ETV Bharat / bharat

ପିଏମ ମୋଦିଙ୍କ ଦ୍ବାରା ବାଜପେୟୀଙ୍କ ପ୍ରତିମୂର୍ତ୍ତୀ ଅନାବରଣ - lucknow

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 25 ଫୁଟର ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାଜପେୟୀଙ୍କ ସ୍ମୃତିରେ ଅନେକ କାର୍ଯ୍ୟକ୍ରମ। ବିରୋଧଙ୍କୁ ମୋଦିଙ୍କ କଡା ସନ୍ଦେଶ।

PHOTO
atal bihari vajpayee
author img

By

Published : Dec 25, 2019, 6:40 PM IST

ଲକ୍ଷ୍ନୌ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌ ଠାରେ ବାଜପେୟୀଙ୍କ ଏକ 25 ଫୁଟର ପ୍ରତିମୂର୍ତ୍ତୀ ଅନାବରଣ ହୋଇଛି । ଅଟଳଙ୍କ 95 ତମ ଜନ୍ମ ଜୟନ୍ତୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଅନାବରଣ କରିଛନ୍ତି।

ଏହି ଅବସରରେ ମୋଦି କହିଛନ୍ତି ଆଜି ୟୁପି ମୁଖ୍ୟମନ୍ତ୍ରୀ ମୋର ସ୍ବାଗତ କରିଛନ୍ତି । ଏହି କାଶୀ ସାଂସଦ ହୃଦୟରୁ ଧନ୍ୟବାଦ ଜଣାଉଛି। ମୋର ସୌଭାଗ୍ୟ ଅଟଳଙ୍କ ଜନ୍ମଦିନରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଦ୍ବିତୀୟ କର୍ଯ୍ୟକ୍ରମରେ ମୁଁ ସାମିଲ ହୋଇଛି। ଏହା ପୂର୍ବରୁ ମୋଦି ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଥିଲେ ଯେତେବେଳେ ଅଟଳ ଜୀ ଯେବେ ସାଂସଦ ଥିଲେ ଲକ୍ଷ୍ନୌର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିଲେ । ଆଜି ତାଙ୍କ କାର୍ଯ୍ୟଧାରାକୁ ରାଜନାଥ ସିଂ ଆଗେଇ ନେଉଛନ୍ତି । ଆଜି ଏଠାରେ ଅଟଳ ମେଡିକାଲ କଲେଜ ମଧ୍ୟ ଶିଳାନ୍ୟାସ ହୋଇଛି । ଏହି ୟୁନିଭର୍ସିଟି ନିର୍ମାଣ ହେଲେ ୟୁପିରେ ଆହୁରି ଅନେକ ସ୍ବାସ୍ଥ୍ୟସେବାରେ ସୁଧାର ଆସିପାରିବ। ୟୁପି ସମେତ ପୁରାଦେଶର ସ୍ବାସ୍ଥ୍ୟସେବା ବିକାଶ ପାଇଁ ଆମର ଭିଜନ ଓ ମିଶନ ସର୍ବଦା ପ୍ରାଥମିକତା ରହିଆସିଛି ବୋଲି କହିଛନ୍ତି।

ମୋଦି ଆହୁରି କହିଛନ୍ତି ଆମ ସରକାର ଦେଶବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ସବୁବେଳେ ଆଗୁଆ ପ୍ରତିଶେଧମୂଳକ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ସ୍ବଛ ଭାରତ, ଉଜ୍ଜଳା, ଯୋଗ, ଫିଟ ଇଣ୍ଡିଆ ଓ ଆୟୁର୍ବେଦକୁ ପ୍ରୋତ୍ସାହନ ଦେବା ଏହି ସବୁ ଗୋଟିଏ ଗୋଟିଏ ଅଂଶ ବୋଲି କହିଛନ୍ତି । ପଶୁଙ୍କ ଆରୋଗ୍ୟ ମଧ୍ୟ ଆମ ଆରୋଗ୍ୟର ଏକ ଅଂଶ ବୋଲି କହିଛନ୍ତି। ଏହାସହ ଆୟୁଷ୍ମାନ ଭାରତ ଦୁନିଆର ସବୁଠାରୁ ଶ୍ରେଷ୍ଠ ସ୍ବାସ୍ଥ୍ୟ ଯୋଜନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏହି ଅବସରରେ ମୋଦି ୟୁପି ସରକାରଙ୍କୁ ଜୋରଦାର ପ୍ରଶଂସା କରିଥିଲେ। ଏହାସହ ଅଟଳଙ୍କ ବାଣୀକୁ ମନେପକାଇ କହି ପୂର୍ବ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଅନେକ ଦିଗଦର୍ଶନ ରଖିଥିଲେ।

ଏହାସହ ସିଏଏକୁ ନେଇ ଗତକିଛି ଦିନ ତେଳେ ୟୁପି ସମେତ ଦେଶର କେତେକ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ହିସାଂକାରୀଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ମୋଦି। ସେ ଆନ୍ଦୋଳନକାରୀଙ୍କୁ ଆହ୍ବାନ କରି କହିଛନ୍ତି ଆପଣ ମାନେ ନିଜକୁ ନିଜେ ପଚାରନ୍ତୁ ଯାହା କରିଛନ୍ତି ଠିକ କରିଛନ୍ତି କି ? ଯେଉଁ ସମ୍ପତ୍ତି ନଷ୍ଟ କରିଛନ୍ତି ସେହି ସମ୍ପତ୍ତି କଣ ଆପଣଙ୍କ ପରିବାର ପିଲାଙ୍କ କାମରେ ଆସିନଥାନ୍ତା କି ? ଆନ୍ଦୋଳନରେ ଯେଉଁମାନଙ୍କର ମୃତ୍ୟୁ ହେଲା, ଯେଉଁ ପୋଲିସ ଅଧିକାରୀ ଆହତ ହେଲେ ତାଙ୍କ ପରିବାର ବିଷୟରେ ଚିନ୍ତା କରିଛନ୍ତି କି? ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ଦେଶବାସୀଙ୍କ ଅଧିକାର ଅଛି ଆନ୍ଦୋଳନ କରିବା କିନ୍ତୁ ନିଜ ଦାୟିତ୍ବ ମଧ୍ୟ ସମ୍ପାଦନ କରିବା ଉଚିତ ବୋଲ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବର୍ତ୍ତମାନର ଲକ୍ଷ୍ନୌ ସାଂସଦ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ଆଜି ଅଟଳ ଜୀ ଆମ ଗହଣରେ ନାହାଁନ୍ତି। ହେଲେ ତାଙ୍କର ସ୍ମୃତି ଆମ ଭିତରେ ଅଟଳ ଓ ଅବିଚଳ ହେଉଛି। ଏହି କାର୍ଯ୍ୟକ୍ରମରେ ୟୁପି ରାଜ୍ୟପାଳ ଆନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଉପ-ମୁଖ୍ୟମନ୍ତ୍ରୀ ଦିନେଶ ପ୍ରସାଦ ଶର୍ମା ଏବଂ କେଶବ ପ୍ରସାଦ ମୌର୍ଯ୍ୟ ସମେତ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.