ETV Bharat / bharat

'ପାକିସ୍ତାନର ଭାଷା କହୁଛନ୍ତି ବିରୋଧୀ' - cab bill

ନାଗରିକ ସଂଶୋଧନ ବିଲ୍‌କୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାଣନ୍ତୁ ସେ କ'ଣ କହିଛନ୍ତି...

pm-narendra-modi
ଫାଇଲ ଫଟୋ
author img

By

Published : Dec 11, 2019, 12:00 PM IST

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ବିଲ୍‌କୁ ନେଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେତେକ ପ୍ରସଙ୍ଗକୁ ନେଇ ପାକିସ୍ତାନ ଯେଭଳି କହୁଛି ବିରୋଧୀ ମଧ୍ୟ ସେଭଳି କହୁଛନ୍ତି ବୋଲି ମୋଦି କହିଛନ୍ତି । ନାଗରିକ ସଂଶୋଧନ ବିଲ୍‌ ବୁଧବାର ରାଜ୍ୟସଭାରେ ଆଗତ ହେବା ପୂର୍ବରୁ ବିଜେପିର ସଂସଦୀୟ ଦଳର ବୈଠକ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି ସାଂସଦଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ବିରୋଧୀ ଦଳକୁ ସମାଲୋଚନା କରିବା ସହ ନାଗରିକ ସଂଶୋଧନ ବିଲ୍‌ ସମ୍ବନ୍ଧରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ସାଂସଦଙ୍କୁ ଆବେଦନ କରିଛନ୍ତି ।

ସେ କହିଛନ୍ତି, ଏହି ବିଲ୍‌ର ଫାଇଦା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାର ଆବଶ୍ୟକତା ରହିଛି । ବିଲ୍‌ କେବଳ ପାରିତ ହୋଇଗଲେ ସବୁକିଛି ହୋଇଯାଏନାହିଁ । ସାଧାରଣ ଲୋକଙ୍କର ବିଲ୍‌ ସମ୍ପର୍କରେ ଥିବା ଭୁଲ ଧାରଣା ଏବଂ ଭ୍ରମକୁ ମଧ୍ୟ ଦୂର କରିବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବହୁ ବାଦବିବାଦ ପରେ ନାଗରିକ ସଂଶୋଧନ ବିଲ୍‌ ଲୋକସଭାରେ ପାରିତ ହୋଇଛି । ଏହାକୁ ଆଜି ରାଜ୍ୟସଭାରେ ଆଗତ କରାଯିବ । ତେବେ ଏହି ବିଲ୍‌କୁ ଉଚ୍ଚ ସଦନରେ ପାରିତ କରିବା ମୋଦି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସାବ୍ୟସ୍ତ ହେବ ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.