ETV Bharat / bharat

ଚନ୍ଦ୍ରାୟନ-2ର ସଫଳତା ସହ କାଶ୍ମୀର ବିକାଶ ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି - 'ମନ କି ବାତ'

ମୋଦି ସରକାରଙ୍କ 2.0ରେ 'ମନ କି ବାତ' ଦ୍ବିତୀୟ ସଂସ୍କରଣର ଦ୍ବିତୀୟ ରବିବାରରେ ଉଦବୋଧନ ଦେଇଛନ୍ତି ମୋଦି । ସମସ୍ୟା ସହ ସଫଳତାକୁ ଦେଶବାସୀଙ୍କୁ ଜଣାଇବା ସହ ଚନ୍ଦ୍ରାୟନର ସଫଳତା କ୍ରୀଡବିତଙ୍କୁ ଉତ୍ସାହ ଓ ଜଳନୀତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।

ଫାଇଲ ଫଟୋ
author img

By

Published : Jul 28, 2019, 2:22 PM IST

ନୂଆଦିଲ୍ଲୀ: ପିଏମ ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳର ଦ୍ବିତୀୟ 'ମନ କି ବାତ' କାର୍ଯ୍ୟକ୍ରମରେ ସ୍ଥାନ ପାଇଲା ଚନ୍ଦ୍ରାୟନର ସଫଳ ଉତକ୍ଷେପଣ । ଭାରତୀୟ ବୈଜ୍ଞାନିକଙ୍କୁ ଭୁରିଭୁରି ପ୍ରଶଂସା କରିବା ସହ ଏହି ମିଶନକୁ ସମ୍ପୂର୍ଣ୍ଣ ସ୍ବଦେଶୀ କହିଛନ୍ତି ପ୍ରଧାନମନ୍ତ୍ରୀ । କ୍ୟାନସର ଭଳି ରୋଗକୁ ହରାଇ ନିଜ ଦୃଢମନୋବଳର ପ୍ରମାଣ ଦେଇଥିବା 10ଟି ପିଲାଙ୍କ କଥା ମଧ୍ୟ ମୋଦି ଦେଶବାସୀଙ୍କ ଆଗରେ ପ୍ରକାଶ କରିଥିଲେ । ଏଥିସହ ଇସ୍ରୋର ସଫଳତା, ଜଳନୀତି, ସ୍ବଚ୍ଛତା ସହ ଜମ୍ମୁ-କାଶ୍ମୀର ଲୋକେ ସୁଶାସନ ଚାହୁଁଥିବା ସହ କ୍ରୀଡାଜଗତ ବିଷୟରେ ଆଜି 'ମନ କି ବାତ'ରେ ଶୁଣିବାକୁ ମିଳିଥିଲା ।

ଇସ୍ରୋର ସଫଳତା:

ଇସ୍ରୋର ସଫଳ ପ୍ରକ୍ଷେପଣର ଚିତ୍ର ଦେଶବାସୀଙ୍କ ମନରେ ଉତ୍ସାହ, ଗୌରବ ଓ ପ୍ରସନ୍ନତା ଭରି ଦେଇଛି । ଏହି ମିଶନ ବହୁ ବିଶେଷତା ରଖିଥିବାବେଳେ ଚନ୍ଦ୍ର ଉପରେ ଅନେକ କିଛି ଜ୍ଞାନ ଦେବ ବୋଲି ସେ କହିଛନ୍ତି । ଏଥିସହ ଚନ୍ଦ୍ରାୟନ-2 ସମ୍ପୂର୍ଣ୍ଣ ସ୍ବଦେଶୀ ମିଶନ ବୋଲି କହିଛନ୍ତି ମୋଦି । ବୈଜ୍ଞାନିକ ଦିନ-ରାତି ଏକ କରି ଏହି ମିଶନକୁ ସଫଳ କରିଛନ୍ତି । ଜୀବନରେ ଯେତେ ବି ସମସ୍ୟା ଆସୁ ନା କାହିଁକି ସାହାସ ରଖିବାକୁ କହିଛନ୍ତି ମୋଦି । ଆକାଶକୁ ଚିରି ଅନ୍ତରୀକ୍ଷରେ ଭାରତର ସଫଳତା ହିଁ ଏହା ଦର୍ଶାଉଛି । ଏହି ମିଶନ ମାଧ୍ୟମରେ ମୋଦି ନିର୍ଭିକତା ଓ ବିଶ୍ବାସକୁ ନେଇ ଶିକ୍ଷା ପାଇଛନ୍ତି ବୋଲି ଦେଶବାସୀଙ୍କୁ ଜଣାଇଛନ୍ତି ।

