ETV Bharat / bharat

ସ୍ବାସ୍ଥ୍ୟ କର୍ମୀମାନଙ୍କୁ କୃତଜ୍ଞତା ଜଣାଅ, ବିଶ୍ବ ସ୍ବାସ୍ଥ୍ୟ ଦିବସରେ ମୋଦିଙ୍କ ବାର୍ତ୍ତା - Corona updates

ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ମୁକାବିଲା ପାଇଁ ସମସ୍ତ ଅସୁବିଧାକୁ ସାମ୍ନା କରୁଥିବା ସ୍ବାସ୍ଥ୍ୟ କର୍ମୀମାନଙ୍କୁ କୃତଜ୍ଞତା ଜଣାଇବାକୁ କହିଛନ୍ତି । ଅଧିକ ପଢନ୍ତୁ...

pm modi urges to express gratitude towards healthcare staff on world health day
ସ୍ବାସ୍ଥ୍ୟ କର୍ମୀମାନଙ୍କୁ କୃତଜ୍ଞତା ଜଣାଅ, ବିଶ୍ବ ସ୍ବାସ୍ଥ୍ୟଦିବସରେ ମୋଦିଙ୍କ ବାର୍ତ୍ତା
author img

By

Published : Apr 7, 2020, 1:29 PM IST

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ମୁକାବିଲା ପାଇଁ ସମସ୍ତ ଅସୁବିଧାକୁ ସାମ୍ନା କରୁଥିବା ସ୍ବାସ୍ଥ୍ୟ କର୍ମୀମାନଙ୍କୁ କୃତଜ୍ଞତା ଜଣାଇବାକୁ କହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

pm modi urges to express gratitude towards healthcare staff on world health day
ସ୍ବାସ୍ଥ୍ୟ କର୍ମୀମାନଙ୍କୁ କୃତଜ୍ଞତା ଜଣାଅ, ବିଶ୍ବ ସ୍ବାସ୍ଥ୍ୟଦିବସରେ ମୋଦିଙ୍କ ବାର୍ତ୍ତା

ପ୍ରଧାନମନ୍ତ୍ରୀ ଟ୍ବିଟରରେ ଉଲ୍ଲେଖ କରିଛନ୍ତି, ‘ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସରେ, ଆମେ କେବଳ ପରସ୍ପରର ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ନାହିଁ ବରଂ ସେହି ସମସ୍ତ ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ ଏବଂ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଜଣାଇବା, ଯେଉଁମାନେ ସାହସର ସହିତ COVID-19 ବିରୁଦ୍ଧରେ ଯୁଦ୍ଧର ନେତୃତ୍ବ ନେଉଛନ୍ତି । ’ଏହା ସହ ସୁସ୍ଥ ରହିବାକୁ ବ୍ୟକ୍ତିଗତ ଫିଟନେସର ଉପରେ ଗୁରୁତ୍ବ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ, ‘ଏହି ବିଶ୍ବ ସ୍ବାସ୍ଥ୍ୟ ଦିବସରେ ଆମେ ସାମାଜିକ ଦୂରତା ଭଳି ଅଭ୍ୟାସ ଅନୁସରଣ କରିବା ସହ ଆମ ନିଜ ଜୀବନ ତଥା ଅନ୍ୟମାନଙ୍କ ଜୀବନକୁ ମଧ୍ୟ ରକ୍ଷା କରିବ। । ଏହି ଦିନ ଆମକୁ ବର୍ଷସାରା ବ୍ୟକ୍ତିଗତ ଫିଟନେସ୍ ଉପରେ ଧ୍ୟାନ ଦେବା ପାଇଁ ପ୍ରେରଣା ଯୋଗାଇବ ।’ ଏହା ଆମର ସାମଗ୍ରିକ ଉନ୍ନତି କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଅନ୍ୟ ଏକ ଟ୍ବିଟରେ ପ୍ରକାଶ କରିଛନ୍ତି ।

ଦେଶରେ ମହାମାରୀ କୋରୋନା ମୁକାବିଲାରେ ପ୍ରମୁଖ ଯୋଦ୍ଧା ଭାବରେ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀମାନେ ରହିଛନ୍ତି । ନିଜକୁ ବିପଦରେ ପକାଇ କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ମୋଦି ନିରନ୍ତର ସେମାନଙ୍କୁ ଉତ୍ସାହିତ କରିଆସୁଛନ୍ତି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ମଙ୍ଗଳବାର ଦିନ ମୋଟ COVID-19 ପଜିଟିଭ ମାମଲା 4,421କୁ ବୃଦ୍ଧି ପାଇଛି, ଯେଉଁଥିରେ 326 ଜଣ ଲୋକ ଆରୋଗ୍ୟ ହୋଇଛନ୍ତି । ସେହିପରି ସାରା ଦେଶରେ 114 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.