କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶନିବାର) ନ୍ୟାସନାଲ ଗଙ୍ଗା କାଉନସିଲ ବୈଠକରେ ଯୋଗ ଦେବେ । ଏଥିପାଇଁ କାନପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ 5ଟି ରାଜ୍ୟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସାମିଲ ରହିବେ କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବଦଳରେ ଉପମୁଖ୍ୟମନ୍ତ୍ରୀ ସୁଶୀଳ ମୋଦି ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ କାନପୁରରେ ପ୍ରାୟ 4ଘଣ୍ଟା ଉପସ୍ଥିତ ରହିବେ । ସକାଳ 10.25ରେ ସ୍ବତନ୍ତ୍ର ବିମାନ ଯୋଗେ ଏୟାରପୋର୍ଟରେ ପହଞ୍ଚିଛନ୍ତି । କାଉନସିଲ ବୈଠକ ଦିନ 1.05ରୁ ଆରମ୍ଭ ହୋଇ 1.55 ପର୍ଯ୍ୟନ୍ତ ଚାଲିବ । ଷ୍ଟିମରରେ ଗଙ୍ଗା ନିରୀକ୍ଷଣ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଗଙ୍ଗା ବ୍ୟାରେଜରେ ସ୍ବତନ୍ତ୍ର ଘାଟ ନିର୍ମାଣ କରାଯାଇଛି ।
ମୋଦିଙ୍କ କାର୍ଯ୍ୟକ୍ରମ ସୂଚୀ:-
ସକାଳ 11.00-12.25- ନ୍ୟାସନାଲ ଗଙ୍ଗା ବୈଠକରେ ସାମିଲ ହୋଇ ନମାମି ଗଙ୍ଗା ମିଶନର ଉପସ୍ଥାପନା ଦେଖିବେ
ଦିନ 12.50- ବୈଠକକୁ ସମ୍ବୋଧନ କରିବେ
ଦିନ 12.55- ଅଟଳ ଘାଟ ଯିବେ ପ୍ରଧାନମନ୍ତ୍ରୀ
ଦିନ 1.05-1.50- ଷ୍ଟିମର ମାଧ୍ୟମରେ ଗଙ୍ଗା ନିରୀକ୍ଷଣ