ETV Bharat / bharat

ନିଜ ଦଳର ବରିଷ୍ଠଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ବାମୀ - Subramanian Swamy

କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଓ କେନ୍ଦ୍ର ରାଜ୍ୟମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁବ୍ରମଣ୍ୟମ ସ୍ବାମୀ । ଜେଟ ଏୟାରୱେଜକୁ ସ୍ପାଇସଜେଟ ହାତରେ ବିକ୍ରି କରିବାକୁ ଜେଟଲୀ ଓ ସିହ୍ନା ପ୍ରୟାସ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଫାଇଲ ଫଟୋ
author img

By

Published : Apr 25, 2019, 10:48 PM IST

ନୂଆଦିଲ୍ଲୀ: ନିଜ ମନ୍ତବ୍ୟ ଯୋଗୁଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ବିରୋଧୀଙ୍କୁ ଠାରୁ ଆରମ୍ଭ କରି ନିଜ ଦଳକୁ ମଧ୍ୟ ଛାଡନ୍ତିନି ସେ । ପୁଣିଥରେ ନିଜ ଦଳର ବରିଷ୍ଠ ନେତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ସ୍ବାମୀ । କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଓ କେନ୍ଦ୍ର ରାଜ୍ୟମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ସେ । ଜେଟ ଏୟାରୱେଜକୁ ସ୍ପାଇସଜେଟ ହାତରେ ବିକ୍ରି କରିବାକୁ ଜେଟଲୀ ଓ ସିହ୍ନା ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ସେ ।

ସେ ଗୁରୁବାର ଏକ ଟ୍ବିଟ କରି କହିଛନ୍ତି ଯେ ମୁଁ ନମୋ(ପିଏମ ମୋଦି)ଙ୍କୁ ଅପିଲ କରୁଛି ସେ ଅରୁଣ ଜେଟଲୀ ଓ ଜୟନ୍ତ ସିହ୍ନାଙ୍କୁ ଜେଟ ଏୟାରୱେଜକୁ ସ୍ପାଇସ ଜେଟ ହାତରେ ବିକ୍ରି ନ କରିବାକୁ ତାଗିଦ କରନ୍ତୁ । ଏଥିରେ ପକ୍ଷପାତ ଓ ଅଧିକାରୀକ ପଦର ଦୁରୂପଯୋଗ କରିବାର ଗନ୍ଧ ବାରି ହେଉଛି । ଯାହା ବିଜେପିର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ ।

ଅନ୍ୟପକ୍ଷେ ଆର୍ଥିକ ସଙ୍କଟରେ ଗତି କରୁଥିବା ଘରୋଇ ବିମାନ କମ୍ପାନୀ ଜେଟ ଏୟାରୱେଜ ବିଗତ ଦିନରେ ନିଜର ସମସ୍ତ ଉଡାଣ ବନ୍ଦ କରି ଦେଇଥିଲା । ଏହାର ସ୍ଲଟ ଅସ୍ଥାୟୀ ରୂପେ ଅନ୍ୟ କମ୍ପାନୀକୁ ଦିଆଯାଇଥିଲା । କର୍ମଚାରୀଙ୍କୁ ବେତନ ନ ମିଳିବାରୁ କମ୍ପାନୀର ବହୁ ପାଇଲଟ, ଇଞ୍ଜିନିୟର ଓ ଷ୍ଟାଫ ଅନ୍ୟ ବିମାନ କମ୍ପାନୀକୁ ଚାକିରୀ ସନ୍ଧାନରେ ଚାଲି ଯାଇଥିଲେ । ଜେଟ ଏୟାରୱେଜର ଅଂଶ ଉପରେ କବଜା କରିବା ପ୍ରତିଯୋଗିତାରେ ସ୍ପାଇସ ଜେଟ ସର୍ବାଗ୍ରେ ଅଛି ବୋଲି କୁହାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.