ପାଟନା: ବିହାରର ବେଗୁସରାଇ ପୋଲିସକୁ ମିଳିଛି ବଡ଼ ସଫଳତା । ବ୍ୟବସାୟୀଙ୍କଠାରୁ ସୁନା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ମାମଲାରେ 4 ଅଭିଯୁକ୍ତଙ୍କୁ ଗିରଫ କରିବା ସହ 14 କେଜି 700 ଗ୍ରାମ ସୁନା ଜବତ କରାଯାଇଛି । ସୂଚନା ଅନୁସାରେ ନଭେମ୍ବର 12 ତାରିଖ ସକାଳେ ଗଡହରା ଓପି ଅଞ୍ଚଳର ଠାକୁରୀଚକରେ ଲୁଟେରାମାନେ ଦୁଇ ସୁନା ବ୍ୟବସାୟୀଙ୍କୁ ଗୁଳି କରି ସୁନା ଲୁଟିଥିଲେ । ଏହି ଘଟଣାରେ ବ୍ୟବସାୟୀଙ୍କ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା ।
ଉକ୍ତ ମାମଲାର ଦାୟିତ୍ବ ଏସପି ଅବକାଶ କୁମାର ଏବଂ ଡିଆଇଡି ରାଜେଶ କୁମାର ନେଇଥିଲେ । ଅପରାଧିଙ୍କୁ ଧରିବା ଲାଗି ଏକ ଏସଆଇଟି ଟିମ ଗଠନ କରାଯାଇଥିଲା । ଏହି ଟିମ ଲଗାତାର ଘଟଣାକ୍ରମ ଉପରେ ନଜର ରଖିଥିଲେ । ପୋଲିସ କହିବା ଅନୁସାରେ ଏହି ମାମଲାଟି (ବ୍ଲାଇଣ୍ଡ କେସ୍) ଅତ୍ୟଧିକ ଜଟିଳ ଥିଲା । ତେବେ ଧାରାପଡିଥିବା ଅପରାଧିଙ୍କଠାରୁ ପୋଲିସ ବହୁ ମାରଣାସ୍ତ୍ର, ଗୋଟିଏ ବାଇକ, 13ଟି ଜୀବନ୍ତ କାରତୁସ ଜବତ କରିଛି ।
ସେପଟେ ଏହି ସଫଳତା ପାଇଁ ଏସଆଇଟି ଟିମର ସମସ୍ତ ଅଧିକାରୀଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି । ତେବେ ବ୍ୟବସାୟୀଙ୍କଠାରୁ 9 କିଲୋ 600 ଗ୍ରାମ ସୁନା ଲୁଟ ହୋଇଥିବା ମାମଲା ରୁଜୁ ହୋଇଥିଲା । ହେଲେ ପୋଲିସ ଲୁଟେରାଙ୍କଠାରୁ ଅହୁରି 5 କିଲୋ ଅଧିକ ସୁନା ଜବତ ହୋଇଥିବା ସୂଚନା ରହିଛି ।