ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) 32ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିବେ । ସକ୍ରିୟ ପ୍ରଶାସନ ଓ ସମୟୋପଯୋଗୀ କାର୍ଯ୍ୟାନ୍ବୟନ ଲାଗି ଉଦ୍ଦିଷ୍ଟ ଆଇସିଟି ଆଧାରିତ ବହୁମୁଖୀ ମଞ୍ଚ ହେଉଛି ‘ପ୍ରଗତି’ ।
ପ୍ରଗତିର ଆରମ୍ଭ 2015 ମସିହାରେ ନରେନ୍ଦ୍ର ମୋଦି କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ସିଧାସଳଖ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ତାହାର ସ୍ଥିତି ଅନୁଧ୍ୟାନ କରନ୍ତି । ପୂର୍ବ ବୈଠକରେ 12 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ସେହିପରି 2019ରେ 16 ରାଜ୍ୟ ସହିତ ଜମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ହେଉଥିବା 61,000 ପ୍ରକଳ୍ପର ସମୀକ୍ଷା ହୋଇଥିଲା ।
ଏହାସହ ବିଦେଶରେ କାମ କରୁଥିବା ଭାରତୀୟ ନାଗରିକଙ୍କ ଅଭିଯୋଗ, ରାଷ୍ଟ୍ରୀୟ କୃଷି ବଜାର, ଜିଲ୍ଲା କାର୍ଯ୍ୟକ୍ରମ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।