ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ ଓ ପୋଲିସକୁ ବଡ଼ ସଫଳତା । ଶନିବାର ସେନା, ସିଆରପିଏଫ ଓ ପୋଲିସର ମିଳିତ ଅଭିଯାନରେ ହଜିବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ ସ୍ଥାନୀୟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀ ଜଣକ ଜୁନୈଦ ଫାରୁକ ପଣ୍ଡିତ ବୋଲି ଜଣାପଡିଛି ।
ଜୁନୈଦକୁ ଗିରଫ କରିବା ପାଇଁ ବରମୂଳା ଜିଲ୍ଲାର ଟପର ପତ୍ତନରେ ଜାଲ ବିଛାଇଥିଲେ ସୁରକ୍ଷାକର୍ମୀ । ଏହାପୂର୍ବରୁ ଶନିବାର ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ 2 ଲସ୍କରୀ ଇ ତୋଇବା ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ ।
@ANI