ଜଳନୀତିର ସଫଳତା:
ଗତଥର ଜଳନୀତି ଉପରେ ସରକାର ଯେଉଁ ବିଷୟରେ ଆଲୋକପାତ କରିଥିଲେ, ତାହା ଲୋକଙ୍କ ମନକୁ ଛୁଇଁପାରିଛି । ସାରା ଦେଶରେ ଜଳ ସଂରକ୍ଷଣ ନୀତିକୁ ନେଇ ଚିନ୍ତାଧାରା ପରିବର୍ତ୍ତନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଛନ୍ତି । ଏ ଦିଗରେ ସରକାରୀ ଓ ଏନଜିଓ ଜଳ ସଂରକ୍ଷଣ ଲାଗି କିଛି ନା କିଛି ପଦକ୍ଷେପ ଗ୍ରହଣ ମଧ୍ୟ କରିଛନ୍ତି । ଯାହାର ଉଦାହରଣ ଦେଇ ଝାଡଖଣ୍ଡ ଓ ମେଘାଳୟ ଦେଶର ପ୍ରଥମ ରାଜ୍ୟ ଭାବେ ଜଳନୀତି ପ୍ରସ୍ତୁତ କରିଛି । ଆଉ ଏନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ମୋଦି ।

ସ୍ବଚ୍ଛତା:
ପୁଣି ଥରେ ସ୍ବଚ୍ଛତା ଉପରେ ଆଲୋକପାତ କରିଥିଲେ ମୋଦି । ଯେଉଁଥିରେ ସେ ଦିଲ୍ଲୀର ଯୋଗୀ ସୌନିଙ୍କ ଉଦହାରଣ ଦେଇଛନ୍ତି । ଆମେରିକାରର ଜଣେ ଇଞ୍ଜିନିୟର ଯୋଗୀ ସୌନି ଚାକିରି ଛାଡି ନିଜ ଦେଶର ସ୍ବଚ୍ଛତା ଓ ସୁନ୍ଦରତା ବଜାୟ ରଖିବାକୁ ତାଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଏହାକୁ ଆଗକୁ ବଢାଇବାକୁ କହିଛନ୍ତି ।

ବିକାଶ ଚାହୁଁଛନ୍ତି କାଶ୍ମୀରବାସୀ:

'ବ୍ୟାକ ଟୁ ଭିଲେଜ' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଟି ଗ୍ରାମବାସୀଙ୍କ ସମସ୍ୟା ସିଧାସଳଖ ପହଞ୍ଚିପାରୁଛି । ଏନେଇ କୌଣସି ସରକାରୀ କାର୍ଯ୍ୟାଳୟ କାମ କରୁନାହିଁ । ବରଂ କେତେକ ଅଧିକାରୀ ସିଧାସଳଖ ସୋପିଆନ, ପୁଲୱାମା, ଅନନ୍ତନାଗ ଭଳି ସମ୍ବେଦନଶୀଳ ଅଞ୍ଚଳରେ ରହି କାମ କରୁଛନ୍ତି ଅଧିକାରୀ । ପିଏମ ମୋଦି କହିଛନ୍ତି ଯେଉଁମାନେ ନକାରାତ୍ମକ ସୃଷ୍ଟି କରୁଛନ୍ତି, ସେମାନଙ୍କର ଉଦ୍ଦେଶ୍ୟ କେବେ ହେଲେ ପୂରଣ ହୋଇପାରିବ ନାହିଁ ।

