ETV Bharat / bharat

ପୁରୁଣା ବନ୍ଧୁଙ୍କ ସହ ଫ୍ରେଣ୍ଡସିପ ଡେ’ ପାଳିଲେ ମୋଦି

author img

By

Published : Aug 4, 2019, 8:41 PM IST

ବନ୍ଧୁତ୍ବ ଦିବସ ଉପଲକ୍ଷେ  ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଲିଉଡ ଷ୍ଟାଇଲରେ  ଶୁଭେଚ୍ଛା ଜଣାଇଛନ୍ତି । ଭାରତରେ ଥିବା ଇସ୍ରାଏଲ ଦୂତବାସ ପକ୍ଷରୁ ଟ୍ବିଟ ଯୋଗେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋ ସୌଜନ୍ୟ:ଟ୍ବିଟର@IsraelinIndia

ନୂଆଦିଲ୍ଲୀ: ବିଶ୍ବ ଆଜି ପାଳନ କରୁଛି ବନ୍ଧୁତ୍ବ ଦିବସ (ଫ୍ରେଣ୍ଡସିପ ଡେ’) । ଏହି ଅବସରରେ ଲୋକେ ନିଜ ନିଜ ବନ୍ଧୁଙ୍କୁ ମନେ ପକାଉଛନ୍ତି ଏବଂ ତାଙ୍କ ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେୟାର କରି ବନ୍ଧୁତ୍ବ ଦିବସର ଶୁଭେଚ୍ଛା ଜଣାଉଛନ୍ତି । ତେବେ ଏଥିରୁ ପଛାଇ ଯାଇନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ସେମାନେ ଏକ ନିଆରା ଢଙ୍ଗରେ ବନ୍ଧୁତ୍ବ ଦିବସ ପାଳନ କରିଛନ୍ତି ।

modi
ଫଟୋ ସୌଜନ୍ୟ:ଟ୍ବିଟର@ANI

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଲିଉଡ ଷ୍ଟାଇଲରେ ଶୁଭେଚ୍ଛା ଜଣାଇଛନ୍ତି । ଭାରତରେ ଥିବା ଇସ୍ରାଏଲ ଦୂତବାସ ମୋଦିଙ୍କୁ କରିଛି ଟ୍ବିଟ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କର କିଛି ଫଟୋକୁ ଯୋଡି ଭିଡିଓ ପୋଷ୍ଟ କରାଯାଇଛି। ତେବେ ଭିଡିଓର ବ୍ୟାଗରାଉଣ୍ଡ ମ୍ୟୁଜିକରେ ସୋଲେ ଫିଲ୍ମର ଲୋକପ୍ରିୟ ଗୀତ ‘ୟେ ଦୋସ୍ତି ହମ୍ ନହିଁ ତୋଡେଙ୍ଗେ’ ରଖାଯାଇଛି । ଏହା ସହିତ ପୋଷ୍ଟରେ ଲେଖାଯାଇଛି, 'ହାପି ଫ୍ରେଣ୍ଡସିପ ଡେ 2029 ଇଣ୍ଡିଆ', ଆମ ପୁରୁଣା ବନ୍ଧୁତ୍ବ ଏଭଳି ମଜବୁତ ରହୁ ଏବଂ ଦୁଇ ଦେଶକୁ ଶିଖରରେ ପହଞ୍ଚାଉ, ୟେ ଦୋସ୍ତି ହମ୍ ନହିଁ ତୋଡେଙ୍ଗେ । ଇସ୍ରାଏଲ ନିଜ ଟ୍ବିଟରେ ଭାରତର ଜାତୀୟ ପତାକା ମଧ୍ୟ ଲଗାଇଥିଲା ।

ଭିଡିଓ ସୌଜନ୍ୟ:ଟ୍ବିଟର@IsraelinIndia

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାର ଜବାବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବନ୍ଧୁତ୍ବ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ମୋର ପ୍ରିୟ ବନ୍ଧୁ ବେଞ୍ଜାମିନ ନେତାନ୍ୟାହୁ ଏବଂ ଇସ୍ରାଏଲର ନାଗରିକଙ୍କୁ ବନ୍ଧୁତ୍ବ ଦିବସର ଶୁଭେଚ୍ଛା । ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଭଲ ବନ୍ଧୁତ୍ବ ରହିଛି । ଆମ ବନ୍ଧନ ଆହୁରି ମଜବୁତ ହେଉ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.