ନୂଆଦିଲ୍ଲୀ: ଆଜି 18 ମେ' ବୁଦ୍ଧ ପୂର୍ଣ୍ଣିମା । ସେହି ସମାନ ତାରିଖ ଆଉ ସମାନ ତିଥି । ଯେଉଁ ତିଥିରେ ଭାରତର ପ୍ରଥମ ପରମାଣୁ ପରୀକ୍ଷଣ ହୋଇଥିଲା । 45 ବର୍ଷ ପୂର୍ବେ ଘଟିଥିବା ଘଟଣା ଆଜି ବି ସ୍ମରଣୀୟ । ବୁଦ୍ଧ ପୂର୍ଣ୍ଣିମାରେ ପରୀକ୍ଷଣ ହୋଇଥିବା ଏହି ଦିନକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏହି ମିସାଇଲର ନାମ ବୁଦ୍ଧା ମିସାଇଲ ରଖିଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଭାରତ ତାର ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା । 18 ମେ'1974 ଏହି ପରୀକ୍ଷଣ କରାଯାଇଥିବା ବେଳେ ପରମାଣୁ ଶକ୍ତି ସମ୍ପନ୍ନ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଥିଲା ଭାରତ । ଏହି ପରୀକ୍ଷଣର ପ୍ରଥମ ପଦକ୍ଷେପ ପୋଖରାନରେ ହିଁ ନିଆଯାଇଥିଲା । ପରେ ରାଜସ୍ଥାନର ଜୈସଲମେର ଠାରୁ ପାଖାପାଖି 140 କିମି ଦୂର ଲୋହାରିକା ନିକଟସ୍ଥ ମଲକା ଗ୍ରାମରେ ନିକଟରେ ପରୀକ୍ଷଣ କରାଯାଇଥିଲା ।
ମଲକା ଗ୍ରାମର ଯେଉଁ ଶୁଖିଲା କୂଅରେ ପରମାଣୁ ପରୀକ୍ଷଣ କରାଯାଇଥିଲା ସେହି ସ୍ଥାନରେ ଆଜି ବି ଗାତ ଦେଖିବାକୁ ମିଳେ । ଯାହାକୁ ଆଜି ବି ଦେଖିଲେ ସେ ଦିନର ସଫଳତା ଜଳଜଳ ଆଖି ଆଗରେ ଝଲସି ଉଠୁଛି । ବୈଜ୍ଞାନିକମାନେ ବାଛିଥିବା ପ୍ରଥମ ପରମାଣୁ ସ୍ଥଳ ଲୋହାରିକା ଗ୍ରାମରେ ନ୍ୟୁକ୍ଲିଆର ଧମକା କରିବା ବିଶ୍ବର ଚର୍ତୁଦିଗରେ ଶୁଣିବାକୁ ମିଳିଥିଲା । ଆଉ ଏହା ପରେ ମାନଚିତ୍ରରେ ପୋଖରାନକୁ ମିଳେ ଏକ ସ୍ବତନ୍ତ୍ର ସ୍ଥାନ ।
ପରୀକ୍ଷଣର ପ୍ରଥମ ସ୍ଥଳ ଏବେ ଅବ୍ୟବସ୍ଥା ଘେରରେ । ପୋଖରାନର ବିଧାୟକ ଗୁଲାବ ସିଂହ ମଧ୍ୟ କୁହନ୍ତି ଏହି ଅଞ୍ଚଳ ଲାଗି କୌଣସି ବିଜୟୀ ଧାରାର ଇତିହାସକୁ ସାଇତି ରଖିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଦେଶର ପରମାଣୁ ଶକ୍ତି ସମ୍ପନ୍ନ କରୁଥିବା ଏହି ସ୍ଥାନକୁ ଗୁନାମ ଛାଡି ଦିଆଯାଇଛି ।