ETV Bharat / bharat

ପାକିସ୍ତାନ ଦେଇ ଉଡିବନି ମୋଦିଙ୍କ ବିମାନ

କିର୍ଗିଜସ୍ଥାନର ରାଜଧାନୀ ବିସ୍‌କେକଠାରେ ଜୁନ୍‍ ୧୩ରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‍ସିଓ) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନର ଆକାଶ ମାର୍ଗର ବ୍ୟବହାର କରିବେ ନାହିଁ ମୋଦି ।

author img

By

Published : Jun 12, 2019, 9:04 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନକୁ ନେଇ ନିଜର ସମସ୍ତ ଆଭିମୁଖ୍ୟ ବଦଳାଇଛି ଭାରତ । ପୂର୍ବରୁ ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ପାଇଁ ଉଦ୍ୟମ କରୁଥିବା ଭାରତ ଏବେ ପାକିସ୍ତାନ ପ୍ରସଙ୍ଗରେ ମୁଁହ ମୋଡୁଛି । ଯାହାର ଏକ ଜ୍ବଳନ୍ତା ଉଦାହରଣ ବୁଧବାର ଦେଖିବାକୁ ମିଳିଛି । କିର୍ଗିଜସ୍ଥାନର ରାଜଧାନୀ ବିସ୍‌କେକଠାରେ ଜୁନ୍‍ ୧୩ରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‍ସିଓ) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନର ଆକାଶ ମାର୍ଗର ବ୍ୟବହାର କରିଥାନ୍ତେ ମୋଦି । ଏନେଇ ଭାରତ ପାକ୍‌ର ଅନୁମତି ମଧ୍ୟ ଲୋଡିଥିଲା । କିନ୍ତୁ ଏବେ ପାକିସ୍ତାନ ଆକାଶ ମାର୍ଗ ଦେଇ ମୋଦି ଯାତ୍ରା କରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛି ଭାରତ ।

ତେବେ ବର୍ତ୍ତମାନ ମୋଦିଙ୍କ ବିମାନ ଇରାନ ଏବଂ ମଧ୍ୟ ଏସିଆ ଦେଶର ଆକାଶ ମାର୍ଗ ଦେଇ ବିସ୍‌କେକ ଯିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ପ୍ରଥମେ ବିସ୍‌କେକ ଯିବା ପାଇଁ ଭାରତ ପାଖରେ 2 ଟି ବିକଳ୍ପ ଥିଲା । କିନ୍ତୁ ବର୍ତ୍ତମାନ ଆମେ ପାକିସ୍ତାନ ରାସ୍ତା ଦେଇ ନଯିବାର ନିଷ୍ପତ୍ତି ନେଇଛୁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ବାଲାକୋଟା ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ନିଜ ବାୟୁସୀମାର ୧୧ଟି ମାର୍ଗକୁ ବନ୍ଦ କରିଦେଇଥିଲା । ଏହା ପରେ ମାର୍ଚ୍ଚ ଏବଂ ଏପ୍ରିଲରେ ମାତ୍ର ୨ଟି ରାସ୍ତା ଖୋଲିଥିଲା । ତେବେ ବିସ୍‌କେକ ଗସ୍ତ ପାଇଁ ମୋଦିଙ୍କ ବିମାନକୁ ପାକିସ୍ତାନ ଆକାଶ ମାର୍ଗ ଦେଇ ଉଡ଼ାଣର ଅନୁମତି ଲୋଡାଯାଇଥିଲା । କିନ୍ତୁ ଅନୁମତି ମିଳିବା ପରେ ମୋଦି ଦ୍ବିତୀୟ ବିକଳ୍ପ ବାଛିଛିନ୍ତି ।

ସୂଚନାଯୋଗ୍ୟ ଯେ, ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରୁଛି ପାକିସ୍ତାନ । କିନ୍ତୁ ଯେ ପର୍ଯ୍ୟନ୍ତ ପାକ୍‌ ଆତଙ୍କବାଦ ଗତିବିଧି ଉପରେ ରୋକ ଲଗାଇବ ନାହିଁ ସେ ପର୍ଯ୍ୟନ୍ତ ଭାରତ ପାକ୍‌ ସହ କୌଣସି ସମ୍ପର୍କ ରଖିବ ନାହିଁ ବୋଲି ସଫା ସଫା ମନା କରିଦେଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.