ETV Bharat / bharat

ଆଣ୍ଡାମାନ ଓ ନିକୋବରର ପୂର୍ଣ୍ଣାଙ୍ଗ ବିକାଶ ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ

ରବିବାର ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଉଭୟ ଦ୍ବୀପପୁଞ୍ଜର ବିକାଶ ପାଇଁ ନିଆଯାଇଥିବା ନିଷ୍ପତି ଓ କାର୍ଯ୍ୟକ୍ରମକୁ ସୂଚନା ଦେଇଥିଲେ । ଦଳୀୟ କର୍ମୀ ଲୋକଙ୍କ ପାଇଁ ସମ୍ବେଦନଶୀଳ ହେବାକୁ ଆହ୍ୱାନ ଦେଇଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 9, 2020, 8:37 PM IST

nicobar islands
nicobar islands

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ( ରବିବାର) ଭିଡିଓ କନଫରେନ୍ସି ଯୋଗେ ଆଣ୍ଡମାନ ଓ ନିକୋବର ର ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମେ ଦିଳୀୟ ନେତାଙ୍କୁ ସମ୍ବୋଧନ କରି କହିଥିଲେ ସ୍ବାଧିନତା ଆନ୍ଦୋଳନ କୁ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇଥିବା ବୀର ସାବରକର ଓ ସୁବାଷ ଚନ୍ଦ୍ର ବୋଷ ଯେଉଁ ମାଟି ସହ ଜଡିତ ସେହି ପୁଣ୍ୟଭୂମିକୁ ସଲାମ ।

ଆଣ୍ଡାମାନ ଓ ନିକୋବରର ପୂର୍ଣ୍ଣାଙ୍ଗ ବିକାଶ ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ

ପରେ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧନ କରି ସେବା ଓ ସମର୍ପଣ କୁ ଆମକୁ ସମୃଦ୍ଧ କରିବାକୁ ପଡିବ । ଆଗକୁ ବଢାଇବାକୁ ପଡିବ । ବିମାନ ହେଉ ବା ବାଣିଜ୍ୟ ଆମର ସମସ୍ତ କାମକୁ ଆମେ ସ୍ବଚ୍ଛତାର ସହ କରୁଛନ୍ତି । ମହାମାରୀ ପାଇଁ ଟିକା ଗବେଷଣାରେ ଆମର ସମସ୍ତ ପ୍ରୟାସ ଜାରି ରହିଛି । ଆମର ଦକ୍ଷ ବୈଜ୍ଞାନିକ ଏଥିପାଇଁ କାମ କରୁଛନ୍ତି । ତେବେ ଏହି ସଂକଟ ସମୟରେ ଆମର ଆହୁରି ଦାୟିତ୍ବ ବଢିଯାଇଛି । ଆମର ଉଦ୍ୟମ ପ୍ରତି ଘରେ ଘରେ ସରକାରଙ୍କ ଯୋଜନା ଓ ଲକ୍ଷ୍ୟ ପହଞ୍ଚିବା ଦରକାର । ଏହି ସମୟରେ ସମସ୍ତେ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଦରକାର । କେହି ଯେମିତି କୌଣସି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନହୁଅନ୍ତି ତାହା ଦଳୀୟ କର୍ମୀ ଦାୟିତ୍ବ ନିଅନ୍ତୁ ।

ସେହିପରି ନିଜ ଆଣ୍ଡାମାନ ଗସ୍ତ ବେଳର ସ୍ମୃତିକୁ ମନେ ପକାଇ କହିଥିଲେ ଦେବସ୍ଥାନ ତୁଲ୍ୟ ସେଲ୍ୟୁଲର ଜେଲ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା । ଏହାସହ ପୋର୍ଟବ୍ଲେୟାରରେ ତ୍ରିରଙ୍ଗା ଉଡାଇବାକୁ ମଧ୍ୟ ସୌଭାଗ୍ୟ ପ୍ରାପ୍ତ ହୋଇଥିଲା । ବର୍ତ୍ତମାନ ଆଣ୍ଡାମାନ ଓ ନିକୋବରର ସନ୍ତୁଳିତ ବିକାଶ ପାଇଁ ସମସ୍ତ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ।

ଉଭୟ ଦ୍ବୀପପୁଞ୍ଜର ବିକାଶ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ପୋର୍ଟବ୍ଲେୟାର ବିମାନ ବନ୍ଦରକୁ ବିସ୍ତାର କରାଯାଉଛି । ସେହିପରି ଉଭୟ ଦ୍ବୀପପୁଞ୍ଜର ଯୋଗାଯାଗ ବ୍ୟବସ୍ଥାକୁ ସୁଦୃଢ ମଧ୍ୟ ହେଉଛି । ସେହିଭଳି ଦେଶର ଅନ୍ୟ ସ୍ଥାନରୁ ସିଧାସଳଖ ବିମାନ ସେବା ମଧ୍ୟ ଆରମ୍ଭ ପାଇଁ ଉଦ୍ୟମ ହେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ସେହିଭଳି ଏହି ଆଇଲ୍ଯାଣ୍ଡ ଯୁବକଙ୍କ ଉଚ୍ଚଶିକ୍ଷା ପାଇଁ ମଧ୍ୟ ନୂତନ ବୈଷୟିକ ଅନୁଷ୍ଠାନ ଖୋଲାଯାଉଛି । ଉଭୟ ଆଣ୍ଡାମାନ ଓ ନିକୋବରର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଯାହା ଆବଶ୍ୟକ ତାହାକୁ ପ୍ରାଥମିକତା ଭିତ୍ତିରେ ପୂରଣ କରାଯାଉଛି । ତେଣୁ ଦଳୀୟ କର୍ମୀ ଲୋକଙ୍କ ପାଇଁ ସମ୍ବେଦନଶୀଳ ହୋଇ ସରକାରଙ୍କ ଯୋଜନାକୁ ପହଞ୍ଚାନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଣ୍ଡାମାନ ଓ ନିକୋବର ର ପ୍ରଭାରୀ ଦଳର ମହାସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.