ETV Bharat / bharat

ଲେହରେ ମୋଦି, ବିସ୍ତାରବାଦ ନୁହେଁ ଏବେ ବିକାଶବାଦର ଯୁଗ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗତ କିଛି ଶତାବ୍ଦୀରେ ବିସ୍ତାରବାଦ ହିଁ ମାନବ ସମାଜକୁ ଅଧିକ କ୍ଷତି ପହଞ୍ଚାଇଛି । ମାନବତାକୁ ବିନାଶ କରିବାର କାମ କରିଛି । ବିସ୍ତାରବାଦର ବିଜୟ ଯାହା ମୁଣ୍ଡରେ ପଶେ ସିଏ ବିଶ୍ବ ଶାନ୍ତି ପାଇଁ ବିପଦ ସୃଷ୍ଟି କରେ ବୋଲି ମୋଦି କହିଛନ୍ତି ।

ଲେହରେ ମୋଦି, ବିସ୍ତାରବାଦ ନୁହେଁ ଏବେ ବିକାଶବାଦର ଯୁଗ
ମୋଦିଲେହରେ ମୋଦି, ବିସ୍ତାରବାଦ ନୁହେଁ ଏବେ ବିକାଶବାଦର ଯୁଗ
author img

By

Published : Jul 3, 2020, 4:15 PM IST

Updated : Jul 3, 2020, 5:51 PM IST

ଲଦାଖ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଅଚାନକ ଲେହ ଗସ୍ତରେ ପହଞ୍ଚିଥିବା ମୋଦି ଚୀନକୁ କଡା ସନ୍ଦେଶ ଦେଇଛନ୍ତି । ଭାରତୀୟ ଯବାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିସ୍ତାରବାଦର ଯୁଗ ଶେଷ ହୋଇଛି । ଏବେ ବିକାଶବାଦର ସମୟ ଆସିଛି । ବଦଳୁଥିବା ସମୟରେ ବିକାଶବାଦ ହିଁ ମୁଖ୍ୟ ପ୍ରସଙ୍ଗ । ବିକାଶବାଦ ପାଇଁ ଏହା ଭଲ ସୁଯୋଗ ଏହା ହିଁ ଭବିଷ୍ୟତର ଆଧାର ବୋଲି ମୋଦି କହିଛନ୍ତି ।

ଲେହରେ ମୋଦି, ବିସ୍ତାରବାଦ ନୁହେଁ ଏବେ ବିକାଶବାଦର ଯୁଗ

ସେ ଆହୁରି କହିଛନ୍ତି ଯେ, ଗତ କିଛି ଶତାବ୍ଦୀର ବିସ୍ତାରବାଦ ହିଁ ମାନବ ସମାଜକୁ ଅଧିକ କ୍ଷତି ପହଞ୍ଚାଇଛି । ମାନବତାକୁ ବିନାଶ କରିବାର କାମ କରିଛି । ବିସ୍ତାରବାଦର ବିଜୟ ଯାହା ମୁଣ୍ଡରେ ପଶେ ସିଏ ବିଶ୍ବ ଶାନ୍ତି ପାଇଁ ବିପଦ ସୃଷ୍ଟି କରେ । କିନ୍ତୁ ଏଭଳି ଶକ୍ତି ନଷ୍ଟ ହୋଇଯାଏ ବୋଲି ମୋଦି କହିଛନ୍ତି ।

ଯବାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଦେଶର ଯବାନ ଏବଂ ଦେଶବାସୀ ଯେଉଁ ସାହସିକତା ପ୍ରଦର୍ଶନ କରିଛନ୍ତି ତାହା ଭାରତର ଶକ୍ତି ବିଷୟରେ ବିଶ୍ୱକୁ ଏକ ବାର୍ତ୍ତା ଦେଇଛି। ଆପଣମାନେ ଯେଉଁ ଶିଖରରେ ନିୟୋଜିତ ଅଛନ୍ତି ଆପଣଙ୍କ ସାହାସ ତାଠାରୁ ବି ଉଚ୍ଚ । ଆତ୍ମନିର୍ଭର ଭାରତର ସଂକଳ୍ପ ଆପଣଙ୍କ ତ୍ୟାଗ, ବଳିଦାନ ଏବଂ ପୁରୁଷାର୍ଥ ଯୋଗୁଁ ମଜବୁତ ହୋଇଛି । ଏହି ବାହାଦୁରୀ ସମ୍ପର୍କରେ ସବୁଆଡେ ଆଲୋଚନା ହେବ । ଆପଣମାନଙ୍କ ବୀରତ୍ବର ଗାଥା ଦେଶ ପ୍ରତିଟି ଘରେ ଶୁଭୁଛି ।

ଶତୃକୁ ଟାର୍ଗେଟ କରି ମୋଦି କହିଛନ୍ତି, ଦୁର୍ବଳ ଲୋକ କେବେ ବି ଶାନ୍ତିକୁ ପ୍ରାଥମିକତ୍ବ ଦେବେନାହିଁ । ବୀରତ୍ବ ପାଇଁ ଶାନ୍ତି ଆବଶ୍ୟକ । ବିଶ୍ବଯୁଦ୍ଧ ହେଉ ଅବା ଶାନ୍ତି, ବିଶ୍ବ ଆମ ବୀର ଯବାନଙ୍କ ବିଜୟ ଏବଂ ଶାନ୍ତି ପ୍ରତି ତାଙ୍କ ପ୍ରୟାସକୁ ଦେଖୁଛି । ଆମେ ମାନବିକତାର ଭଲ ପାଇଁ କାର୍ଯ୍ୟ କରିଛୁ ବୋଲି ମୋଦି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚୀନ ସହ ଚାଲିଥିବା ତିକ୍ତତା ମଧ୍ୟରେ ଶୁକ୍ରବାର ଅଚାନକ ଲଦାଖ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସିଡିଏସ୍ ଜେନେରାଲ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ମଧ୍ୟ ଲେହ ଗସ୍ତରେ ଆସିଛନ୍ତି । ସେମାନେ ଶୁକ୍ରବାର ସକାଳେ ନିମୋରେ ପହଞ୍ଚି ସେନା, ବାୟୁସେନା ଏବଂ ଆଇଟିବିପି କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 3, 2020, 5:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.