା ଚିନ୍ନାମ୍ମା ଘର ଭିତରେ ଥିବା ବିବାହ ଉତ୍ସବରେ ମାସ୍କ ପିନ୍ଧି ନଥିଲେ, ସେମାନେ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନରେ ମାସ୍କ ପିନ୍ଧିଥିଲେ । ଘର ଭିତରେ ମାସ୍କ ପିନ୍ଧିବା ପାଇଁ କୌଣସି ଗାଇଡଲାଇନ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.