ETV Bharat / bharat

ପିଏମ ମୋଦିଙ୍କ ପାଇଁ ରାକ୍ଷୀ ପଠାଇଲେ ପାକିସ୍ତାନୀ ଭଉଣୀ - ରାକ୍ଷୀ ପଠାଇଲେ ପାକିସ୍ତାନୀ ଭଉଣୀ

ଅଗଷ୍ଟ 3 ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ପାକିସ୍ତାନୀ ଭଉଣୀଙ୍କ ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ପିଏମ ମୋଦିଙ୍କ ପାଇଁ ରାକ୍ଷୀ ପଠାଇଲେ ପାକିସ୍ତାନୀ ଭଉଣୀ

author img

By

Published : Aug 1, 2020, 6:51 AM IST

ଅହମ୍ମଦାବାଦ: ଆଗକୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାକ୍ଷୀ ପଠାଇଛନ୍ତି ପାକିସ୍ତାନୀ ଭଉଣୀ । କୋରୋନା ମହାମାରୀ ପାଇଁ ମୋଦିଙ୍କୁ ଭେଟି ତାଙ୍କ ହାତରେ ରାକ୍ଷୀ ବାନ୍ଧିବା ସମ୍ଭବ ନୁହେଁ । ତେଣୁ ପୋଷ୍ଟାଲ ମାଧ୍ୟମରେ ଭାଇଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି ଭଉଣୀ କାମରା ମୋହିନ ଶେଖ୍‌ ।

ପିଏମ ମୋଦିଙ୍କ ପାଇଁ ରାକ୍ଷୀ ପଠାଇଲେ ପାକିସ୍ତାନୀ ଭଉଣୀ
ପିଏମ ମୋଦିଙ୍କ ପାଇଁ ରାକ୍ଷୀ ପଠାଇଲେ ପାକିସ୍ତାନୀ ଭଉଣୀ

ଶେଖ ପାକିସ୍ତାନ, ହେଲେ ବିବାହ ପରେ ସେ ଅହମ୍ମଦାବାଦରେ ରୁହନ୍ତି । ପିଏମ ମୋଦିଙ୍କ ସହ ତାଙ୍କର ଏହା 25 ତମ ରକ୍ଷା ବନ୍ଧନ । ପିଏମଙ୍କୁ ସେ ଗତ 30ରୁ 35 ପୂର୍ବରୁ ଜାଣିଛନ୍ତି । ପ୍ରଥମ ଥର ସେ ଦିଲ୍ଲୀରେ ମୋଦିଙ୍କୁ ଭେଟିଥିଲେ । ଏହି ସମୟରେ ସେ କରାଚି ହୋଇ ମଧ୍ୟ ଭାରତରେ ରହୁଥିବା ଜାଣି ମୋଦି ତାଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଥିଲେ । ଶେଖଙ୍କ ଭାଇ ନଥିବାରୁ ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିଜ ଭାଇ ରୂପେ ଗ୍ରହଣ କରିଥିଲେ ।

ଏହି ଘଟଣାର ଦୁଇ ତିନ ବର୍ଷ ପରେ ରକ୍ଷା ବନ୍ଧନ ଅବସରରେ ମୋଦିଙ୍କ ସହ ପୁଣି ଥରେ ଦିଲ୍ଲୀରେ ସାକ୍ଷାତ ହୋଇଥିଲା । ଏହି ଅବସରରେ ଶେଖ ତାଙ୍କୁ ରାକ୍ଷୀ ବାନ୍ଧିଥିଲେ ।

ନ୍ୟୁଜ ଏଜେନ୍ସି ଏଏନଆଇକୁ, ଶେଖ କହିଛନ୍ତି, ଏମିତି ଏକ ରାକ୍ଷୀ ପୂର୍ଣ୍ଣିମାରେ ସେ ଭାଇ ମୋଦିଙ୍କୁ କହିଥିଲେ, ମୁଁ ପ୍ରାର୍ଥନା କରୁଛି ତୁମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବ । ଯାହାକୁ ଶୁଣି ସେ ହସିବାକୁ ଲାଗିଥିଲେ । କିନ୍ତୁ ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ଶେଖ କହିଛନ୍ତି, ସେ ମୋଦିଙ୍କୁ ବ୍ୟକ୍ତିଗତ ଭାବେ ରାକ୍ଷୀ ପିନ୍ଧାଇବାକୁ ଇଚ୍ଛା ରଖିଛନ୍ତି । ହେଲେ ଏପରି ପରିସ୍ଥିତିରେ ଏହା ସମ୍ଭବ ନଥିବାରୁ ସେ ରାକ୍ଷୀ ଓ ବହି ପଠାଇଥିଲେ ଯାହା ତାଙ୍କ ନିକଟରେ ପହଞ୍ଚିଛି ସାରିଛି । ଆସନ୍ତା 5 ବର୍ଷ ତାଙ୍କ ପାଇଁ ଭଲ ଅତିବାହିତ ହେଉ ଓ ସେ ସ୍ବାସ୍ଥ୍ୟବାନ ରୁହନ୍ତୁ ଏତିକି ଭଗବାନ ନିକଟରେ ପ୍ରାର୍ଥନା କରିବେ କହିଛନ୍ତି ପାକିସ୍ତାନୀ ଭଉଣୀ ଶେଖ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.