ଲକ୍ଷ୍ନୌ: ସରକାରୀ ଚାକିରୀରୁ ଅବସର ନେବା ପରେ ଦୀର୍ଘ 10 ବର୍ଷ ଧରି ସମସାମୟିକ ବିଷୟ କୁ ନେଇ କବିତା ଲେଖନ୍ତି ଶିବରାମ । ତାଙ୍କ କହିବାନୁଯାୟୀ 5 ମାସ ତଳେ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ କବିତା ଲେଖି ଉଭୟଙ୍କୁ ପ୍ରେରଣ କରିଥିଲେ ।
‘‘ଲୋଭିଓଁ ନେ ଲୁଟ ଲିୟା ଦେଶ ୱ ପ୍ରଦେଶ ସବ, ଯୋଗୀୟୋଂ କେ ହାଥ ଡୋର ଶାସନ କୀ ଆଇ ହୈ । ଇଶ୍ବରୀୟ ଚମତ୍କାର ହୋ ରହା ଅବ ଯୋଗୀ ଔର ମୋଦୀ ପର ଦେଶଭକ୍ତି ଛାଇ ହୈ । ଏକ କା ସମର୍ପଣ ହୈ ଦୁସରେ ନେ ତ୍ୟାଗ କିୟା, ଦେଶ ୱ ପ୍ରଦେଶ ସହିତ ଘର ୱା ସଗାଇ ହୈ । ଇଶ୍ବରୀୟ ଚମତ୍କାର ହୋ ରହା ଅବ ଯୋରୀ ଔର ମୋଦୀ ପର ଦେଶଭକ୍ତି ଛାଇ ହୈ ।’’
ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟରୁ ଫୋନ ଆସିବା ପରେ ଅନୁଛେଦ 370 ଉଚ୍ଛେଦ ଏବଂ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଏକ କବିତା ଲେଖି ଇ-ମେଲ ଜରିଆରେ ପଠାଇ ଦେଇଛନ୍ତି ଶିବରାମ । ଏହି କବିତାଟିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସାହାସକୁ ପ୍ରତିପାଦନ କରିଛନ୍ତି ।
ସେ ଆଉ ଏକ କବିତା ମଧ୍ୟ ଲେଖିଛନ୍ତି ଯାହାକୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିବେ ବୋଲି କହିଛନ୍ତି ।
ଲକ୍ଷ୍ନୌ ରୁ ଦିଲ୍ଲୀପ ଶୁକ୍ଲା ଇଟିଭି ଭାରତ