ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ଚିନ୍ତାରେ ଦେଶ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ ସ୍ଥାୟୀ ପ୍ରତିକାର ପାଇଁ ଦିଲ୍ଲୀ ଓ ଅନ୍ୟ ପଡୋଶୀ ରାଜ୍ୟଙ୍କ ସହ ଆଲୋଚନା କରାଯାଇଛି। ସୋମବାର ହୋଇଥିବା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି କେ ମିଶ୍ର କହିଛନ୍ତି ଏହି ସମସ୍ୟାର ଏକ ସ୍ଥାୟୀ ପ୍ରତିକ୍ରିୟା ଜରୁରୀ ।
ସୋମବାର ହୋଇଥିବା ସମୀକ୍ଷାରେ ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ଠାରୁ 24 ଘଣ୍ଟା ମଧ୍ୟରେ ଫସଲ ଜଳିବାର ସମସ୍ତ ବିବରଣୀ ମାଗିଥିଲେ ମୁଖ୍ୟ ସଚିବ । ଏହାସହ ପ୍ରଦୂଷଣ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ।
ତେବେ ମଙ୍ଗଳବାର ପୁଣି ଏନେଇ ଆଉ ଏକ ସମୀକ୍ଷା ବୈଠକ ହେବ । ଏଥିରେ ପଞ୍ଜାବର ମୁଖ୍ୟ ସଚିବ କହିଥିଲେ କି, ସେ ବ୍ୟକ୍ତିଗତ ଭାବେ ଡେପୁଟି କମିଶନରଙ୍କ ସହ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରୁଛନ୍ତି ଓ ଯିଏ ଫସଲରେ ନିଆଁ ଲଗାଇବାକୁ ଚେଷ୍ଟା କରୁଛି, ସେମାନଙ୍କଠାରୁ ଫାଇନ ଆଦାୟ କରାଯାଉଛି ।
ହରିୟାଣାର ମୁଖ୍ୟ ସଚିବ କହିବାନୁସାରେ, ରାଜ୍ୟରେ ଫସଲ ଜଳା କମିଛି ଓ ବାୟୂ ପ୍ରଦୂଷଣକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଦିଲ୍ଲୀର ମୁଖ୍ୟ ସଚିବ ମଧ୍ୟ ବିବରଣୀ ରଖିଥିଲେ । ଧୂଳିକୁ ରୋକିବା ପାଇଁ ସ୍ପ୍ରିଙ୍କଲର୍ସର ବ୍ୟବହାର କରାଯାଉଛି । ଅଳିଆ ଆବର୍ଜନାକୁ ବାହାରେ ଫୋପାଡିଲେ ଫାଇନ ଦେବାକୁ ପଡିବ । ଆଦି ପଦକ୍ଷେପ ଦିଲ୍ଲୀ ଓ ପଡୋଶୀ ରାଜ୍ୟ ଗ୍ରହଣ କରିଛି ବୋଲି ସୂଚନା ଦେଇଛନ୍ତି । କିଛି ଦିନ ମଧ୍ୟରେ ପାଣିପାଗରେ ସୁଧାର ଆସିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।