ଚାମ୍ପିଅନସିପରେ ଦେଶର ସମ୍ମାନ ବୃଦ୍ଧି:

ଏଥର ଏହି କାର୍ଯ୍ୟକ୍ରମରେ ସମସ୍ତ ଦିଗରେ ଆଲୋଚନା କରାଯାଇଛି । ଯେଉଁଥିରେ କ୍ରୀଡାବିତଙ୍କୁ ବିଷୟରେ ମୋଦି କହିଛନ୍ତି । ଚାମ୍ପିଅନସିପ ଖେଳରେ ଦେଶକୁ ମିଳିଥିବା ସଫଳତାକୁ ନେଇ ଦେଶ ଗର୍ବିତ । ଆଉ ଏମିତି ବି ଖେଳାଳୀ ଅଛନ୍ତି, ଯେଉଁମାନେ ଗୋଟିଏରୁ ଊର୍ଦ୍ଧ୍ବ ମେଡାଲ ଦେଇ ଗୌରାବାନିତ୍ବ କରିଛନ୍ତି ବୋଲି ସେ ଜନତାଙ୍କୁ କହିଥିଲେ ।

ଶ୍ରୀହରିକୋଟା ପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ:

ଏଥର 'ମନ କି ବାତ' କାର୍ଯ୍ୟକ୍ରମରେ କେବଳ ସମସ୍ୟା ନଥିଲା । ଏଥିରେ ବିଦ୍ୟାର୍ଥୀଙ୍କ ପାଇଁ ଏକ ନୂଆ ସୁଯୋଗ ମଧ୍ୟ ଆଣିଦେଇଛନ୍ତି ମୋଦି । ବିଦ୍ୟାର୍ଥୀଙ୍କୁ ସ୍ପେଶ, ରକେଟ, ସାଟେଲାଇଟ ଉପରେ ପ୍ରତିଯୋଗିତା କରିବା ନେଇ ଆହ୍ବାନ ଦେଇଛନ୍ତି। ଯେଉଁଥିରେ ଯେଉଁ ରାଜ୍ୟର ତଥା ଛାତ୍ରଛାତ୍ରୀ ସଫଳ ହେବେ ତାଙ୍କୁ ଶ୍ରୀହରିକୋଟା ଯିବା ପାଇଁ ସୁଯୋଗ ଦେବ । ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆହ୍ବାନ କରିଛନ୍ତି ।

ଶ୍ରାବଣ ମାସରେ ନେଇ ମଧ୍ୟ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅମରନାଥ ଯାତ୍ରାର ସଫଳ ପାଇଁ କାଶ୍ମୀରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ଦେଶର ପ୍ରତିଟି କୋଣଅନୁକୋଣରେ ପର୍ଯ୍ୟଟନ ସ୍ଥଳୀ ବୃଦ୍ଧି କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

ଆଉ ବର୍ଷାରେ ବେହାଲ ହୋଇପଡ଼ିଥିବା ଆସାମ ଓ ବିହାର ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଧ୍ବଂସ ବିଧ୍ବଂସକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୌସୁମୀର ଦ୍ବିତୀୟ ପାର୍ଶ୍ବକୁ ସେ ଦର୍ଶାଇଛନ୍ତି । ଗୋଟିଏ ପଟେ ମୌସୁମୀର କରାଳ ରୂପ ଜନଜୀବନକୁ ନଷ୍ଟ କରିଦେଇଥିବା ବେଳେ ଅନ୍ୟପଟେ ଚାଷୀ କୁଳଙ୍କ ଖୁସିକୁ ବର୍ଣ୍ଣନା କରିଥିଲେ ମୋଦି ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.