ନୂଆଦିଲ୍ଲୀ: ଆଜି ଏ ବର୍ଷର ଶେଷ ରବିବାର । 'ମନ କି ବାତ' କାର୍ଯ୍ୟକ୍ରମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏହା 2019ର ରହିବ ମୋଦିଙ୍କ ଶେଷ ବାର୍ତ୍ତା । ପୂର୍ବଥର ପରି ଏଥର ମଧ୍ୟ ପୂର୍ବାହ୍ନ 11ଟା ସମୟରେ ରେଡିଓରେ ଅଭିଭାଷଣ ରଖିବେ ପିଏମ । 2019 ସରିବାକୁ ଥିବାବେଳେ, ଆଗାମୀ ବର୍ଷ ପାଇଁ ସରକାରଙ୍କ ଆଭିମୁଖ୍ୟ କ'ଣ ରହିବ, ସେ ନେଇ ମତ ରଖିପାରନ୍ତି ପ୍ରଧାନମନ୍ତ୍ରୀ ।
ଏହା ବର୍ଷର ଶେଷ 'ମନ କି ବାତ' ହୋଇଥିବାବେଳେ, କ'ଣ ରହିବ ମୋଦିଙ୍କ ଅଭିଭାଷଣ ତାକୁ ନେଇ ଦେଶବାସୀଙ୍କ ମନରେ ଉତ୍କଣ୍ଠା ବଢୁଛି । ତେବେ 2019 ଭାରତବାସୀଙ୍କ ପାଇଁ ଐତିହାସିକ, ସ୍ମରଣୀୟ ହୋଇ ରହିବ । ଶେଷ ଥର ଲାଗି ଗତ ନଭେମ୍ବର 24ରେ ମୋଦି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରେ ଲାଗୁ କରିଥିଲେ 'ଫିଟ ଇଣ୍ଡିଆ ସ୍କୁଲ ଗ୍ରାଡିଙ୍ଗ ସିଷ୍ଟମ' । ଏଥିସହ ମାତୃଭାଷା ବଜାୟ ରଖିବାକୁ ମଧ୍ୟ ଆହ୍ବାନ କରିଥିଲେ ପିଏମ ।