ଶ୍ରୀନଗର: ଅନୁଛେଦ 370 ଉଚ୍ଛେଦ ପରେ ଦେଶକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଅର୍ଥାତ୍ ଅଗଷ୍ଟ 8 ତାରିଖରେ ମୋଦି ରଖିଥିଲେ ନିଜ ମନର କଥା । ଜମ୍ମୁ ଓ କାଶ୍ମୀର , ଲଦାଖରେ ବୈପ୍ଲବିକ ପରିବର୍ତନ ହେବାକୁ ଯାଉଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଧାରା 370 ଲାଗୁଥିବା ସ୍ବତ୍ତେ ଜନସାଧାରଣ କୌଣସି ଫାଇଦା ପାଇପାରୁନଥିଲେ ବଂର ଅଶାନ୍ତି ବୃଦ୍ଧି ଘଟୁଥିଲା । ଏହା ଉଚ୍ଛେଦ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ବୃଦ୍ଧି ପାଇବ । ରୋଜଗାର ବଢିବ ବୋଲି କହିଛନ୍ତି ମୋଦି ।
ଆଜି ରାଜ୍ୟପାଳ ସତ୍ୟପାଲ ମଲିକ ସ୍ଥିତି ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଜମ୍ମୁ ଓ କାଶ୍ମୀରରେ ପରିସ୍ଥିତି ଶାନ୍ତ ରଖିବାକୁ ବକ୍ତବ୍ୟ ମାଧ୍ୟମରେ ସ୍ଥାନୀୟବାସିନ୍ଦାକୁ ନିବେଦନ କରିଥିଲେ ମୋଦି । ଯାହାର ପ୍ରଭାବ ଆଜି ଦେଖିବାକୁ ମିଳିଛି । ଇଦ୍ ପୂର୍ବରୁ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଥିବା ମଧ୍ୟ ସତ୍ୟପାଲ ସୂଚନା ଦେଇଛନ୍ତି ।
ବର୍ତମାନ 1600 କର୍ମଚାରୀ ବିଜୁଳି, ପାଣି ଏବଂ ସ୍ବଛତାକୁ ସୁଧାରିବା ପାଇଁ ନିୟୋଜିତ ରହିଛନ୍ତି । 10,000 ଲୋକ ନିଜ କାର୍ଯ୍ୟ ଆରମ୍ଭ କରିବା ପାଇଁ ସ୍ଥିତିର ସମୀକ୍ଷା କରିବାରେ ଲାଗିଛନ୍ତି । ଅଧାରୁ ଅଧିକ ବ୍ୟାଙ୍କ ଓ ଏଟିଏମ ସେବା ପ୍ରଦାନ ଆରମ୍ଭ କରିଥିବା କହିଛନ୍ତି ରାଜ୍ୟପାଳ ସତ୍ୟପାଲ ।