ETV Bharat / bharat

ଆଜି ଗୁଜୁରାଟରେ କିଶାନ ସୂର୍ଯ୍ୟୋଦୟ ଯୋଜନାର ଉଦଘାଟନ କରିବେ ମୋଦି - ଗୁଜୁରାଟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୋଦି

କେନ୍ଦ୍ର ସରକାର କୃଷକଙ୍କ ଉନ୍ନତି ପାଇଁ 3ଟି କୃଷି ବିଲ ଆଣି ତାକୁ ଆଇନରେ ପରିଣତ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ କୃଷକ ପାଇଁ ଆଉ ଏକ ଭେଟି ଦେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

ଆଜି ଗୁଜୁରାଟରେ କିଶାନ ସୂର୍ଯ୍ୟୋଦୟ ଯୋଜନାର ଉଦଘାଟନ କରିବେ ପିଏମ

author img

By

Published : Oct 24, 2020, 7:01 AM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ 3 କୃଷି ବିଲକୁ ନେଇ ଦେଶବ୍ୟାପୀ ବିରୋଧଭାଷ ଜାରି ରହିଛି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର କୃଷକଙ୍କ ପାଇଁ ନୂଆ ଭେଟି ଦେବାକୁ ଯାଉଛନ୍ତି । ଭିଡିଓ କନଫରେନ୍ସି ମାଧ୍ୟମରେ ଘୋଷଣା କରିବେ ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟରେ 3ଟି ପ୍ରକଳ୍ପ ସହ ‘କିଶାନ ସୂର୍ଯ୍ୟୋଦୟ ଯୋଜନା’ ର ଉଦଘାଟନ କରିବେ । କୃଷକଙ୍କୁ ଜଳସଚେନର ସୁବିଧା ଯୋଗାଇବାକୁ ଦିନ ସମୟରେ ବିଜୁଳି ଯୋଗାଇବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କିଶାନ ସୂର୍ଯୋଦୟ ଯୋଜନା ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ଦ୍ବାରା ସକାଳ 5ଟାରୁ ରାତି 9 ଟା ସୁଦ୍ଧା ବିଦ୍ୟୁତ ସେବା ଯୋଗାଇ ଦିଆଯିବ । ଏହି ଯୋଜନା ପାଇଁ ସରକାରଙ୍କ ପକ୍ଷରୁ 3500 କୋଟି ଟଙ୍କାର ବ୍ୟୟ କରାଯାଇଛି । ବର୍ଷ 2023 ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ୟୁଏନ ମେହେଟା ଇନଷ୍ଟିଚ୍ୟୁଟ୍ ଅଫ୍ ହାର୍ଟ ଏବଂ ରିସର୍ଚ୍ଚ ସେଣ୍ଟର ଏବଂ ଅହମ୍ମଦାବାଦର ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରେ ଏକ ମୋବାଇଲ୍ ଆପ୍ଲିକେସନ୍ ଟେଲି କାର୍ଡିଓଲୋଜି ସହିତ ସଂଯୁକ୍ତ ଶିଶୁ ହାର୍ଟ ହସ୍ପିଟାଲ୍ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ।

ଗିର୍ନାର ରୋପୱେ ମଧ୍ୟ ଲଞ୍ଚ କରିବେ ପିଏମ । ଯେଉଁଥିରେ ପ୍ରାରମ୍ଭରେ 25-30 କ୍ୟାବିନ ରହିବ, ପ୍ରତ୍ୟେକ କ୍ୟାବିନରେ 8 ଜଣଙ୍କର କ୍ଷମତା ରହିବ । 2.3 କିଲୋମିଟର ଦୂରତା ବର୍ତ୍ତମାନ ରୋପୱେ ଦେଇ ମାତ୍ର 7.5 ମିନିଟରେ ଲାଗିବ । ରୋପୱେ ଗିର୍ନାର ପର୍ବତକୁ ଘେରି ରହିଥିବା ସବୁଜ ସୌନ୍ଦର୍ଯ୍ୟର ଏକ ଦୃଶ୍ୟ ମଧ୍ୟ ପ୍ରଦାନ କରିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.