ETV Bharat / bharat

‘କେଦାରନାଥ ଦର୍ଶନରେ ଯିବେ, ଗୁମ୍ପାରେ ଧ୍ୟାନ କରିବେ’

ବାରଣାସୀରେ ମେ'19ରେ ମତଦାନ ହେଉଥିବାବେଳେ ଏହି ଦିନ କାଶୀ ବିଶ୍ବନାଥଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ଆଶୀର୍ବାଦ ଭିକ୍ଷା କରିବା ପାଇଁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମୁଦ୍ର ପତ୍ତନରୁ 11700ଫୁଟ ଉଚ୍ଚତାରେ ଅବସ୍ଥିତ ବାବା କେଦାରନାଥଙ୍କ ମନ୍ଦିର । ମନ୍ଦିର ପରିସରରୁ ଦେଢ କିଲୋମିଟର ଦୂରରେ ଅବସ୍ଥିତ 12250ଫୁଟ ଉଚ୍ଚତା ବିଶିଷ୍ଟ ଏକ ଗୁମ୍ଫାରେ ଧ୍ୟାନ କରିବେ ମୋଦି ।

author img

By

Published : May 16, 2019, 1:29 PM IST

Updated : May 16, 2019, 1:56 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ମୋଦିଙ୍କ ମିଶନ କାଶୀ । ମେ 19ଦିନ କାଶୀ ବିଶ୍ବନାଥଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ଆଶୀର୍ବାଦ ଭିକ୍ଷା କରିବା ପାଇଁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସେଠାରେ ଥିବା ଏକ ଗୁମ୍ଫାରେ ପ୍ରଧାନମନ୍ତ୍ରୀ କିଛି ଘଣ୍ଟା ପାଇଁ ଧ୍ୟାନ କରିବେ ମୋଦି ।

pm-narendra-modi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସମୁଦ୍ର ପତ୍ତନରୁ 11700ଫୁଟ ଉଚ୍ଚତାରେ ଅବସ୍ଥିତ ବାବା କେଦାରନାଥଙ୍କ ମନ୍ଦିର । ମନ୍ଦିର ପରିସରରୁ ଦେଢ କିଲୋମିଟର ଦୂରରେ ଅବସ୍ଥିତ 12250ଫୁଟ ଉଚ୍ଚତା ବିଶିଷ୍ଟ ଏକ ଗୁମ୍ଫାରେ ଧ୍ୟାନ କରିବେ ମୋଦି । କେଦାରନାଥର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦାୟିତ୍ବ ବହନ କରିବା ପରେ ଏହି ସ୍ଥାନରେ ଅନେକ ଗୁମ୍ପାର ନିର୍ମାଣ କରିଥିଲେ । ଗତ ବର୍ଷ ନିର୍ମିତ ଏହି ଗୁମ୍ପାରେ ଜୟ ଶାହଙ୍କ ପରେ ପ୍ରଧାନମନ୍ତ୍ରୀ ଦ୍ବିତୀୟ ବ୍ୟକ୍ତି ଭାବରେ ଗୁମ୍ଫାରେ ଧ୍ୟାନ କରିବେ । ଗୁମ୍ଫାରେ ମୋଦିଙ୍କ ଧ୍ୟାନକୁ ନଜରରେ ରଖି ଗୁମ୍ଫାରେ ସବୁ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ବାବା କେଦାରନାଥ ଦର୍ଶନ ପାଇଁ ମୋଦିଙ୍କ ହେଲିକପ୍ଟର ଅବତରଣ ପାଇଁ ହେଲିପ୍ୟାଡ ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବା ସୂଚନା ରହିଛି । ଦିଲ୍ଲୀ ଉଡ୍ଡୟନ ମହାନିର୍ଦ୍ଦେଶାଳୟର ଅଧିକାରୀ ହେଲିପ୍ୟାଡ୍‌ରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ସୂଚନା ଦେଇଛନ୍ତି । ଏହାସହ ପାଇଲଟଙ୍କୁ ପବନର ଗତି ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବା କହିଛନ୍ତି ଦିଲ୍ଲୀ ଉନ୍ନୟନ ମହାନିର୍ଦ୍ଦେଶାଳୟର ଅଧିକାରୀ ।

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୀକ୍ଷା କରିବା ପାଇଁ ଯିବା ପୂର୍ବରୁ ଏହି ସମସ୍ତ ସମସ୍ୟା ବିଷୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଉଡାଣ ବିଭାଗ ପାଖରେ ଖବର ରହିଥିଲ । ମାତ୍ର ଏହାକୁ ଅଣଦେଖା କରିଛି ଜିଲ୍ଲା ପ୍ରଶାସନ । ମେ' 18ରେ ପ୍ରଧାନମନ୍ତ୍ରୀ କେଦାରନାଥ ଗସ୍ତ କାର୍ଯ୍ୟକ୍ରମ ସ୍ତୀରିକୃତ ହୋଇଛି ।

ଏହି ସମସ୍ତ ଅବ୍ୟବସ୍ଥା ଉପରେ ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ନିଜ ପଟୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ତଥା ହେଲିକପ୍ଟର ଅବତରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି । ମାତ୍ର ଡିଜିସିଏର ନୀରିକ୍ଷଣ ପରେ ଏ ସମସ୍ତ ସମସ୍ୟା ସାମନାକୁ ଆସଛି । ତୁରନ୍ତ ଏସମସ୍ତ ଅବ୍ୟବସ୍ଥାର ସମାଧାନ ସହ ଡିଜିସିଏର କ୍ଲିନ୍‌ ଚିଟ୍‌ ପରେ ହେଲିକପ୍ଟର ଉଡାଣ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

ବାବା କେଦାରନାଥଙ୍କ ଯାତ୍ରା ମେ'9ରୁ ଆରମ୍ଭ ହୋଇଛି । ମାତ୍ର ଏପର୍ଯ୍ୟନ୍ତ ସେଠାରୁ ବିମାନ ଚଳାଚଳ ସମ୍ଭବପର ହୋଇପାରିନାହିଁ । ଅନ୍ତିମ ଚରଣ ମତଦାନର ଠିକ୍‌ ପୂର୍ବ ଦିନ ମୋଦି କେଦାରନାଥ ଧାମ ଗସ୍ତ କରିବେ । ଏହାସହ ମେ' 19ତାରିଖ ମତଦାନ ଦିନ ବାବା କେଦାରନାଥଙ୍କୁ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦ୍ବନ୍ଦିତା କରୁଥିବା ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନ ପାଇଁ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।

Intro:Body:

FGH

Conclusion:
Last Updated : May 16, 2019, 1:56 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.