ETV Bharat / bharat

ଗୁମଲାରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର

author img

By

Published : Aug 13, 2020, 7:12 PM IST

ଜିଲ୍ଲା ପୋଲିସ ଏବଂ ସିଆରପିଏଫ 158 ବାଟାଲିୟନର ମିଳିତ ଟିମ୍ ଏବଂ ନକ୍ସଲଙ୍କ ମଧ୍ୟରେ ଗୁରୁବାର ପୂର୍ବାହ୍ନରେ ଏହି ଏନକାଉଣ୍ଟର ହୋଇଛି ।

ଗୁମଲାରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର
ଗୁମଲାରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର

ରାଞ୍ଚି: ଝାଡଖଣ୍ଡ ଗୁମଲା ଜିଲ୍ଲାର ବିଶାନପୁର ପୋଲିସ ଷ୍ଟେସନ ଅଞ୍ଚଳ ହେସ୍ରାଗ ପାରାସାପାନି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଜିଲ୍ଲା ପୋଲିସ ଏବଂ ସିଆରପିଏଫ 158 ବାଟାଲିୟନର ମିଳିତ ଟିମ୍ ଏବଂ ନକ୍ସଲଙ୍କ ମଧ୍ୟରେ ଗୁରୁବାର ପୂର୍ବାହ୍ନରେ ଏହି ଏନକାଉଣ୍ଟର ହୋଇଛି । ତେବେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଭୟଭୀତ୍ତ ହୋଇ ନକ୍ସଲମାନେ ଜଙ୍ଗଲ ରାସ୍ତାରେ ଲୁଚି ପଳାଇଥିବା ଜଣାପଡିଛି । ସେପଟେ ପୋଲିସ ଏବଂ ସିଆରପିଏଫ କର୍ମଚାରୀମାନେ ସର୍ଚ୍ଚ ଅପରେସନ କରିଛନ୍ତି । ଏହି ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ଅନେକ ଜିନିଷ ଜବତ ହୋଇଛି ।

ଏନେଇ ଜିଲ୍ଲା ଏସପି ହୃଦୀପ ପି ଜନାର୍ଦ୍ଦନ କହିଛନ୍ତି, ନକ୍ସଲ ରବିନ୍ଦ୍ର ଗଞ୍ଝୁ ବିଷ୍ଣୁପୁରର ହେସ୍ରାଗ ଅଞ୍ଚଳରେ ବୁଲୁଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ଜିଲ୍ଲା ପୋଲିସ ଏବଂ ସିଆରପିଏଫ 158 ବାଟାଲିୟନର ମିଳିତ ଟିମ୍‌ ନକ୍ସଲଙ୍କ ସନ୍ଧାନରେ ହେସ୍ରାଗ ଗ୍ରାମରେ ପହଞ୍ଚିଥିଲେ । ଏହି ସମୟରେ ପୋଲିସକୁ ଦେଖି ନକ୍ସଲମାନେ ଜଙ୍ଗଲରାସ୍ତା ଆଡକୁ ଲୁଚି ପଳାଇଥିଲେ । ତେବେ ପୋଲିସ ସେମାନଙ୍କ ପଛରେ ଯାଇଥିଲା । ଏହି ସମୟରେ ନକ୍ସଲମାନେ ପୋଲିସ ଉପରେ ଗୁଳି ଚଳାଇଥିଲେ । ଏହାପରେ ଉଭୟ ପଟୁ ଗୁଳିବିନିମୟ ହୋଇଥିଲା ।

ତେବେ ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ କରାଯାଇଥିବା ଏସପି କହିଛନ୍ତି। ଯେଉଁଥିରେ ଦୁଇଟି ଅସ୍ତ୍ରଶସ୍ତ୍ର, ରେନକୋଟ୍ ଏବଂ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.