ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶରୁ PM Street Street Vendor's AtmaNirbhar Nidhi (PM SVANidhi) ଯୋଜନାର ହିତାଧିକାରୀମାନଙ୍କ ସହିତ ଯୋଗାଯୋଗ କରିଛନ୍ତି । ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
କୋଭିଡ-19 ଦ୍ବାରା ପ୍ରଭାବିତ ଗରିବ ରାସ୍ତାକଡ ବିକ୍ରେତାଙ୍କୁ ଜୀବିକା କାର୍ଯ୍ୟକଳାପ ପୁନଃ ଆରମ୍ଭ କରିବାକୁ ସହାୟତା କରିବାକୁ PM SVANidhi ଯୋଜନା ଚଳିତ ବର୍ଷ ଜୁନ 1 ରେ ଆରମ୍ଭ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ମୋଟ 24 ଲକ୍ଷରୁ ଅଧିକ ଆବେଦନ ଗ୍ରହଣ କରାଯାଇଛି । ସେଥିମଧ୍ୟରୁ 12 ଲକ୍ଷରୁ ଅଧିକ ମଞ୍ଜୁର ହୋଇଛି ଏବଂ ପ୍ରାୟ 5.35 ଲକ୍ଷ ଋଣ ପ୍ରଦାନ କରାଯାଇଛି।
ଉତ୍ତର ପ୍ରଦେଶରେ 6 ଲକ୍ଷରୁ ଅଧିକ ଆବେଦନପତ୍ର ଦାଖଲ କରାଯାଇଛି । ସେଥିମଧ୍ୟରୁ ପ୍ରାୟ 3.27 ଲକ୍ଷ ମଞ୍ଜୁର ହୋଇଛି ଏବଂ 1.87 ଲକ୍ଷ ଋଣ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ପ୍ରାୟ 651 ସ୍ଥାନୀୟ ସଂଗଠନ ସହ ଆଲୋଚନା କରିବେ । ସମସ୍ତ ସାମାଜିକ ଦୂରତା ନିର୍ଦ୍ଦେଶାବଳୀକୁ ପାଳନ କରି ଏହି ସ୍ଥାନଗୁଡିକରେ ଲାଇଭ୍ ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି ।
SVANidhi ଯୋଜନା ଅଧୀନରେ ରାଜ୍ୟରେ ପ୍ରାୟ 7 ଲକ୍ଷ ରାସ୍ତାକଡ ବିକ୍ରେତା ଚିହ୍ନଟ ହୋଇଛନ୍ତି ଏବଂ 6 ଲକ୍ଷ 40 ହଜାରରୁ ଅଧିକ SVANidhi ଯୋଜନା ଅଧୀନରେ ଋଣ ପାଇଁ ଆବେଦନ କରିଛନ୍ତି । ରାଜ୍ୟ ସରକାର ପ୍ରାୟ 3.62 ଲକ୍ଷ ବିକ୍ରେତାଙ୍କ ଋଣ ଅନୁମୋଦନ କରିଛନ୍ତି ଯେଉଁଥିରୁ ପ୍ରାୟ 3 ଲକ୍ଷ ବିକ୍ରେତା ଆଜି ଟଙ୍କା ପାଇବାକୁ ଯାଉଛନ୍ତି।