ନୂଆଦିଲ୍ଲୀ: ଆଜି ଭାରତୀୟ ଜନସଂଘ ପ୍ରତିଷ୍ଠାତା ତଥା ବିଜେପିର ବିଚାରଧାରର ପ୍ରଣେତା ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ନେତାମାନେ ଶ୍ୟାମା ପ୍ରସାଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି,ଡ. ଶ୍ୟାମା ପ୍ରସାଦଙ୍କ ଜୟନ୍ତୀରେ ତାଙ୍କୁ ନମନ କରୁଛି । ସେ ଜଣେ ସଚ୍ଚୋଟ ରାଷ୍ଟ୍ରଭକ୍ତ ଥିଲେ । ଯିଏ କି ଭାରତର ବିକାଶ ଦିଗରେ ମୁଖ୍ୟ ଭୂମିକା ନେଇଥିଲେ । ଦେଶର ଏକତା ପାଇଁ ସେ ସାହସିକ ଉଦ୍ୟମ କରିଥିଲେ । ତାଙ୍କର ଉଚ୍ଚ ବିଚାର ସର୍ବଦା କୋଟି କୋଟି ଲୋକଙ୍କୁ ପ୍ରେରଣା ଯୋଗାଇ ଆସିଛି ।
ଏହି ଅବସରରେ ବିଜେପି ଭିଡିଓ କନଫରେନ୍ସି ମାଧ୍ୟମରେ ଜନସଭାର ଆୟୋଜନ କରାଯାଇଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପାର୍ଟି ମୁଖ୍ୟାଳୟରେ ଏହି ଜନସଭାକୁ ଉଦବୋଧନ କରିବେ ।
ଶ୍ୟାମା ପ୍ରକାଶ ମୁଖାର୍ଜୀ 1901 ମସିହା ଆଜିର ଦିନରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ରାଜନେତା, ବାରିଷ୍ଟର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲା ନେହେରୁଙ୍କ ସମୟରେ ଶିଳ୍ପ ଓ ଯୋଗାଣ ବିଭାଗର ମନ୍ତ୍ରୀ ଭାବେ ଦେଶ ପାଇଁ କାମ କରିଥିଲେ ।